ସରକାର କଲେ ବଡ ଘୋଷଣା,Labour ମାନଙ୍କୁ ମିଳିବ 1500 ଟଙ୍କା କୋଭିଡ ସହାୟତା,ଦେଖନ୍ତୁ ଆପଣ ପାଇବେ ନା ନାହିଁ

Spread the love

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ନିର୍ମାଣ ଶ୍ରମିକଙ୍କୁ କୋଭିଡ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।ଏହି ମହାମାରୀ ସମୟରେ ସାଧାରଣ ଲୋକ ଯେଉଁ ଭଳି ଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାର ମୁକାବିଲା କରିବା ପାଇଁ ସେମାନଙ୍କୁ କିଛି ମାତ୍ରାରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ କିଛି ପରିମାଣରେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।ଯାହା ସେମାନଙ୍କ ପାଇଁ ଅନେକ ମାତ୍ରାରେ ସହାୟକ ହୋଇ ପାରିବ।

ଏହି ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ଦିନ ହେବ ସମସ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ।ଏହା ସହିତ ସମସ୍ତ ରାଜ୍ୟର ଲୋକ ମାନଙ୍କୁ କଟକଣା ମଧ୍ୟରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ତେବେ ଏହା ସବୁ ପରେ ବର୍ତ୍ତମାନ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ କିଛି ସହାୟତା ରାଶି ଘୋଷଣା କରିଛନ୍ତି ଯାହା ଫଳରେ ପ୍ରାୟ ୨୫,୬୩,୫୬୮ ନିର୍ମାଣ ଶ୍ରମିକ ଉପକୃତ ହୋଇ ପାରିବେ।

ତେବେ ଏହି ସମସ୍ତ ନିର୍ମାଣ ଶ୍ରମିକ ଅନେକ ଦିନ ହେବ ରୋଜଗାର ହିନ ଅଛନ୍ତି।ସେମାନେ କୌଣସି ଟଙ୍କା ରୋଜଗାର କରି ପାରୁ ନାହାଁନ୍ତି।ଏହାର କାରଣ ହେଉଛି ଏହି ଲକଡାଉନ।ଏହି ସମୟରେ ବର୍ତ୍ତମାନ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା।ଯାହା ଫଳରେ ସମସ୍ତ ନିର୍ମାଣ ଶ୍ରମିକ ସେମାନଙ୍କର ଆୟ କରି ପାରୁ ନଥିଲେ।ଯାହା ଫଳରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା।

ଯେପରିକି ସେମାନଙ୍କର ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇ ଯାଇଥିଲା।ଏହା ସହିତ ସେମାନେ ସମ୍ପୂର୍ଣ୍ଣ ଭାବରେ ଆୟ ହିନ ହୋଇ ରହି ଯାଇଥିଲେ।ତେବେ ଏହା ସବୁ ପରେ ସେମାନଙ୍କର ଅବସ୍ଥା ଦେଖି ରାଜ୍ୟ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।ତେବେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୧୫୦୦୦ ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖା କୋଭିଡ ସହାୟତା ପ୍ରଦାନ କରି ସାରିଛନ୍ତି।

ଏହା ସହିତ ସେମାନଙ୍କର ଆଧାର ପଞ୍ଜୀକୃତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସମୁଦାୟ ୨୧୨.୪୯ କୋଟି ଟଙ୍କା ଦିଆ ଯାଇ ସାରିଛି।ଏହା ସହିତ ସେମାନେ ନିଜର ବ୍ୟାଙ୍କ ଖାତାରେ ଏହି ଟଙ୍କା ଆସିଛି କି ନାହିଁ ଏହା ଚାହିଁଲେ ସେମାନେ ଦେଖି ପାରିବେ।ତେବେ ଏହା ସହିତ ଯେଉଁମାନଙ୍କର ଖାତାକୁ ଏବେ ପର୍ଯ୍ୟନ୍ତ ଟଙ୍କା ଆସି ନାହିଁ ସେମାନଙ୍କୁ ତୁରନ୍ତ ନିଜର ଆକାଉଣ୍ଟକୁ ଆଧାର ସହିତ ପଞ୍ଜୀକୃତ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।

ତେବେ ଯେଉଁ ମାନଙ୍କର ଏହି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ ସେମାନେ ରାଜ୍ୟ ସଂଯୋଗ ସହଯୋଗ ନମ୍ୱର ୧୫୫ ୩୩୫ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରା ଯାଇଛି।ଏହା ସହିତ ଆପଣଙ୍କର ଯଦି ନିଜର ଆଧାର କାର୍ଡ ସହିତ ଆପଣଙ୍କ ବ୍ୟାଙ୍କ ଖାତା ସଂଯୋଗ ହୋଇ ନାହିଁ ତେବେ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ସହିତ ଆପଣଙ୍କ ବ୍ୟାଙ୍କ ଖାତା ତୁରନ୍ତ ସଂଯୋଗ କରିବା ଆବଶ୍ୟକ।ନଚେତ ଆପଣ ସରକାରଙ୍କ ତରଫରୁ ଦିଆ ଯାଉଥିବା ଏହି ସହାୟତା ରାଶି ପାଇ ପାରିବେ ନାହିଁ।

Leave a Reply

Your email address will not be published. Required fields are marked *