ନୂଆ ବର୍ଷରେ ଖୋଲିବ Tapawsini ଙ୍କ ଭାଗ୍ୟ,ସାତ ଜନ୍ମ ର ସାଥି ସାତ ଦିନ ର ଅପେକ୍ଷା ରେ ମିଳିବ ଏହି ଖବର..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଦୁହିଁଙ୍କ ମଧ୍ୟରେ ବହୁତ କଳହ ହୋଇଛି।ନିଜ ସ୍ବାମୀ ସୁମିତଙ୍କୁ ଫେରି ପାଇବା ପାଇଁ ତପସ୍ୱିନୀଙ୍କ ସାଧନା ସମସ୍ତଙ୍କୁ ପ୍ରଭାବିତ କରିଛି।ଗତକାଲି କୋର୍ଟଙ୍କ ରାୟ ପରେ ତପସ୍ୱିନୀ ନିରାଶ ହୋଇ ପଡିଛନ୍ତି।

ସ୍ତ୍ରୀର ଅଧିକାର ପାଇଁ ସ୍ଵାମୀଙ୍କ ଦୁଆରରେ ଅଡି ବସିଥିବା ପତ୍ନୀ ଏବେ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତଥାପି ସ୍ଵାମୀଙ୍କ ବାଟକୁ ଚାହିଁ ରହିଛନ୍ତି ତପସ୍ୱିନୀ।ସେପଟେ ଅସୁସ୍ଥ ଅବସ୍ଥାରେ ଅଛନ୍ତି ସ୍ବାମୀ ସୁମିତ।୨୦୨୧ରେ ଆରମ୍ଭ ହୋଇଥିବା ପାରିବାରିକ ବିବାଦରେ ୨୦୨୨ରେ ପଡିପାରେ ପୂର୍ଣ୍ଣଚ୍ଛେଦ।

ପୁଣି ଥରେ ଭାଙ୍ଗିଲା ସଂସାର ଯୋଡ଼ି ହେବ ବୋଲି ସମସ୍ତଙ୍କର ଆଶା ଅଛି।ନୂଆ ବର୍ଷରେ ତପସ୍ୱିନୀଙ୍କୁ ମିଳିବ କି ଖୁସି ଖବର।ଏବେ ତପସ୍ୱିନୀ ସ୍ଵାମୀଙ୍କ ବାରଣ୍ଡାରେ ଦିନ କାଟୁଛନ୍ତି।ଆଶା ଓ ବିଶ୍ବାସ କୋର୍ଟ ତାଙ୍କୁ ନ୍ୟାୟ ଦେବ।ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଏମିତି ବସି ରହିବେ ବୋଲି କହିଛନ୍ତି।

ସେ କହିଛନ୍ତି କି ମୋ କଥା କେହି ବି ବିଶ୍ୱାସ କରୁ ନଥିଲେ କି ଆମେ ୭ ଦିନ ଭିତରେ ଭଲରେ ଥିଲୁ।ଆସ୍କା ଆଇଆଇସି ମଧ୍ୟ ନିଜେ ଲେଖିକି ଦେଇଛନ୍ତି କି ଆମେ ଭଲରେ ଥିଲୁ।ସେ କିଛି ତ ଦେଖିଥିବେ ନା।ଏବେ ଦୁନିଆକୁ ବିଶ୍ୱାସ ହୋଇଥିବ ଆମେ ଭଲରେ ଥିଲୁ ବୋଲି।ବାସ ମୁଁ ଏତିକି କହିବାକୁ ଚାହୁଁଥିଲି ସେବେ ଠାରୁ ମୋ କଥା କେହି ଶୁଣୁ ନଥିଲେ।

ତେବେ ୪ ତାରିଖ ପର୍ଯ୍ୟନ୍ତ ଆପଣଙ୍କ ପଦକ୍ଷେପ କଣ ରହିବ।ମୁଁ ଏଇଠି ହିଁ ରହିବି।ମୁଁ ଯେଉଁ କଥା କହୁଥିଲି କେହି ବିଶ୍ୱାସ କରୁ ନଥିଲେ।କିନ୍ତୁ ସେହି କଥା ସତ ହେଲା।ମୁଁ ଆଉ ମୋ ସ୍ବାମୀ କିଭଳି ଭାବେ ଭଲରେ ଥିଲୁ।ମୁଁ ଜଗିବି।ମତେ ଯେତେ କଷ୍ଟ ହେଉଛି ହେଉ ମୁଁ ଜଗିବି।ମତେ ନିଶ୍ଚୟ ନ୍ୟାୟ ମିଳିବ।

୪ ତାରିଖ କଣ ୪ ବର୍ଷ ହେଲେ ମଧ୍ୟ ମୁଁ ଅପେକ୍ଷା କରିବି।ନ୍ୟାୟାଳୟର ରାୟରେ ମୁଁ ନିଶ୍ଚୟ ଚାଲିବି।ସେପଟେ ପାରିବାରିକ ବିବାଦକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ଦିନ ପରେ ଦିନ ବିତି ଚାଲିଛି।ତପସ୍ୱିନୀ ସେମିତି ବସିଛନ୍ତି।ସୁମିତ ଏପଟେ ଅସୁସ୍ଥ ଅଛନ୍ତି।

ପ୍ରତିଦିନ ଦୁହିଁଙ୍କ ବିବାଦକୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି।ତେବେ ନୂଆ ବର୍ଷରେ ତପସ୍ୱିନୀଙ୍କ ଭାଗ୍ୟ ଖୋଲିପାରେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *