ପୂର୍ବ Christmas କଥା ମନେ ପଡିବାରୁ କାନ୍ଦିଲେ ତପସ୍ୱିନୀ, ମୋ ସ୍ୱାମୀ, ଶ୍ୱଶୁର ଜାଣନ୍ତୁ ମୋ ମନରେ କ’ଣ ଅଛି ମୋତେ ଗ୍ରହଣ ନକଲେ ମୁଁ..ଦେଖନ୍ତୁ Video

Spread the love

ମୁଁ କାଲି ସେ ଭିଡିଓ ମାଧ୍ୟମରେ ଶଶୁରଙ୍କୁ ଅନୁରୋଧ କରୁଥିଲି ଆଉ ମୋ ସ୍ବାମୀଙ୍କୁ ବି ମନେ ପକାଉଥିଲି କହୁଥିଲି କି ଆମେ ଭଲରେ ରହିବା ପାଇଁ ମ୍ୟାରେଜ କରିଛେ।ଏମିତି ହେବା ପାଇଁ ନୁହେଁ।ଲୋକେ ତମକୁ ବହୁତ ଖରାପ କହୁଛନ୍ତି ମତେ ବି ଖରାପ କହୁଛନ୍ତି ସେମାନେ କାହିଁକି ଜଜ କରିବେ ଯଦି ଆମେ ଭଲ ଭାବରେ ମିଶିଜିବା।

ମୁଁ ସେଇଟା ହିଁ କହୁଥିଲି ଯେ ମୁଁ ଜାଣିଛି ଏସବୁ ଶଶୁର ହିଁ କରାଉଛନ୍ତି ଅନୁରୋଧ କରୁଛି ଯେ ଯଦି ମୋ ଦ୍ବାରା ଜାଣତ କି ଅଜାଣତରେ କିଛି ଭୁଲ ହୋଇଚି କାହିଁକି ନା ମୁଁ ସୁମିତଙ୍କ ଠୁ ବି ବହୁତ ଛୋଟ କାରଣ ତାଙ୍କୁ ୨୮ ବର୍ଷ ହେଲାଣି ମତେ ୨୪ ବର୍ଷ ହୋଇଚି।ମୁଁ ବହୁତ ଛୋଟ।ଯଦି ମୋ ଦ୍ବାରା କିଛି ଭୁଲ ହୋଇଚି ମୋତେ କ୍ଷମା କରିଦିଅନ୍ତୁ।

କିନ୍ତୁ ଆପଣ ସୁମିତଙ୍କୁ ମୋ ଠାରୁ ଦୁରାନ୍ତୁ ନାହିଁ।ଆପଣ ଚାହିଁଲେ ସୁମିତ ମୋ ପାଖରେ ରହିବେ ଆପଣ ଚାହିଁଲେ ସୁମିତ ମୋ ଠାରୁ ଦୂରେଇଯିବେ।କାଲି ଯେହେତୁ ଖ୍ରୀଷ୍ଟମାସ ଥିଲା ମୁଁ ମୋର ପୂର୍ବ ଖ୍ରୀଷ୍ଟମାସ କଥା ମନେ ପଡିଯିବାରୁ ସେ ଭିଡିଓ ମୁଁ କରିଥିଲି।ମେସେଜ କଲ ସବୁଥିରୁ ମୁଁ ବ୍ଲକ ହୋଇଚି।

ସେଥିପାଇଁ ମୁଁ ସେଥିରୁ ଜଣେଇବାକୁ ଚାହୁଁଥିଲି ଯେ ମୋ ଶଶୁରଙ୍କୁ ଆଉ ମୋ ସ୍ବାମୀଙ୍କୁ ବି।ତାଙ୍କ ମୁଣ୍ଡରେ ଯେଉଁ ଭର୍ତି କରି ଦିଆଯାଇଛି ଯେ ସେ ଝିଅ ପଇସା ପାଇଁ ତୋ ସହିତ ରହିବାକୁ ଚାହୁଁଚି।ସେଥିପାଇଁ ମୁଁ ଆପଣ ମାନଙ୍କ ମାଧ୍ୟମରେ ସେ କଥା ପହଞ୍ଚେଇବାକୁ ଚାହୁଁଥିଲି।ଆଉ ଏବେ ସବୁ ତାଙ୍କ ହାତରେ ଆଉ ନ୍ୟାୟାଳୟ ହାତରେ।

ତ ଯାହା ହବ ଭଗବାନ କରିବେ ସବୁ ଠିକ ହେବ ବୋଲି ଭାବୁଛି।ଗୋଟିଏ ସ୍ବାମୀ ସ୍ତ୍ରୀ କହିବେ ଯେ ତାଙ୍କ ଭିତରେ କେତେ ସମ୍ପର୍କ ଭଲ ବୋଲି।ଆଉ କଣ ହେବାରୁ ଏ ଘଟଣା ସବୁ ଆସିଛି।ମୁଁ ଏତିକି କହିବି ଯେ ମୋ ସ୍ବାମୀ ମତେ ବହୁତ ଭଲ ପାଆନ୍ତି ତାଙ୍କ ଆଖିରେ ମୁଁ ମୋ ପାଇଁ ଲୁହ ଦେଖିଛି ଆଉ ମୋ ପାଇଁ ଭଲ ପାଇବା ବି ଦେଖିଛି।

ଆଉ ମୋ ସ୍ବାମୀ କେବଳ ବଦଳି ଯାଇଛନ୍ତି କାରଣ ସେ ଯେମିତି କହୁଥିଲେ କି ୭ ଦିନ ଭିତରେ କି ବାପା ମତେ କହୁଥିଲେ ତମେ ଯେତେବେଳେ ବାହାରେ ବସୁଛ ମାଙ୍କ ଦେହ କେତେ ଖରାପ ହୋଇଯାଇଥିଲା।ଆଉ ବାବା ମୋତେ ଫୋନ କରି କହୁଥିଲେ ଯେ ତୋ ପାଇଁ ମାଙ୍କ ଦେହ ଖରାପ ହେଲା।ମୋ ପାଇଁ ହିଁ ସବୁ ହଉଚି।

ତ କୁହନ୍ତୁ ମୁ କଣ କରିବି।ମୁଁ ଆଜି କହିବାକୁ ଚାହୁଁଚି ଯେ ଏମିତି ଇମୋସନାଲି ବ୍ଲାକମେଲିଙ୍ଗ କରି ସୁମିତଙ୍କ ବ୍ରେନକୁ ୱାସ କରା ଯାଇଛି।ମୁଁ ସୁମିତଙ୍କୁ ଅନୁରୋଧ କରିବି ଯେ ନାଇ ସୁମିତ ମୁଁ ତୁମକୁ ବର୍ବାଦ କରିବା ପାଇଁ ଚାହୁଁନି ଆଉ ଯେଉଁ ପଇସା ପତ୍ର କଥା କହୁଚ ମୋତେ ଟଙ୍କାଟେ ଦରକାର ନାହିଁ।ଲୋକେ କହୁଛନ୍ତି ଯେ ମୋତେ ୮ ଲକ୍ଷ ଦେଇଦିଅ ମୁଁ ପଳେଇବି ମତେ ୮୦ କୋଟି ଦେଲେ ବି ମୁଁ ଗ୍ରହଣ କରିବିନି। ମୋତେ କେବଳ ସୁମିତ ଦରକାର।

Leave a Reply

Your email address will not be published. Required fields are marked *