ନୂଆ ଓଡ଼ିଆ ଫିଲ୍ମ ବିଜୟିନୀ ରେ ଅନୁଭବ ଙ୍କୁ ରିଜେକ୍ଟ କରି ଏହି ହିରୋ ଙ୍କୁ Select କଲେ ଓଡ଼ିଆ ହିରୋଇନ Barasa ପ୍ରିୟଦର୍ଶିନୀ,ନାମ ଜାଣିଲେ ଆପଣ ମଧ୍ୟ କହିବେ କଣ ପାଇଁ ଏମିତି କରିଲ

Spread the love

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଚଳଚ୍ଚିତ୍ର ନିଶ୍ଚୟ ଦେଖିଥିବେ।ଯଦି ଆପଣ ଦେଖୁଥିବେ ତ ଓଲିଉଡ଼ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ ତ ନିଶ୍ଚୟ ଜାଣିଥିବେ।ତେବେ ଆଜି ମୁଁ ଆପଣ ମାନଙ୍କୁ ତାଙ୍କ ଆଗାମୀ ନୂଆ ଫିଲ୍ମ ବିଷୟରେ କିଛି ସୂଚନା ଦେବି।ସାଙ୍ଗମାନେ ଓଲିଉଡ଼ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଅନେକ ବର୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଥିବାର ତ ଆପଣ ମାନେ ନିଶ୍ଚୟ ଜାଣିଥିବେ।

ଏମିତିରେ ବି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ବିବାଦ ପରଠାରୁ ଅନୁଭବ ମଧ୍ୟ ଓଲିଉଡ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି।କିନ୍ତୁ ନିଜ ପ୍ରଶଂସକ ମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିବାକୁ ଯାଉଛନ୍ତି ଆଉ ଏକ ଓଲିଉଡ ନୂଆ ଚଳଚ୍ଚିତ୍ରରେ।ସାଙ୍ଗମାନେ ଏହି ଚଳଚ୍ଚିତ୍ରର ଟାଇଟଲ ରଖା ଯାଇଛି ବିଜୟିନୀ।

ତେବେ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେଉଛି କି ଏହି ଚଳଚ୍ଚିତ୍ରରେ ହିରୋ ଭାବେ ଅଭିନୟ କରିଥାନ୍ତେ ନିଜେ ଅନୁଭବ ମହାନ୍ତି।କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଏହି ଫିଲ୍ମରୁ ନିଜେ ରିଯେକ୍ଟ କରି ଦେଇଛନ୍ତି।ତେବେ ଏହା କେତେ ସତ କେତେ ମିଛ।କଣ ରହିଛି ଏହା ପଛରେ ସମ୍ପୂର୍ଣ ଖବର ଏବଂ କଣ ରହିଛି ନୂଆ ଫିଲ୍ମ ବିଜୟିନୀର ଲାଟେଷ୍ଟ ଅପଡେଟ।

ସାଙ୍ଗମାନେ ଅନେକ ବର୍ଷ ଧରି ଓଲିଉଡ ଚଳଚ୍ଚିତ୍ର ଜଗତ ଠାରୁ ଦୂରେଇ ରହିବା ପରେ ବିଜୟିନୀ ଫିଲ୍ମ ଜରିଆରେ କମବ୍ୟାକ କରୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଯାହାଙ୍କ ବିପକ୍ଷରେ ପ୍ରଥମ ଥର ଅଭିନୟ କରିବାକୁ ଯାଉଛନ୍ତି ଦେବାଶିଷ।ସେ ଏଥର ପ୍ରଥମ ଥର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି।

ଏହି ବିଜୟିନୀ ଚଳଚ୍ଚିତ୍ରରେ ସୁଧାକର ବସନ୍ତ ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ପ୍ରେମାନନ୍ଦ।ବିଜୟ କନ୍ଦୋଇ ଓ ସଙ୍ଗୀତା କନ୍ଦୋଇ ଏହି ଫିଲ୍ମର ନିର୍ମାଣ କରିବାକୁ ଯାଉଥିବା ବେଳେ ଏହା ବିଦିସା କ୍ରାଫ୍ଟ ପ୍ରଡକ୍ସନ ମାଧ୍ୟମରେ ଆସିବାକୁ ଯାଉଚି।ଏହାର ସଂଳାପ ନିଜ ହାତରେ ସଜାଇଛନ୍ତି ବିଜୟ ମଲ୍ଲ।

ତେବେ ଏକ ସମ୍ପୂର୍ଣ ଦମଦାର ବିଷୟ ବସ୍ତୁକୁ ନେଇ ଉପସ୍ଥାପନ କରିବାକୁ ଯାଉଚି ବିଦିଶା କ୍ରାଫ୍ଟ।ସାଙ୍ଗମାନେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି କି ଏହି ଫିଲ୍ମରେ ହିରୋ ଭାବେ ଅଭିନୟ କରିବା ପାଇଁ ପ୍ରଥମେ ଅନୁଭବ ମହାନ୍ତିଙ୍କୁ ଅଫର ମିଳିଥିଲା।କିନ୍ତୁ ଅଭିନେତ୍ରୀ ବର୍ଷା ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରିଜେକ୍ଟ କରି ଦେଇଥିଲେ।

ପରେ ଏହାପାଇଁ ଦେବାଶିଷଙ୍କୁ ସିଲେକ୍ଟ କରାଯାଇଥିଲା।ତେବେ ବନ୍ଧୁଗଣ ଏହା ସମ୍ପୂର୍ଣ ମିଛ କଥା।ଆରମ୍ଭରୁ ହିଁ ଏହି ଫିଲ୍ମର ଷ୍ଟାର କାଷ୍ଟ ସରି ଯାଇଥିଲା।ତେବେ ଏହିଭଳି ଗୁଜବକୁ ଜମା ବିଶ୍ୱାସ କରନ୍ତୁ ନାହିଁ।ତେବେ ଆପଣଙ୍କ ମତରେ ବର୍ଷ ଅନୁଭବ ବିବାଦ ଏପରି ଆଉ କେତେ ଦିନ ଚାଲିବ ଓ କେବେ ଏହାର ପୂର୍ଣ୍ଣଛେଦ ପଡିବ ବୋଲି ଆପଣ ଆଶା ରଖିଛନ୍ତି ନିଶ୍ଚୟ ମତାମତ ଦେବେ

Leave a Reply

Your email address will not be published. Required fields are marked *