General Knowledge – ଗୋଟିଏ ଔଷଧର ନାମ,ଗୋଟିଏ ରାଜାର ନାମ,ଗୋଟିଏ ଗଛର ନାମ,ଗୋଟିଏ ଫିଲ୍ମର ନାମ? ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ

ଓଡ଼ିଶାର ଲୋକମାନେ ଅଧିକ ଭାବରେ ଢଗ ଢମାଳି ପଡ଼ିବାକୁ ବହୁତ ଅଧିକ ପସନ୍ଦ କରିଥାନ୍ତି।ଆମେ ବର୍ତ୍ତମାନ ସେହିପରି ଭାବରେ କିଛି ଢଗ ଢମାଳି ଆଲୋଚନା କରିବା ଯାହାର ପ୍ରଶ୍ନ ଓ ଉତ୍ତର ମଧ୍ୟ ଆମେ ଆଲୋଚନା କରିବା।୧:- ବାବାଜୀ ନୁହେଁ ତା ପଢିଛି ଦାଢ଼ି, ପାଦତଳ ଯାଏ ଯାଇଛି ମାଡି,ପିଲାଏ ଖେଳନ୍ତି ତା ଦାଢ଼ିରେ ଦୋଳି,ପକ୍ଷୀ ଖାଆନ୍ତି ତା ନାଲି କୋଳି? ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ବରଗଛ।

୨:- ଜୀବ କିମ୍ବା ନିର୍ଜୀବର କେଉଁ ଅଂଶ ପାଣିରେ ପଡ଼ିବା ପରେ ମଧ୍ୟ ଓଦା ହୁଏ ନାହିଁ?ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ଛାଇ।

୩:- ତାହା କଣ ଯାହା ଦିନ ହେଉ କିମ୍ବା ରାତି ହେଉ ତାହା ସବୁ ସମୟରେ ଚାଲୁଥାଏ।ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ନଦୀ ବା ସମୟ।

୪:- ଏପରି କେଉଁ କାର୍ଯ୍ୟ ଯାହାକୁ ମଣିଷ ମଲା ପରେ ମଧ୍ୟ କରିପାରେ?ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ଅଙ୍ଗ ଦାନ।

୫:- ଫୁଲ ନଥିଲେ ବି ବାସ୍ନା ହୁଏ,ଈର୍ଷା ନଥିଲେ ବି ଜଳିଥାଏ ସେ କିଏ ?ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ଧୂପକାଠୀ।

୬:- କଞ୍ଚା ବେଳେ କରିବା ତାହା ପାଚିଗଲେ ଫଳ ତାହା କଣ? ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- କଦଳୀ।

୭:- ଗଛ ଲଗାଇଲି ଫଳିବା ପାଇଁ,ହେଲେ ଫଳିଲା ପାଚିଲା ହେଲେ ଝଡିଲା ନାହିଁ ତାହା କଣ? ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ଭେଣ୍ଡି

୮:- ଗୋଟିଏ ଗୁମ୍ଫାରେ ୩୨ ଚୋର,ଦିନରେ କରନ୍ତି କାମ ରାତିରେ ଆରାମ,ଏବେ କୁହ ତାଙ୍କ ନାମ? ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ଦାନ୍ତ।

୯:- ଏପରି ଏକ ଯିବର ନାମ କୁହ,ଯାହା ଜଳ ସ୍ଥଳ ଓ ଆକାଶରେ ସହଜରେ ଯାଇପାରେ।
ଉତ୍ତର:- ମଣିଷ।

୧୦:- କେଉଁ ଫଳ ମଞ୍ଜି ତାହା ଭିତରେ ନଥାଇ ତାହା ଉପରେ ରହିଥାଏ?
ଉତ୍ତର:- ଲିଚୁ।

୧୧:- ଗୋଟିଏ ଔଷଧର ନାମ,ଗୋଟିଏ ରାଜାର ନାମ,ଗୋଟିଏ ଗଛର ନାମ,ଗୋଟିଏ ଫିଲ୍ମର ନାମ? ଏହାର ଉତ୍ତର ଆପଣଙ୍କୁ ଗୋଟିଏ ଶବ୍ଦ ମଧ୍ୟରେ ଦେବାକୁ ହେବ।
ଉତ୍ତର:- ଅଶୋକ।

Leave a Reply

Your email address will not be published. Required fields are marked *