ଫେରିଲେ Swastik ଓ ରାଧିକା,ଆରମ୍ଭ ହେଲା ଏହି ନୂଆ ସିରିଏଲର Shooting,ସୁଟିଙ୍ଗର ପ୍ରଥମ ଦିନରେ ଏଭଳି ମଜା ମସ୍ତି କରିବାର ନଜର ଆସିଲେ ଦୁଇଜଣ କଳାକାର

Spread the love

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଧାରାବାହିକ ସବୁ ନିଶ୍ଚୟ ଦେଖୁଥିବେ।ତାହା ଆପଣ ମାନଙ୍କୁ ପସନ୍ଦ ମଧ୍ୟ ଆସୁଥିବ।ତେବେ ଯଦି ଆପଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆବୋହୂ ଧାରାବାହିକ ଦେଖୁଥିବେ ତ ଆପଣ ସେଥିରେ ଅଭିନୟ କରୁଥିବା ସାତ୍ୱିକ ଓ ରାଧିକାଙ୍କୁ ତ ନିଶ୍ଚୟ ଜାଣିଥିବେ।ତେବେ ସେହି ଦୁଇ ଜଣଙ୍କୁ ଆପଣ ଆଗରୁ ନୁଆବୋହୁ ସିରିଏଲରେ ଦେଖିବାକୁ ପାଉଥିବେ।କିନ୍ତୁ ବର୍ତ୍ତମାନ ଦୁଇ ଜଣ ଅନ୍ୟ ଏକ ସିରିଏଲରେ କାମ କରୁଛନ୍ତି।

ତେବେ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବେଶ ପସନ୍ଦ ଆସିଥାଏ।ସେମାନଙ୍କ ଯୋଡି ମଧ୍ୟ ଓଡ଼ିଶାର ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ତେବେ ଆପଣ ମାନଙ୍କୁ ମୁଁ ଆଜି ତାଙ୍କର ନୂଆ ସିରିଏଲ ବିଷୟରେ କିଛି କହିବି।ସାଙ୍ଗମାନେ ସାତ୍ୱିକ ଏବଂ ରାଧିକା ଆରମ୍ଭ କଲେ ବୋହୁ ଆମର ଲକ୍ଷ୍ମୀ ପ୍ରତିମା ଧାରାବାହିକର ସୁଟିଙ୍ଗ ଏବଂ ସୁଟିଙ୍ଗ ସେଟରେ କଲେ ବହୁତ ଗୁଡ଼ିଏ ମଜା ମସ୍ତି।

ତେବେ କେମିତି ରହିଛି ପ୍ରଥମ ଦିନର ସୁଟିଙ୍ଗ।କେବେ ଆସିବ ବୋହୂ ଆମର ଲକ୍ଷ୍ମୀ ପ୍ରତିମା ଧାରାବାହିକଟି।ସାଙ୍ଗମାନେ ନୂଆବୋହୁ ଧାରାବାହିକ ଛାଡ଼ିବା ପରେ ସାତ୍ୱିକ ଓ ରାଧିକାଙ୍କୁ ଦର୍ଶକ ମାନେ ଅନେକ ମିସ କରୁଥିଲେ।ଏମିତି କି ପୁଣିଥରେ ନୁଆବୋହୁ ସିରିଏଲକୁ ଫେରିବା ପାଇଁ ଦାବି ମଧ୍ୟ କରୁଥିଲେ।ତେବେ ତରଙ୍ଗ ପକ୍ଷରୁ ଆଉ ଏକ ନୂଆ ସିରିଏଲ ଆସିବାକୁ ଯାଉଚି ଯାହାର ନାମ ହେଉଛି ବୋହୂ ଆମର ଲକ୍ଷ୍ମୀ ପ୍ରତିମା।

ସାଙ୍ଗମାନେ ଏହି ସିରିଏଲର ସୁଟିଙ୍ଗ କାମ ମଧ୍ୟ ଆରମ୍ଭ ହୋଇ ଯାଇଛି।ତେବେ ଏହି ଧାରାବାହିକର ସୁଟିଙ୍ଗର ପ୍ରଥମ ଦିନରେ ସାତ୍ୱିକ ଏବଂ ରାଧିକା ଅନେକ ମଜା ମସ୍ତି କରୁଥିବାର ସୂଚନା ମିଳିଛି।ଯାହା ସୂଚନା ମିଳୁଚି କି ଏହି ସିରିଏଲରେ ସାତ୍ୱିକ ଏବଂ ରାଧିକା ପରସ୍ପର ସ୍ବାମୀ ସ୍ତ୍ରୀ ଭାବେ ନୁହେଁ ବରଂ ଏକ ଭିନ୍ନ ଧରଣର ଲଭ ଷ୍ଟୋରି ଭାବରେ ସାମ୍ନାକୁ ଆସିବେ।

ଏଥିରେ ରାଧିକା ଏକ ଭିନ୍ନ ବୋହୂର ଚରିତ୍ରରେ ଅଭିନୟ କରୁଥିବାର ଜଣାପଡ଼ିଛି।ଯେ କି ନିଜ ସ୍ଵାମୀଙ୍କ ମୃତ୍ୟୁ ପରେ ନିଜ ଶାଶୁ ଶ୍ଵଶୁର,ଦିଅର ଓ ଗୋଟିଏ ନଣନ୍ଦଙ୍କ ଦାୟିତ୍ଵ କିପରି ବହନ କରୁଚି ତାହା ଏଥିରେ ଦର୍ଶକ ଦେଖିବାକୁ ପାଇବେ।ଦର୍ଶକ ମାନେ ଖୁବ ଶୀଘ୍ର ଏହି ପାରିବାରିକ ସିରିଏଲଟିକୁ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି।

କେବଳ ସେତିକି ନୁହେଁ ସାଙ୍ଗମାନେ ଏହି ସିରିଏଲରେ ସାତ୍ୱିକ ଜଣେ ଗୁଣ୍ଡା ଭୂମିକାରେ ଅଭିନୟ କରୁଥିବାର ଜଣାପଡ଼ିଛି।ତେବେ ସାତ୍ୱିକ ଏବଂ ରାଧିକା ଏହି ସିରିଏଲରେ କିପରି ଏକାଠି ହେବେ,କେମିତି ସବୁ ଝଡ଼ ଝଞ୍ଜା ପାର କରିବେ ତାହା ଦେଖିବା ବାକି ରହିଛି।ତେବେ ରାଧିକା ଓ ସାତ୍ୱିକଙ୍କୁ ଆପଣ ମାନେ ଖୁବ ଶୀଘ୍ର ଆପଣଙ୍କ ଟିଭି ପରଦାରେ ଦେଖିବାକୁ ପାଇବେ।

Leave a Reply

Your email address will not be published. Required fields are marked *