ଶନିଦେବଙ୍କ ପ୍ରିୟ ଗଛ – ଯେଉଁ ଘରେ ଥାଏ ସେହି ଘରେ ଦରିଦ୍ର ପସିପାରିନଥାଏ – ନିଶ୍ଚୟ ଆପଣଙ୍କ ଘରେ ଲଗାନ୍ତୁ

Spread the love

ଆପଣ ସମସ୍ତେ ଶନିଦେବଙ୍କ ବିଷୟରେ ନିଶ୍ଚିତ ଜାଣିଥିବେ।ଶନିଦେବ ନ୍ୟାୟର ଦେବତା ଅଟନ୍ତି।ସେ ସର୍ବଦା ନ୍ୟାୟ କରିଥାନ୍ତି। ଯାହାଙ୍କ ଉପରେ ଶନିଦେବଙ୍କ ଖରାପ ଦୃଷ୍ଟି ପଡିଥାଏ ତାକୁ ବହୁତ ଅଶୁବିଧା ଭୋଗ କରିବାକୁ ପଡିଥାଏ। ଆପଣ ନିଶ୍ଚିତ ଶୁଣିଥିବେ ଅନେକ ଲୋକଙ୍କ କହୁଥିବା କି ତାର ଶନି ସାଢ଼େ ସାତ ଚାଲିଛି। ଏହା ଯାହାର ଚାଲିଥାଏ ତାହାକୁ ଅନେକ କଷ୍ଟ ଭୋଗ କରିବାକୁ ପଡିଥାଏ।କିନ୍ତୁ ଆପଣଙ୍କୁ କହିରଖିବୁ ଶନିଦେବ କେବେବି କାହାର କ୍ଷତି କରିନଥାନ୍ତି।ଯିଏ ନ୍ୟାୟରେ ଥାଏ ଶନିଦେବ ତା ସହିତ ସର୍ବଦା ଭଲ କରିଥାନ୍ତି କିନ୍ତ ଯିଏ ପାପ କର୍ମ କରିଥାଏ ତା ସହିତ ଶନିଦେବ ବହୁତ ଖରାପ କରିଥାନ୍ତି।ଏପରି କିଛ ଜିନିଷ ମଧ୍ୟ ଅଛି ଯାହା ଶନିଦେବଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ।ଯେପରି ଆପଣ ଜାଣିଥିବେ ଶନିଦେବଙ୍କୁ କଳା କପଡା ଓ ତେଲ ବହୁତ ପସନ୍ଦ ହୋଇଥାଏ।

ଅନେକ ଲୋକ ଶନିଦେବଙ୍କୁ ପ୍ରସଂନ କରିବା ପାଇଁ ଶନିବାରେ ଶନିମନ୍ଦିରରେ କଳା ବସ୍ତ୍ର ଓ ତେଲ ଅର୍ପଣ କରନ୍ତି।କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଏସବୁ ଛଡା ଆଉ ଏକ ଜିନିଷ ମଧ୍ୟ ଅଛି ଯାହା ଶନିଦେବଙ୍କୁ ବହୁତ ପସନ୍ଦ ଅଟେ।ଏକ ଏପରି ଗଛ ଅଛି ଯାହା ଶନିଦେବଙ୍କୁ ବହୁତ ପସନ୍ଦ।ଯେବେ ରାମଚନ୍ଦ୍ର ଲଙ୍କା ବିଜୟ କରି ଫେରିଥିଲେ ଏହି ଗଛକୁ ପୂଜା କରିଥିଲେ।ଏହି ଗଛ ନାମ ହେଉଛି ଶନି ବୃକ୍ଷ ।ଏହା ବହୁତ ଶକ୍ତିଶାଳୀ ବୃକ୍ଷ ଥାଏ।ଏହାକୁ ଅନେକ ପୂଜା ରେ ମଧ୍ୟ ବ୍ୟବହାର କରାଯାଇଥାଏ।କାଳୀ ପୂଜା ସମୟରେ ମଧ୍ୟ ଏହି ଗଛର ପତ୍ର ପୂଜାରେ ଲାଗିଥାଏ।ଏହି ଗଛ କଥା ମହାଭାରତ ସମୟତେ ମଧ୍ୟ କୁହାଯାଇଛି।ଯେବେ ପାଣ୍ଡଵ ମାନେ ଅଜ୍ଞାତ ବନବାନ ଯାଇଥିଲେ ସେହି ସମୟରେ ସେମାନେ ନିଜ ଅସ୍ତ୍ର ଶସ୍ତ୍ର ଏହି ଗଛ ମୂଳେ ଲୁଚାଇଥିଲେ।

ସେବେଠାରୁ ଏହି ଗଛକୁ ପୂଜା କରାଯାଏ।ଏହାକୁ ପୂଜା କରିବା ଦ୍ୱାରା ଶନିଦେବ କୃପା କରିଥାନ୍ତି।ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ଅଛି କିନ୍ତୁ ସବୁଠୁ ଭଲ ଉପାୟ ହେଉଛି ଏହି ଶନି ବୃକ୍ଷରେ କୁ ପୂଜା କରିବା।ଯଦି ଆପଣଙ୍କ ଉପରେ ମଧ୍ୟ ଶନିଦେବଙ୍କ ଖରାପ ଦୃଷ୍ଟି ପଡିଛି ତେବେ ଆପଣ ଯଦି ଏହି ଗଛକୁ ପୂଜା କରିବେ ତେବେ ଶନିଦେବ ଖୁସି ହେବେ ଓ ଆପଣଙ୍କ ସବୁ ଦୁଃଖ ଦୂର କରିଦେବେ।ଏହା ଦ୍ଵାରା ଆପଣଙ୍କ ପାଖୁ କୌଣସି ଅଶୁବିଧା ଆସିବନାହିଁ।ଧନର ମଧ୍ୟ ଅଭାବ ରହିବନାହିଁ।ଏହି ଗଛକୁ ଘରେ ଲଗାଇବ ର ଉତ୍ତମ ସମୟ ହେଉଛି ଶନି ଜୟନ୍ତୀ।ଏହି ଦିନ ଆପଣ ଏହି ବୃକ୍ଷକୁ ଆଣି ଘରେ ଲଗାଇ ନିୟମିତ ତାହାକୁ ପୂଜା କରିବା ଦ୍ଵାରା ଉତ୍ତମ ଫଳ ମିଳିଥାଏ।ଏହାକୁ ଘରର ପୂର୍ଵ ବା ଉତ୍ତର ଦିଗରେ ଲଗାନ୍ତୁ।ଏହାକୁ ଆୟୁର୍ବେଦରେ ଅନେକ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।

Leave a Reply

Your email address will not be published. Required fields are marked *