ଓଡ଼ିଆ ଫିଲ୍ମ Hero ଓ ହିରୋଇନ ମାନେ ଯିଏକି ଅଳ୍ପ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି – ଏମାନେ ଥିଲେ ଆଜି ଓଡ଼ିଆ ଫିଲ୍ମ ର ଭାଗ୍ୟ ବଦଳିଥାନ୍ତା

Spread the love

ତେବେ ଆମ ଓଡ଼ିଆ ଫିଲ୍ମ ଜଗତରେ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁମାନେ ଖୁବ କମ ବୟସରେ ମୃତ୍ୟୁ ବରଣ କରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହି ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା।ତେବେ ପ୍ରଥମେ ହେଉଛନ୍ତି ଅଭିନେତ୍ରୀ ନିକିତା।ତେବେ ଆମେ ସମସ୍ତେ ଅଭିନେତ୍ରୀ ନିକିତାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତେବେ ଗତବର୍ଷ ତାଙ୍କର ନିଜ ପତିଙ୍କ ସହିତ ଝଗଡ଼ା ହେବା କାରଣରୁ ତାଙ୍କର ପତି ତାଙ୍କୁ ଛାତ ଉପରୁ ପେଲି ଦେଇଥିଲେ ଯାହା ଫଳରେ ତଳେ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା।

ଏହାପରେ ହେଉଛନ୍ତି ଆମ ଓଲିଉଡ ଜଗତର ହାସ୍ୟ ଅଭିନେତା ସଲିଲ।ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଅନେକ ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।ତେବେ ସେ ଗତବର୍ଷ ମୃତ୍ୟୁ ବରଣ କରିଥିଲେ।ଗତବର୍ଷ ନିଜର ସୁଟିଂ ସାରି ନିଜର ଘରକୁ ଫେରୁଥିବା ସମୟରେ ଏକ ଗାଡ଼ି ଦୁର୍ଘଟଣାରେ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ମୃତ୍ୟୁ ଫଳରେ ଓଡ଼ିଆ ଅଭିନୟ ଜଗତର ଏକ ଅପୂରଣୀୟ କ୍ଷତି ହୋଇ ଯାଇଥିଲା।ସେ ଜଣେ ବହୁତ ଭଲ ଅଭିନେତା ଥିଲେ।ତେବେ ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୩୭ ବର୍ଷ ବୟସ ହୋଇଥିଲା।

ଏହାପରେ ହେଉଛନ୍ତି ସଙ୍ଗୀତକାର ସିମ୍ରନ।ତେବେ ସେ ଅନେକ ସଙ୍ଗୀତ ଗାଇଛନ୍ତି।ଯାହା ଅନେକ ଲୋକଙ୍କୁ ମଧ୍ୟ ପସନ୍ଦ ଆସିଥାଏ।ତେବେ ତାଙ୍କର ମୃତ୍ୟୁ ଗତବର୍ଷ ହୋଇ ଯାଇଥିଲା।ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା।ତେବେ ତାଙ୍କର ପତି ତାଙ୍କୁ ଏକ ପୋଲ ଉପରୁ ପେଲି ଦେଇଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଅଭିନେତା ରାଜାଙ୍କୁ ମଧ୍ୟ ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା କରିବା ସହିତ ଅନେକ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି।ତେବେ ନିଜର ପ୍ରେମିକାଙ୍କ ସହିତ ଝଗଡ଼ା ହେବାରୁ ସେ ପୋଲ ଉପରୁ ଡେଇଁ ଆ-ତ୍ମ-ହ-ତ୍ୟା କରିଥିଲେ।ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା।

ଏହାପରେ ହେଉଛନ୍ତି ଅଭିନେତା ପପୁ।ତେବେ ୨୦୧୨ ମସିହାରେ ଅଭିନେତା ପପୁ ମୃତ୍ୟୁ ବରଣ କରିଥିଲେ।ଆମେ ଅଭିନେତା ପପୁଙ୍କୁ ଅନେକ ଆଲବମରେ ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବା।ସେ ଅନେକ ଆଲବମରେ ଅଭିନୟ କରିଛନ୍ତି।ତେବେ ୨୦୧୨ ମସିହାରେ କୌଣସି କାରଣରୁ ନିଜର ଭଡ଼ା ଘରେ ରଶି ଲଗାଇ ସେ ମୃତ୍ୟୁ କରିଥିଲେ।ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା।

ଆମେ ସମସ୍ତେ ମିନକେତନଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ତେବେ ସେ କ୍ୟାନ୍ସରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ।

ଏହାପରେ ହେଉଛନ୍ତି ହର ପଟ୍ଟନାୟକ।ସେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।ସେ କିଛିଦିନ ତଳେ କ୍ୟାନ୍ସରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ।ତେବେ ତାଙ୍କୁ ମୃତ୍ୟୁ ବେଳକୁ ୫୭ ବର୍ଷ ବୟସ ହୋଇଥିଲା।

ଏହାପରେ ହେଉଛନ୍ତି ହାସ୍ୟ ଅଭିନେତା ସୌମ୍ୟରଞ୍ଜନ।ସେ ମଧ୍ୟ କ୍ୟାନ୍ସରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ।ସେ ଅନେକ ଲୋକଙ୍କୁ ହସାଇ ପାରୁଥିଲେ।ସେ ଅନେକ ଦିନ ଚିକିତ୍ସିତ ହେବା ପରେ ଶେଷରେ ମୃତ୍ୟୁ ବରଣ କରିଥିଲେ।ତାଙ୍କର ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା।

Leave a Reply

Your email address will not be published. Required fields are marked *