ପୁଣି ଭିଜିବା ପୁରା ଓଡିଶା,10th ରୁ ଏହି ଜିଲ୍ଲାମାନଙ୍କରେ ହେବ ପ୍ରବଳ ବର୍ଷା,ଏମାନେ ରୁହନ୍ତୁ ସବୁଠୁ ଅଧିକ ସତର୍କ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଓଡିଶାର ପାଣିପାଗ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଯାହା କିଛି ସୂଚନା ମିଳିଛି ସେହି ଅନୁସାରେ ପୁଣିଥରେ ଭିଜିବ ଓଡିଶା।ରାଜ୍ୟକୁ ଭିଯାଇବ ଘୁର୍ଣ୍ଣି ବଳୟ।ଉପାନ୍ତରୁ ଉପକୂଳ ସବୁଠି ହେବ ବର୍ଷା।

ଘନୀଭୂତ ପଶ୍ଚିମାଝଡ଼ ଆଜିଠୁ ଆହୁରି ଅଧିକ ଘନିଭୁତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଘୁର୍ଣ୍ଣି ବଳୟ ରୂପ ନେବ।ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି।ବିଶେଷ କରି ସୁନ୍ଦରଗଡ ଝାରସୁଗୁଡା, ଦେଓଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡା ଏବଂ ନବରଙ୍ଗପୁରରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଏହା ସହିତ ପୂର୍ବ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୧୧ ତାରିଖରୁ ୧୪ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ଅନ୍ୟପଟେ ଓଡିଶାକୁ ଜଲୀୟବାଷ୍ପ ପୁର୍ଣ ଉଷ୍ମ ବାଷ୍ପ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି।ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଦୁଇରୁ ଚାରି ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ଚାରୋଟି ଜିଲ୍ଲା କନ୍ଧମାଳ, କଲହାଣ୍ଡି, ନବରଙ୍ଗପୁର ଏବଂ କୋରଫୁଟକୁ ୟେଲୋ ଆଲର୍ଟ ଜାରି ହୋଇଛି।କୁହୁଡି ପାଇଁ ଗାଡି ଚାଳକ ପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଅଞ୍ଚଳିକ ପାଣିପାଗ କେନ୍ଦ୍ର।ତେବେ ଏହି ଘୁର୍ଣ୍ଣି ବଳୟ କେତେ ଭିଯାଇବ ଏବଂ ଏହାର ପ୍ରଭାବ କଣ ରହିବ ଆସନ୍ତୁ ଜାଣିବା ଏହା ବିଷୟରେ।

ତେବେ ଯେଉଁ ୱେଷ୍ଟନ ଡିଷ୍ଟର୍ବନ୍ସ ଥିଲା ତାହା ଘୁର୍ଣ୍ଣି ବଳୟର ରୂପ ନେବ।ତାହାର ପ୍ରଭାବ ଓଡିଶା ଉପରେ ପଡିବ।ଓଡ଼ିଶାରେ ଆସନ୍ତା ୧୦ ତାରିଖରୁ ପ୍ରବଳ ବର୍ଷା ହେବ।୧୧ତାରିଖ ଠାରୁ ବର୍ଷାର ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି। ବିଶେଷ କରି ପ୍ରାଥମିକ ପର୍ୟ୍ଯୟରେ ପଶ୍ଚିମ ଓଡିଶାର ଯେଉଁ ଜିଲ୍ଲା ଗୁଡିକ ରହିଛି

ସେହି ଜିଲ୍ଲା ଗୁଡିକ ହେଲା ବରଗଡ଼ ସମ୍ବଲପୁର, କେଉଁଝର, ସୋନପୁର, ବଲାଂଗୀର ନୂଆପଡା, କଲହାଣ୍ଡି ଏବଂ ନବରଙ୍ଗପୁର ଏହା ସହିତ ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।ବିଶେଷ କରି ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।ଯେଉଁ ଘୁର୍ଣ୍ଣି ବଳୟ ସୃଷ୍ଟି ହେବ ସେହୁ ଘୁର୍ଣ୍ଣି ବଳୟ ପ୍ରଭାବରେ ବର୍ଷା ହେବ।ଏହା ସହିତ ଯେଉଁ ଉପକୂଳ ଓଡ଼ିଶାରେ ଯେଉଁ ଜିଲ୍ଲା ରହିଛି ସେଠାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *