ସେ ରାତିରେ Padmapura ଜଙ୍ଗଲ ରାସ୍ତାରେ ଯାହା ଘଟିଲା ତାହା କାହା ସହ ନ ଘଟୁ,ପଢିଲେ ଡ଼ରିକି ଛାନିଆ ହେଇଯିବେ ଆପଣ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ମଶାଣି ରାସ୍ତାର ଘଟଣା ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।କଟକରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ଗ୍ରାମ।ସେତେବେଳେ କଟକ ଆସିବାକୁ ହେଲେ ପାଖାପାଖି ୧୦ କିଲୋମିଟର ସାଇକେଲ ବା ରିକ୍ସା ଯୋଗେ ଆସିବାକୁ ପଡେ।

ପଦ୍ମପୁରରେ ଏପରି ଏକ ଘଟଣା ହୋଇଥିଲା ଯାହା ଆଖ ପାଖ ଗ୍ରାମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା।ଏବେ ବି ସେ କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠେ।ଧନୁ କୌଣସି ଏକ କାମରେ କଟକ ଯାଇଥିଲେ।ସେଠାରେ କାମ ସରୁ ସରୁ ଡେରି ହୋଇଗଲା।ସେ ରାତ୍ରି ସମୟରେ ଏକ ନାଇଟ ବସରେ ଚଢି ଘରକୁ ବାହାରିଲେ।ଜାତୟ ରାଜପଥ ଛକରେ ଗାଡି ପହଞ୍ଚିଲା ବେଳକୁ ରାତି ୧୦ଟା ହୋଇଥିଲା

ଛକ ସମ୍ପୂର୍ଣ୍ଣ ଜନଶୂନ୍ୟ।ସେ ସେଠାରେ ସାଇକେଲେ ନେଇ ବାହାରିଲା।କିଛି ବାଟ ଗଲା ପରେ ଆଉ ଅଳ୍ପ ରାସ୍ତା ବାକି ରହିଲା।ଏବଂ ସେହି ସ୍ଥାନରେ ସାଇକେଲର ଚେନଟି ଛିଡି ଗଲା।ସେଠାରେ ଥିବା ଚାନ୍ଦିନୀ ପାଖରେ ପହଞ୍ଚିଲା ଧନୁ।ସେଠାରେ ଜଣେ ପରିଚିତ ବ୍ୟକ୍ତିଙ୍କ ପାଖରେ ସାଇକେଲଟି ରଖି ଚାଲିଚାଲି ଗଲା।ଏବଂ ଧନୁକୁ ଚାଲି ଚାଲି ଯିବା ବାଟରେ ଡର ଲାଗୁଥାଏ।

ସେ ଏକ ମଶାଣି ରାସ୍ତାରେ ପହଞ୍ଚିଲା।ଏହାପରେ ରିକ୍ସାଟିଏ ଆସି ଧନୁର ପାଖା ପାଖି ପହଞ୍ଚିଲା।ଧନୁ ରିକ୍ସାରେ ବସି ଆଗକୁ ଚାଲିଲା।ସେ ଏକ କଳା କପଡା ଘୋଡେଇ ହୋଇଥିଲା ତା ମୁହଁ ଭଲସେ ଦିଶୁ ନଥାଏ।ଯେତେବେଳେ ଧନୁ ତାର କପଡା ଉଠାଇ ଦେଖିଲା ତ ଧନୁ ପୁରା ଡରିଗଲା।ତା ହାତରେ ଖାଲି ଧଳା ହାଡ଼ ଥିଲା।ରିକ୍ସାରୁ ଡେଇଁ ଚିତ୍କାର କରି ଗ୍ରାମ ଆଡ଼କୁ ଦୌଡ଼ିଲା।

ଚିତ୍କାର ଶୁଣି ଲୋକେ ଆସିଲେ।ଧନୁ ସେତେବେଳେ ଚେତା ଶୂନ୍ୟ ହୋଇ ପଡିରହିଥାଏ।ଏବେ ସବୁ ଜାଗାରେ କାଲି ରାତିର ଭୁତ ଉପରେ ଆଲୋଚନା ଚାଲିଥାଏ।ଅନେକ ଲୋକ ଅନେକ କଥା କହୁଥାନ୍ତି।ଏବଂ ଧନୁକୁ ସବୁ ଜାଗାରେ ଭୁତ ଦେଖାଯାଉଥାଏ।ଏହାପରେ ଗୁଣିଆ ଆସି ଧନୁକୁ ଝାଡ଼ି ଦେଇଗଲା।ହେଲେ ବିଶେଷ କିଛି ପରିବର୍ତ୍ତନ ହେଲା ନାହିଁ।ସେ ଦିନକୁ ଦିନ ଦୁର୍ବଳ ହୋଇଗଲା।

ଧନୁକୁ ଏହାପରେ ଡାକ୍ତରଖାନା ନିଆଗଲା।ଏହାପରେ ଡକ୍ଟର କିଛି ମେଡ଼ିସିନ ଲେଖି ଦେଇଦେଲେ।ବଡ଼ ଡାକ୍ତର ବାବୁ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ।ଏହାପରେ ବଡ଼ ଡାକ୍ତର ବାବୁ ଆସି ଧନୁର ବାମ ହାତର ନାଡି ପରୀକ୍ଷା କରୁକରୁ କହିଲେ ଲାଗୁଚି ତମେ ବହୁତ ଡରି ଯାଇଥିଲେ ହେଲେ ଏବେ ବ୍ୟସ୍ତ ହେବାର ନାହିଁ।ଅଳ୍ପ ସ୍ମିତ ହାସ୍ୟ ଦେଇ କହିଲେ ତୁମେ ସେଦିନ କଣ ଦେଖିଲ।

ଧନୁ ସେହି କଥା କହିଲା।ଡାକ୍ତର ବାବୁ ସବୁ ଶୁଣିଲେ ଏହାପରେ ଧଳା କୋର୍ଟ ତଳୁ ନିଜ ଡାହାଣ ହାତ ବଢ଼ାଇ ଦେଇ କହିଲେ ଦେଖିଲ ଠିକ ଏମିତି ଥିଲା କି ସେହି ହାତ ଟି?କିଛି ସମୟ ପରେ ନର୍ସ ଜଣେ ଆସି ଚିତ୍କାର କରି ଉଠିଲେ।ସେମାନେ ଦେଖିଲେ ଧନୁ ବେଡ଼ ଉପରେ ଆଖି ଖୋଲା କରି ପଡିଥାଏ କିନ୍ତୁ ତାର ଆଖିର ପାଳକ ଆଉ ବନ୍ଦ ହେଉ ନଥାଏ।ତେବେ ଏହା ସମ୍ପୂର୍ଣ କାଳ୍ପନିକ ଅଟେ ଦୟାକରି କୌଣସି ପ୍ରକାର ଅନ୍ଧ ବିଶ୍ୱାସ ରେ ବିଶ୍ୱାସ କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *