ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ବିଷୟରେ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ବିଷୟରେ।ଆମ ଗ୍ରାମ ହେଉଛି ସହରାଞ୍ଚଳ ଠାରୁ କିଛି ଦୁରରେ ଅବସ୍ଥିତ।ଏବଂ ସେଠାରେ ମୋର ଦୁଇଜଣ ସବୁଠାରୁ ଭଲ ସାଙ୍ଗ ଥିଲେ।ଜଣଙ୍କ ନାମ ହେଉଛି ରୋଶନ ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ସୁବ୍ରତ।ଆମେ ପରସ୍ପରକୁ ଯେକୌଣସି ସୁବିଧା ଅସୁବିଧା ହେଲେ ସାହାଯ୍ୟ କରିଥାଉ।ଏପରି ଭାବରେ ଆମେ ତିନିଜଣ ସବୁ ସ୍ଥାନକୁ ଏକାଠି ଯାଇଥାଉ।
ଏହି ଘଟଣାଟି ହେଉଛି ୨୦୧୬ ମସିହାର।ଆମ ଗ୍ରାମ ପାଖରେ ଅନ୍ୟ ଏକ ଗ୍ରାମ ଥାଏ।ଏବଂ ସେହି ଗ୍ରାମରେ ଅପେରା ନାଚ ପଡିଥାଏ।ରୋଶନ ଏବଂ ସୁବ୍ରତ ସେଦିନ ଆମ ଘରକୁ ଆସିଥିଲେ।ଆମେ ଏକାଠି ଟିଭି ଦେଖୁଥିଲୁ।ଟିଭି ଦେଖି ସରିବା ପରେ ରୋଶନ ମତେ କହିଲା ଆଣି ଅପେରା ଦେଖିବାକୁ ଯିବା କି?ମୁଁ ହଁ କରିଦେଲି।ମୁଁ ଏହି କଥା ସୁବ୍ରତକୁ ପଚାରିଲି।
ସେ କହିଲା ଯେଉଁଠାରେ ଅପେରା ହେଉଛି ସେହି ଗ୍ରାମ ତ ଏଠାରୁ ୧୫ କିଲୋମିଟର ଦୂର ହେବ।ଏବଂ ଆମେ ସାଇକେଲରେ ଯିବା ଓ ଏହା ବର୍ଷା ଦିନ।ମୁଁ ତାକୁ କହିଲି ଆମେ ସନ୍ଧ୍ୟା ସାତଟାରେ ଯିବା ଏବଂ ଜଲ୍ଦି ଦେଖିସାରି ରାତି ମଧ୍ୟରେ ଆସିଯିବା।ଏହାପରେ ଆମେ ସମସ୍ତେ ସେଠାରୁ ବାହାରିଲୁ।ଆମେ ଯେଉଁ ରାସ୍ତାରେ ଯାଉଥିଲୁ ସେଠାରେ ମଝିରେ ମଝିରେ ଗୋଟିଏ ଗୋଟିଏ ବାଇକ ଯାଉଥାଏ।
ଆମେ ମଧ୍ୟ ମଜା କରି କଥା ବାର୍ତା କରି ଯାଉଥାଉ।ପାଖାପାଖି ଦୁଇ ଘଣ୍ଟା ପରେ ଆମେ ସେଠାରେ ପହଞ୍ଚିଲୁ।ଆମେ ଏକ ଘଣ୍ଟା ସେଠାରେ ବୁଲିଲୁ ଏବଂ ରାତି ୧୦ଟାରେ ଅପେରା ଆରମ୍ଭ ହେଲା।ଅପେରା ଦେଖୁଦେଖୁ ରାତି ଦୁଇଟା ହୋଇଯାଇଥିଲା।ତେଣୁ ଆମେ ସେଠାରୁ ଘରକୁ ଆସିବାକୁ ବାହାରିଗଲୁ।ସେତେବେଳେ ରୋଶନ କହିଲା ଆଜି ରାସ୍ତା ଅଧିକ ସୁନସାନ ଅଛି।କିନ୍ତୁ ଆମେ କଥା ବାର୍ତା ହୋଇ ମନରେ ଭୟ ନ ରଖି ଆଗକୁ ବଢି ଚାଲିଲୁ।କିଛି ବାଟ ଗଲା ପରେ ରୋଶନର ସାଇକେଲର ଚେନଟି ଖସିଗଲା ଏବଂ ତା ହାତରୁ ଟର୍ଚ୍ଚ ପଡିଗଲା ଏବଂ ଆଉ ଲାଗିଲା ନାହିଁ।
ଆମେ ତାର ଚେନ ଠିକ କରିଦେଇ ସାଙ୍ଗରେ ଆସିବାକୁ କହିଲୁ।କିଛି ବାଟ ଗଲା ପରେ ଆଉଥରେ ରୋଶନର ସାଇକେଲର ଚେନ ଖସିଗଲା।ଏବଂ ଆମେ ସାଇକେଲରୁ ଓହ୍ଲାଇ ଚେନ ଠିକ କଲୁ।ଏହାପରେ ଯେତେବେଳେ ରୋଶନକୁ ସାଇକେଲ ନେବାପାଇଁ କହିଲୁ କୌଣସି ଉତ୍ତର ଆସିଲାନାହିଁ।ଏହାପରେ ଆମେ ଟର୍ଚ୍ଚ ମାରି ଦେଖିଲୁ ରୋଶନ ଆଉ ଆମ ପାଖରେ ନଥିଲା।
ଏହାପରେ ଆମେ ଦାରିଗଲୁ ଏବଂ ଡରି ଡରି ରାସ୍ତାର ଏପଟ ସେପଟ ଟର୍ଚ୍ଚ ମାରି ଖୋଜିଲୁ।କିଛି ସମୟ ପରେ ରୋଶନର ଚିତ୍କାର ଶୁଭିଲା।ଆମେ ସେଠାକୁ ଦୌଡ଼ିକରି ଗଲୁ।ରୋଶନ ତଳେ ପଡି ଆଖି ବୁଜି ଚିତ୍କାର କରୁଥାଏ।ସେ ଯେଉଁ ସ୍ଥାନରେ ଥିଲା ତାହା ରାସ୍ତା ଠାରୁ ବେଶୀ ସୁନସାନ ଲାଗୁଥାଏ।ଆମେ ସେଠାରେ ଦେଖିଲା ବେଳେ ତାହା ଏକ ମଶାଣି ଥିଲା।ଭୟରେ ଆମ ଦେହ ଥରିଗଲା।
ଏହାପରେ ଆମେ ରୋଶନକୁ ନେଇ ଦୌଡ଼ି କରି ସାଇକେଲ ପାଖକୁ ଆସିଲୁ ଏବଂ ସେଠାରେ ପାଖରେ ଥିବା ଏକ ଗ୍ରାମକୁ ଗଲୁ।ସେଠାରେ ଏକ କୋଠ ଘର ପାଖରେ ପହଞ୍ଚିଲୁ।ସେଠାରେ ରୋଶନ କହିଲା ସେଠାରେ ଏକ ଝିଅ ମତେ ଟାଣି ଟାଣି ମଶାଣି ପାଖକୁ ନେଇଗଲା।ଆମେ ପଚାରିଲୁ ସେଠାରେ ତ ଆଉ କେହି ନଥିଲେ।ସେ କହିଲା ତମେ ସାଇକେଲ ସଯଦିବାରେ ବ୍ୟସ୍ତ ଥିଲ।
ମୁଁ ରାସ୍ତା କଡରେ ଏକ ଝିଅକୁ ବସିଥିବାର ଦେଖିଲି ଏବଂ ପଚାରିଲି ଏତେ ରାତିରେ ଏଠାରେ କଣ କରୁଛ?ସେ କିଛି ଉତ୍ତର ଦେଲେ ନାହିଁ।ଏହାପରେ ମୁଁ ହାତ ପକାଇଲି।ଏବଂ ଏହାପରେ ସେ ବୁଲି ପଡି ମୋ ଗୋଡ଼ ଦୁଇଟି ଧରି ଘୋଷାରି କରି ମତେ ମଶାଣି ଆଡେ ନେଇଗଲା।ଏହି କଥା ଏକ ମଉସା ଶୁଣୁଥାନ୍ତି।ସେ ଏହାପରେ କହିଲେ ସେହି ଝିଅଟି ସବୁ ଦିନ ଏହି ବାଟରେ ସାଇକେଲରେ ଟିଉସନ ଯାଏ।
କିଛି ମଦୁଆ ଲୋକ ଏକ ଦିନ ତା ସହିତ ଜବରଦସ୍ତି କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ତାର ମୁଣ୍ଡକୁ ପଥରରେ ଛେଚି ଦେଇଥିଲା।ଏହାପରେ ତାକୁ ନେଇ ସେହି ମଶାଣିରେ ପୋତିଦେଇଥିଲେ।ସେହି ଦିନ ଠାରୁ ସେହି ଝିଅର ଆତ୍ମା ସେଠାରେ ରହିଥାଏ।ଏବଂ ଯେଉଁ ବ୍ୟକ୍ତି ସେହି ବାଟରେ ଯାଇଥାନ୍ତି ସେ ତାର ଏପରି ଅବସ୍ଥା କରିଥାଏ।ତେବେ ଆମେ ପୂର୍ବ ପରି ସ୍ପଷ୍ଟ କରିଦେଉଛି ଏହି କାହାଣୀ ଆମେ ସଂଗ୍ରହ କରିଛୁ,ଏହାର ସତ୍ୟତା ଆମେ ଜାଣିନାହୁଁ ଓ ଆମେ ଭୁତ ପ୍ରେତ ରେ ବିଶ୍ୱାସ କରୁନାହୁଁ ,ଦୟାକରି ଏହାକୁ କାହାଣୀ ପରି ଗ୍ରହଣ କରନ୍ତୁ