ପାଣିପାଗ Today ରିପୋର୍ଟ – ପୁଣି ଏକ ବଡ଼ ଭୟଙ୍କର ଲଘୁଚାପ,୩ ଦିନ ପ୍ରବଳ ଢାଳିବ ଏହି ଜିଲ୍ଲାରେ ,କମୁଚି ପାଣି ସ୍ତର,ଆଉ ହେବନି ବନ୍ୟା ର ଭୟ

Spread the love

ସାଙ୍ଗମାନେ ଆଜିର ସବୁଠାରୁ ବଡ଼ ଲାଟେଷ୍ଟ ଅପଡେଟ ହେଲା ଯାହା କିଛି ସୂଚନା ମିଳିଛି ଆମ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଏହାର ମୀୟାମାର ନିକଟସ୍ଥ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀ ବଳୟଟି ଆସନ୍ତା କିଛି ସମୟ ମଧ୍ୟ ଉତ୍ତର ପଶ୍ଚିମ ଓଡ଼ିଶା ଦେଇ ଗତି କରିବ।ତା ମାନେ ଆମ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବ।

ଯାହାର ପ୍ରଭାବରେ ଆଜି ଠାରୁ ଆମ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ।ଆଜି ଆସନ୍ତା କାଲି ଏବଂ ପହର ଦିନ ପାଖା ପାଖି ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ଯେଉଁଥି ପାଇଁ କି ୨୪ ଘଣ୍ଟା ପାଇଁ ୧୨ ଟି ଜିଲ୍ଲାକୁ କଡା ସୂଚନା ଜାରି କରା ଯାଇଛି।ଯେଉଁଠି କି ହେଭି ରେନ ଫଲ ମଝିରେ ମଝିରେ ହୋଇପାରେ।ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ତା ସହ ଆଉ ଏକ ଖବର ଆସିଛି କି ଯେଉଁ ମଧ୍ୟମ ଧରଣର ବନ୍ୟା ପରିସ୍ଥିକର ସ୍ଥିତି ସୃଷ୍ଟି ହୋଇଥିଲା।ତେଣୁ ବନ୍ୟା ହେବାର ଆଶଙ୍କା ବର୍ତ୍ତମାନ କମି ଯାଇଛି।ଯେତେ ମାତ୍ରାରେ ଉପର ମୁଣ୍ଡରେ ବର୍ଷା ହେଉଥିଲା ବର୍ଷାର ପରିମାଣ ଏବେ ବହୁତ ମାତ୍ରାରେ କମିଛି। ମହାନଦୀ କୁ ଯେତେ ଜଳ ପ୍ରବେଶ କରୁଥିଲା ଏବେ ଏହାର ମାତ୍ରା କମିଛି।

ଯାହାର ପ୍ରଭାବରେ ଆଗକୁ ଆଉ ବର୍ଷାର ପ୍ରଭାବ ଜମାରୁ ନାହିଁ।ସେଥି ପାଇଁ କୌଣସି ଚିନ୍ତିତ ହେବା ଆବଶ୍ୟକ ନାହିଁ।ଯଦି ପ୍ରବଳ ବର୍ଷା ହୁଏ ତେବେ ସ୍ଥିତି ଆଗକୁ ଅଲଗା ହୋଇପାରେ।ତେବେ ଜାଣି ରଖନ୍ତୁ କେତେ ମାତ୍ରାରେ ବର୍ଷା ହେବା କେଉଁ କେଉଁ ଜିଲ୍ଲା ମାନଙ୍କରେ।ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିକରି ରହିପାରେ।ସରକାରଙ୍କ ତରଫରୁ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱର୍ଣୀଙ୍ଗ ଜାରି କରାଯାଇଛି।

ବୁଢା ବଳଙ୍ଗ ହେଉ କିମ୍ବା ବୈତରଣୀ ହେଉ କିମ୍ବା ସୁବର୍ଣ୍ଣରେଖା ହେଉ କିମ୍ବା ଆପଣଙ୍କର ମହାନଦୀ ହେଉ ଏ ସବୁର ଜଳସ୍ତର ଆଉ ବୃଦ୍ଧି ପାଉନାହିଁ।ଉପରମୁଣ୍ଡରେ ବର୍ଷା କମିବା ଫଳରେ ଆଉ ସେତେ ମାତ୍ରାରେ ଜଳ ପ୍ରବେଶ କରୁନି ମହାନଦୀରେ।ହୀରାକୁଦର ଗେଟ ମଧ୍ୟ ଧୀରେ ଧୀରେ ବନ୍ଦ କରାଯାଉଛି।ପୂର୍ବରୁ ଆପଣ ମାନେ ଜାଣିଥିଲେ କି ଟୋଟାଲ ୨୮ଟି ଗେଟ ଖୋଲା ହୋଇଥିଲା।

ଏହା ପରେ ପରେ ୪ଟି ଗେଟ ବନ୍ଦ କରାଗଲା।ଏମିତି ଧିରେ ଧିରେ ଗେଟ ସବୁ ବନ୍ଦ କର ଯାଉଛି।ବନ୍ୟାର ଆଶଙ୍କା ମଧ୍ୟ ଟଳି ଯାଇଛି।ବହୁତ ଗୁଡ଼ିଏ ନଦୀର ଜଳସ୍ତର ବିପଦ ସଙ୍କୁଳରୁ ବହୁତ ତଳକୁ ଖସି ଆସିଲାଣି।ମୟୂରଭଞ୍ଜ,ଭଦ୍ରକ, ଯାଜପୁର, ବାଲେଶ୍ଵର ଏହି ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ଆଜିଠାରୁ ନେଇ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ।ଅନ୍ୟ ଜିଲ୍ଲା ଗୁଡିକରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହୁଛି।ଆଗକୁ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ।

Leave a Reply

Your email address will not be published. Required fields are marked *