ସବ୍ୟସଚୀ ମିଶ୍ରଙ୍କ ଜୀବନଶୈଳୀ ? କାହିଁକି ଦିନରାତି ଲୋକଙ୍କ ସେବା କରୁଛନ୍ତି – ଜାଣିଲେ ଆପଣଙ୍କ ଅଖରେ ଲୁହ ଆସିଯିବ..

Spread the love

ସବ୍ୟସାଚୀ ମିଶ୍ରଙ୍କ ଜୀବନ ଏକ ସାଧାରଣ ଜୀବନ ନୁହେଁ।ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ ମୟ ସମୟ ମଧ୍ୟ ଦେଇ ଗତି କରିଛନ୍ତି।ସେ ୬ଅକ୍ଟୋବର ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଜନ୍ମଗ୍ରହଣ କରିଥିଲେ।ସବ୍ୟସାଚୀ ମିଶ୍ରଙ୍କ ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇ ଏ ଏସ ଅଫିସର୍ ଓ ତାଙ୍କର ମାଆ ଡକ୍ଟର କବିତା ମିଶ୍ର ଜଣେ ମହାନ୍ କବି।ସେ ନିଜ ଜୀବନ ଭିତରେ ଅନେକ ଗୀତ ଓ ଗପ ରଚନା କରିଛନ୍ତି।ଓଡ଼ିଆ ସାହିତ୍ୟ ଜଗତରେ ସେ ଜଣେ ଜଣାଶୁଣା ନାମ ରୂପେ ପରିଚିତ।

ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି ଓ ସେ ଜଣେ ଟେଲିକମ ଇଂଜିନିୟର ରୂପେ କାର୍ଯ୍ୟରତ।ସବ୍ୟସାଚୀ ମିଶ୍ର ମଧ୍ୟ ଇଂଜିନିୟରିଂ କରିଥିଲେ ତାହା ମଧ୍ୟ ସମ୍ବଲପୁର ଠାରେ।ଗତ ୧ ମାର୍ଚ୍ଚ ୨୦୨୧ ରେ ସେ ରାଜସ୍ଥାନର ଏକ ବିଳାସମାନ ହୋଟେଲରେ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ।ଫିଲ୍ମ ଜିବନପରେ ଏବେ ପ୍ରକୃତ ଜୀବନରେ ପତିପତ୍ନୀ ହୋଇସାରିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା।ସବ୍ୟସାଚୀ ମିଶ୍ର ଛୋଟବେଳୁ ଫିଲ୍ମରେ ଅଭିନୟ କରିବାର ସ୍ବପ୍ନ ରଖିଥିଲେ।ପ୍ରଥମେ ପ୍ରଥମେ ସେ ଆଲବମ୍ ଗୀତରେ ଅଭିନୟ କରୁଥିଲେ।ସେ ଛୋଟବେଳୁ ଅଭିନୟ ଓ ନାଚରେ ରୁଚି ରଖିଥିଲେ।

ଏହାପରେ ୨୦୦୭ ମସିହାରେ ହର ପଟ୍ଟନାୟକ ପ୍ରଥମଥର ପାଇଁ ତାଙ୍କୁ ଓଡ଼ିଆ ସିନେମା ଜଗତକୁ ଆଣିଥିଲେ।ସବ୍ୟସାଚୀ ମିଶ୍ରଙ୍କର ପ୍ରଥମ ଫିଲ୍ମ ଥିଲା ‘ପାଗଳ ପ୍ରେମୀ’।ଯାହାକି ସେହି ସମୟର ଏକ ସୁପରହିଟ ଫିଲ୍ମ ହୋଇଥିଲା।ଏହାପରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ କରିଚାଲିଲେ।ଆଜି ପର୍ଯ୍ୟନ୍ତ ସେ ପାଖାପାଖି ୪୦ରୁ ଅଧିକ ଫିଲ୍ମ କରିସାରିଛନ୍ତି।ସେ କେବଳ ଓଡ଼ିଆ ଫିଲ୍ମ ନୁହେଁ ସେ ତେଲଗୁ ଓ ବଙ୍ଗାଳୀ ଫିଲ୍ମ ମଧ୍ୟ କରନ୍ତି।ଏବେଯାଏ ସେ ପାଖାପାଖି ୩ଟି ବଙ୍ଗାଳୀ ଓ ୩ ଟି ତେଲୁଗୁ ଫିଲ୍ମ ରେ ଅଭିନୟ କରିସାରିଛନ୍ତି।

ଓଡ଼ିଆ ଫିଲ୍ମ ଜଗତରେ ସେ ଅନେକ ଫିଲ୍ମ ଅର୍ଚ୍ଚିତାଙ୍କ ସହ କରିଛନ୍ତି ଓ ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ୍ ପସନ୍ଦ ମଧ୍ୟ କରନ୍ତି ଓ ବର୍ତ୍ତମାନ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି।ଗୋଟେ ସାଧାରଣ ଲୋକ ହିସାବରେ ସେ ବହୁତ୍ ଭଲ ଲୋକ।ଏହି କରୋନା ସମୟରେ ସେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବା ସହିତ ଦୂରରେ ଫସିରହିଥିବା ଲୋକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି ଓ ସେମାନଙ୍କୁ ନିଜ ଘରକୁ ଫେରାଇ ଆଣୁଛନ୍ତି।ସେମାନଙ୍କୁ ଉପଯୁକ୍ତ ସହାୟତା କରିବା ସହ ସେମାନଙ୍କୁ ନିଜନିଜର ଭିଟାମାଟିକୁ ଫେରିଆଣିବାରେ ପୂର୍ଣ୍ଣ ସହାୟତା କରୁଛନ୍ତି।

ସବ୍ୟସାଚୀ ମିଶ୍ରଙ୍କର ଏକ ବହୁତ ବଡ଼ ଘର ରହିଛି।ଯାହାକି କଟକରେ ଅବସ୍ଥିତ।ଏହା ସହିତ ତାଙ୍କର ଅନେକ ବିଳାସମୟ ଗାଡ଼ି ଗୁଡ଼ିକ ରହିଛି।ସେ ଗୋଟିଏ ଫିଲ୍ମ କରିବାପାଇଁ ପାଖାପାଖି ୨୦-୨୫ ଲକ୍ଷ୍ୟ ଟଙ୍କା ନେଇଥାନ୍ତି।ତାଙ୍କର ମୋଟ ସମ୍ପତି ୧୨-୧୫ କୋଟି ଟଙ୍କାର ହେବ ବୋଲି ଅନୁମାନ କରାଯାଏ।ସାଧାରଣର ଲୋକଙ୍କ ପାଇଁ ତାଙ୍କର ଅନେକ ଭଲପାଇବା ରହିଛି ତେଣୁ ସେ ଲୋକଙ୍କ ଖରାପ ସମୟରେ ସଦାସର୍ବଦା ସେମାନଙ୍କ ସହାୟତା କରିବା ପାଇଁ ତତ୍ପର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *