ଆପଣଙ୍କ ପେଟ (Belly) କମେଇବା ପାଇଁ କଣ ଖାଦ୍ୟ ଖାଇବା ଦରକାର,ଏହି କାମ କଲେ ୧୫ ଦିନ ରେ ପେଟ କମିଯିବ ,ଏହି ଜିନିଷ ଭୁଲ ରେ ମଧ୍ୟ ଖାଆନ୍ତୁ ନାହିଁ Dietician Niharika

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପେଟ କମାଇବାର ଡାଏଟ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଥାଏ ଯେ ତାଙ୍କ ପେଟ କିପରି କମାଇବେ।ବର୍ତ୍ତମାନ ସମୟରେ ଏହା ଏକ ବଡ଼ ସମସ୍ୟା ଅଟେ।ଏବଂ ଏହା ମଧ୍ୟ ଜାଣିବକୁ ଚାହିଁଥାନ୍ତିଯେ ତାଙ୍କ ପେଟ କେଉଁ କାରଣରୁ ବଢୁଛି।

ଯେତେବେଳେ ଆମ କାର୍ଯ୍ୟସ୍ଥଳୀ ଏପରି ଥାଏ ଯେ ଯେଉଁଠାରେ ଆମକୁ ବସି କରି କାମ କରିବାକୁ ପଡିଥାଏ ଏବଂ ଆଜି କାଲିର ଜୀବନ ଶୈଳୀ ଏପରି ହୋଇଛିଯେ ଯାହା କାରଣରୁ ଆମେ ଅଧିକ ଅଳସୁଆ ହୋଇଯାଉଛୁ।ଏବଂ ଲୋକମାନେ ଏକ୍ସରସାଇଜ ମଧ୍ୟ କରୁ ନାହାଁନ୍ତି।ଏବଂ ଆମ ଶରୀରକୁ ଯେତିକି ମାତ୍ରାରେ ପୋଷକ ଦରକାର ତା ଠାରୁ ଅଧିକ ହେଲେ ତାହା ଆମ ଶରୀରରେ ଚର୍ବି ଆକାରରେ ଜମା ହୁଏ।

ଏଥିପାଇଁ ଏହି ପରି କାମ କରୁଥିବା ବ୍ୟକ୍ତି ନିଜ ଖାଦ୍ୟରେ ନିୟନ୍ତ୍ରଣ ରଖିବା ଦରକାର ଏବଂ ଏହା ସହିତ ଯୋଗ ଏବଂ ବାୟମ କରିବା ଦରକାର।ଏବଂ ଯଦି ଆପଣ ପ୍ରତ୍ୟେକ ଦିନ ୩୦ରୁ ୪୦ ମିନିଟ ଚଳୁଛନ୍ତି ତାହା ମଧ୍ୟ ଅଧିକ ଉପଯୋଗୀ ହେବ।ଏବଂ କେବେହେଲେ ଖାଇବାର ପରିମାଣ ବଢ଼ାନ୍ତୁ ନାହିଁ।ଯେତିକି ଆପଣଙ୍କୁ ଦରକାର ସେତିକି ପରିମାଣରହିଁ ଖାଦ୍ୟ ଖାଆନ୍ତୁ ଏବଂ ପାଣି ମଧ୍ୟ ସଠିକ ସମୟରେ ପିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଦିନ ତମାମ କଣ ଖାଇବେ।ଆପଣ ସକାଳୁ ଉଠି ହାଲ୍କା ନଖ ଉଷୁମ ପାଣି ପିଅନ୍ତୁ।ଏହାକୁ ଆପଣ ଏକ ଚାମଚ ମେଥି ପାଉଡର ସହିତ ମଧ୍ୟ ନେଇ ପାରିବେ।ଏହାପରେ ଆପଣ ଏକ କଦଳୀ କହିପାରିବେ ଏବଂ ଏକ ବ୍ରାଉନ ବ୍ରେଡ଼ ସହିତ ପିନଟ ବଟର ଖାଇ ଚାଲିବାକୁ ଯାଇପାରିବେ।ଏହାପରେ ଆପଣ ବାୟମ କରି ଆସିବା ପରେ ଓଟସ, ଛତୁଆ, ମାଣ୍ଡିଆ କିମ୍ବା ଇଟଲି କିମ୍ବା ସଲାଡ଼ ମଧ୍ୟ ଖାଇ ପାରିବେ।

ଏହା ସହିତ ଆପଣ ଘର ତିଆରି ଯୁସ ମଧ୍ୟ ଖାଇ ପାରିବେ।ଏହା ସହିତ ଆପଣ ସେଓ, କାକୁଡି, ଦହି ସର୍ବତ କିମ୍ବା ଅନ୍ୟାନ୍ୟ ଫଳ ମଧ୍ୟ ଖାଇ ପାରିବେ।ଲଞ୍ଚରେ ରୁଟି କିମ୍ବା ଭାତ ସବୁବେଳେ ମିଶାଇ ଖାଇବେ ନାହିଁ।ଏବଂ ଯଦି ଭାତ ଖାଉଛନ୍ତି ତେବେ ଅଳ୍ପ ପରିମାଣରେ ଖାଆନ୍ତୁ।

ସନ୍ଧ୍ୟା ବେଳେ ଗ୍ରୀନ ଟି କିମ୍ବା, କଫି କିମ୍ବା ଛେନା ମଧ୍ୟ ଖାଇପାରିବେ।କିମ୍ବା ଫଳ ମଧ୍ୟ ଖାଇପାରିବେ।ଏବଂ ରାତ୍ରି ସମୟରେ ସବୁଠାରୁ ହାଲ୍କା ମିଲ ଖାଆନ୍ତୁ।ଏବଂ ଅଳ୍ପ ପରିମାଣରେ ଖାଆନ୍ତୁ।ଏହା ସହିତ ଆପଣ ପ୍ରତିଦିନ ଆପଣ ଏକ ଘଣ୍ଟା ଚାଲନ୍ତୁ ୨.୫ ଲିଟର ପାଣି ପିଅନ୍ତୁ ଏବଂ ଶୋଇବା ମଧ୍ୟ ଠିକ। ରଖନ୍ତୁ ଏହା ଦ୍ୱାରା ଆପଣଙ୍କ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *