Dhamanagar ରେ ଖୁଦୁରୁକୁଣୀ ରେ ଫୁଲ ତୋଳିବା ସମୟରେ ଟଗର ଫୁଲ ଗଛ ରୁ ବାହାରିଲା ଭୟାନକ ସାପ,ଦେଖିକି ଗାଁ ମହିଳା ଭୟରେ ଥରିଲେ ଆଉ ତାପରେ ଯାହା ହେଲା

Spread the love

ତେବେ ଆମ ଓଡ଼ିଶାର ଭଦ୍ରକ ଅଞ୍ଚଳରେ ଜଣେ ମହିଳା ଏକ ଭୟଙ୍କର ନାଗ କାମୁଡିବାରୁ ବଞ୍ଚି ଯାଇଥିଲେ।ତେବେ ସୂଚନା ଅନୁସାରେ ଏହି ମହିଳା ଜଣଙ୍କ ସକାଳୁ ଉଠିବା ପରେ ଫୁଲ ତୋଳିବା ପାଇଁ ନିଜର ବଗିଚାକୁ ଯାଇଥିଲେ।ଏହାପରେ ସେଠାରେ ସେ ଫୁଲ ତୋଳିବା ସମୟରେ ଦେଖିଲେ କି ଏକ ସାପ ତାଙ୍କ ପାଖରେ ସେହି ଫୁଲ ଗଛରେ ରହିଛି।ଏହାପରେ ସେ କିଛି ଚିନ୍ତା ନକରି ତୁରନ୍ତ ସେହି ସ୍ଥାନ ଛାଡି ଚାଲି ଆସିଥିଲେ।

ଏହାପରେ ସେ ଏହା ସମ୍ପର୍କରେ ନିଜର ଘର ଲୋକଙ୍କୁ ଜଣାଇଥିଲେ।ଏହାପରେ ତାଙ୍କର ଘର ଲୋକ ଏହି ସାପକୁ ଘୋଡାଇବାକୁ ଚେଷ୍ଠା କରିଥିଲେ।କିନ୍ତୁ ସେହି ସାପ କୌଣସି ପ୍ରକାରରେ ସେହି ସ୍ଥାନ ଛାଡି ଯାଇନଥଲା।ଏହା ସହିତ ସେହି ସାପ ନାଗ ପ୍ରଜାତିର ହୋଇଥିବାରୁ କେହି ମଧ୍ୟ ତାର ପାଖକୁ ଯିବାକୁ ସାହସ କରି ପାରିଲେ ନାହିଁ।ତେବେ ଶେଷରେ ସେମାନେ ସେହି ସାପକୁ ବାହାର କରିବା ପାଇଁ ବନ ବିଭାଗର କର୍ମଚାରୀ ମାନଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ।

ଏହାପରେ ସେମାନେ ସେଠାରେ ପହଞ୍ଚି ସେହି ସାପକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।ତେବେ ଅନେକ ସମୟ ପ୍ରୟାସ କରିବା ପରେ ସେମାନେ ଦେଖିଲେ କି ସେହି ସାପ ଏକ ଗଛରେ ଗୁଡ଼ାଇ ହୋଇ ରହିଛି।ଏହାପରେ ସେମାନେ ସେହି ସାପକୁ ଧରିବା ପାଇଁ ପ୍ରୟାସ କରିଥିଲେ।ତେବେ ସେହି ସାପଟି ଅଧିକ ବିଷଧର ହୋଇ ଥିବାରୁ ସେହି ସାପକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀ ମାନଙ୍କୁ ଅନେକ ସତାର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା।

ଏବେ ଅନେକ ସମୟ ପ୍ରୟାସ କରିବା ପରେ ସେମାନେ ସେହି ସାପକୁ ଧରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେମାନେ ସେହି ସାପକୁ ଧରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ସେହି ସାପ ଯଦି କାହାକୁ କାମୁଡି ଦେଇ ଥାଆନ୍ତା ତେବେ ଯଦି ସେହି ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ସଠିକ ସମୟରେ ନ ମିଳିଥାନ୍ତା

ତେବେ ସେହି ବ୍ୟକ୍ତିର ମୃତ୍ୟୁ ଅଳ୍ପ ସମୟ ମଧ୍ୟରେ ହୋଇ ଯାଇଥାନ୍ତା।ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଆଜି ମଧ୍ୟ ଅନେକ ଲୋକ ସାପ କାମୁଡିବା ପରେ ଚିକିତ୍ସାଳୟ ନ ଯାଇ ଅନ୍ଧବିଶ୍ୱାସର ଶିକାର ହୋଇ ଝଡା ଫୁଙ୍କା କରିବା ପାଇଁ ଅନେକ ତାନ୍ତ୍ରିକ ଓ ଗୁଣିଆଙ୍କ ପାଖକୁ ଯାଇଥାନ୍ତି।ତେବେ ଏପରି କରିବା ଫଳରେ ସେହି ବ୍ୟକ୍ତି ଆବଶ୍ୟକ ଚିକିତ୍ସା ଉପଯୁକ୍ତ ସମୟରେ ପାଇ ପାରି ନଥାଏ।

ଯେଉଁ କାରଣରୁ ସେହି ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ।ଏହା ସହିତ ଏପରି ନ କରିବା ପାଇଁ ବନ ବିଭାଗର କର୍ମଚାରୀ କହିଥିଲେ।ସେ କହିଥିଲେ କି ସାପ କାମୁଡିବା ପରେ ତୁରନ୍ତ ଚିକିତ୍ସାଳୟ ଯିବା ଆବଶ୍ୟକ।ଏହା ସହିତ ସାପ ଦେଖିବା ପରେ ବନ ବିଭାଗକୁ ଖବର କରିବା ଆବଶ୍ୟକ।ଯାହା ଫଳରେ ବନ ବିଭାଗର କର୍ମଚାରୀ ସେହି ସାପକୁ ସେଠାରୁ ନେଇ ଅନ୍ୟ କୌଣସି ସ୍ଥାନରେ ଛାଡ଼ିଦେବେ ଯାହା ଫଳରେ ଆପଣ ସୁରକ୍ଷିତ ରହି ପାରିବେ।

Leave a Reply

Your email address will not be published. Required fields are marked *