Ration Card ଥିଲେ ଦେଖନ୍ତୁ ଆସିଲା ବଡ ଖବର,ଏବେ ଏହି ସବୁ ସୁବିଧା ମିଳିବ ରାସନ କାର୍ଡ ଥିବା ଲୋକଙ୍କୁ

Spread the love

ସାଙ୍ଗମାନେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କିଛି ବଡ଼ ଘୋଷଣା ଜାରି କରିଛନ୍ତି।ଯାହା ଦ୍ଵାରା ଆପଣ ମାନଙ୍କୁ ମିଳିବ ଏବେ ବହୁତ କିଛି ଫାଇଦା।ତେବେ କଣ ରହିଛି ନୂଆ ଘୋଷଣା ଆସନ୍ତୁ ଆମେ ଜାଣିବା।ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଗତ କାଲି ଠାରୁ ଓଡ଼ିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ କାର୍ଯକ୍ରମ ଆରମ୍ଭ ହୋଇଛି।

ଏହା ଦ୍ଵାରା ରାଜ୍ୟ ବାହାର ଲୋକ ଓଡ଼ିଶାରେ ଓ ଓଡ଼ିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦ ଦୋକାନରୁ ରାସନ ପାଇ ପାରିବେ।ତେବେ ରାଜ୍ୟର ୧୦୫୭୮ ସୁଲଭ ମୂଲ୍ୟର ଦୋକାନରେ ଦିତାଧିକରି ମାନେ ଏହି ସୁବିଧା ପାଇବେ।ଏହା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ ପ୍ରକଳ୍ପ ଯୋଜନାରେ ମାଲକାନଗିରିରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇବା କାର୍ଯକ୍ରମ ମଧ୍ୟ ଆରମ୍ଭ ହୋଇଛି।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ।ତେବେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କର ବଡ଼ କଲ୍ୟାଣ କାର୍ଯକ୍ରମ।ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢେ଼ ତିନି କୋଟି ଲୋକ ଉପକୃତ ହେବେ।

ତେବେ ୨୦୦୮ରେ ରାଜ୍ୟ ସରକାର କେଜି ଦୁଇ ଟଙ୍କାରେ ଓ ୨୦୧୩ରୁ କେଜି ଏକ ଟଙ୍କାରେ ଚାଉଳ ଯୋଗାଇ ଆସୁଛନ୍ତି।ତେବେ କେଜି ୧ ଟଙ୍କାର ଚାଉଳ ମିଳିବ ଦ୍ଵାରା ଗରିବ ଲୋକଙ୍କର ଖାଦ୍ୟ ନିରାପତ୍ତା ମଜଭୁତ ହୋଇଛି।ଏହା ସହ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟ ସରକାର ମାଗଣାରେ ପିଲା ମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିଛନ୍ତି।ଜୋତା ଠାରୁ ଆରମ୍ଭ କରି ପୋଷାକ,ବହି,ସାଇକେଲ ଆଦି ସରକାର ଯୋଗାଇ ଦେଉଛନ୍ତି।

ତେବେ ସ୍ବାସ୍ଥ୍ୟ ସୁବିଧା ପାଇଁ ସବୁ ସରକାରୀ ଡ଼ାକ୍ତରଖାନାରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଉଛି। ତା ସହିତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯକାରୀ କରା ଯାଉଛି।ଏବେ ମିଶନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମା ମାନଙ୍କୁ ରୋଜଗାର ଦେଉଛି।ଚାଷୀଙ୍କ ପାଇଁ କାଳିଆ ଯୋଜନା ସାରା ରାଜ୍ୟରେ ଆଦର ଲାଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ଵାଇଁ ରାଜ୍ୟ ସରକାର ପକ୍ଷରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।ତେବେ ଖାଦ୍ୟ ସୁରକ୍ଷାରେ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି।ଯାହା କି ବଡ଼ ଘୋଷଣା ମୁତାବକ ସାରା ଦେଶରେ ଆରମ୍ଭ ହୋଇଯାଇଛି ଗୋଟିଏ ଦେଶ ଗୋଟିଏ ଯୋଜନା।

Leave a Reply

Your email address will not be published. Required fields are marked *