ସାବଧାନ,ଫୁଲୁଛି Mahanadi ଆଜି ପୁଣି ହେବ ଭୟଙ୍କର ବର୍ଷା,୧୮ ଗେଟ Open ହେଲା ,ଏହି ଜିଲ୍ଲା ଲୋକ ଙ୍କୁ ସତର୍କ ବାଣୀ

Spread the love

ସୂଚନା ଅନୁସାରେ ପୁଣି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।ଏହା ସହିତ ଏହାର ପ୍ରଭାବରେ ଆଗାମୀ ସମୟରେ ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖା ଯାଇପାରେ।କାରଣ ଗତ କିଛି ଦିନ ହେବ ଯେଉଁ ଲଘୁଚାପ ହୋଇଥିଲା ଏହାର ପ୍ରଭାବରେ ଅନେକ ବର୍ଷା ହେବା ଫଳରେ ଅନେକ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏହା ସହିତ ହୀରାକୁଦ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ଟି ଗେଟ ଖୋଲି ସାରିଛି।

ଏହାର ପ୍ରଭାବରେ ବର୍ତ୍ତମାନ ମହାନଦୀ ଧୀରେ ଧୀରେ ଫୁଲିବାକୁ ଲାଗିଛି।ତେବେ ଭାରତୀୟ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଏହା ସୂଚନା ମିଳୁଛି କି ଆଗାମୀ ସମୟରେ ଉତ୍ତର ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି।ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି।ଯାହା ପ୍ରଭାବରେ ଅନେକ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ସେହି ଉତ୍ତର ପୁର୍ବ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଆସନ୍ତା ୧୮ ତାରିଖ ରାତିରେ ଏହା ଉପକୂଳ ଛୁଇଁ ପାରେ।ତେବେ ବର୍ତ୍ତମାନର ମୁଖ୍ୟ ଖବର ହେଉଛି କି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମହାନଦୀରେ ବହୁତ ପାଣି ପଶୁଛି ଯାହା ଫଳରେ ହୀରାକୁଦରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି।

ଯାହାର ପ୍ରଭାବରେ ଶେଷରେ ହୀରାକୁଦ ପ୍ରାୟ ୧୮ ଟି ଗେଟ ଖୋଲି ଦେଇଛି।ଏହାର ପ୍ରଭାବରେ ବର୍ତ୍ତମାନ ମହାନଦୀର ଶାଖା ନଦୀରେ ମଧ୍ୟ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ବର୍ତ୍ତମାନ ଅନେକ ତଳିଆ ଅଞ୍ଚଳରେ ବର୍ତ୍ତମାନ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏହା ସହିତ ଅନେକ ଲୋକ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ଏହା ସହିତ ଅନେକ ପୂର୍ବ ଲଘୁଚାପ ପ୍ରଭାବରେ ଯେଉଁ ଯେଉଁ ଜିଲ୍ଲା ମାନଙ୍କରେ ବର୍ତ୍ତମାନ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହୋଇଥିଲା ସେହି ସମସ୍ତ ଜିଲ୍ଲାରେ ପୁଣି ଏହି ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ।ଏହା ସହିତ ବର୍ତ୍ତମାନ ଏହି ଲଘୁଚାପ ପ୍ରଭାବରେ ୧୮,୧୯,୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଏହା ସହିତ ଯେଉଁ ଯେଉଁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାକୁ ଯାଉଛି ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ,ମୟୂରଭଞ୍ଜ,ବାଲେଶ୍ଵର, କେନ୍ଦୁଝର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,ଜଗତସିଂପୁର,କଟକ,ଖୋର୍ଦ୍ଧା।ତେବେ କିଛି ଜିଲ୍ଲା ମାନଙ୍କରେ ଏହି ଲଘୁଚାପର ପ୍ରଭାବ ଅଧିକ ହେବାକୁ ଯାଉଛି।ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ଵର,ଭଦ୍ରକ,କେନ୍ଦ୍ରାପଡ଼ା,ଯାଜପୁର,କଟକ,ଜଗତସିଂପୁର,ଖୋର୍ଦ୍ଧା,। ପୁରୀ ଓ ନୟାଗଡ଼।

ଏହା ସହିତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଆଜି ଲଘୁଚାପ ସମୟରେ କଚ୍ଚା ଘର ନ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ଆଗାମୀ ସମୟରେ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *