ପିମ୍ପୁଡ଼ି ଆପଣଙ୍କୁ କରିବ ଧନୀ – ଆପଣଙ୍କ ଘରକୁ ପିମ୍ପୁଡି ଆସୁଥିଲେ ଏହି କଥା ଜାଣିରଖନ୍ତୁ ଓ ସଂଗେ ସଂଗେ ଏହି ଉପାୟ କରନ୍ତୁ..

Spread the love

ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖୁ।ତେବେ ଆମେ ଏହାକୁ ଅଧିକ ଧ୍ୟାନ ନ ଦେଇ ଆମେ ସେମାନଙ୍କୁ ନିଜର ପାଦ ତଳେ ମଳି ଦେଇଥାଉ।ତେବେ ଏହି ପିମ୍ପୁଡ଼ି ଗରିବ ଲୋକଙ୍କୁ ମଧ୍ୟ ଧନୀ କରାଇ ପାରନ୍ତି ଏହା ସହିତ ଏମାନେ ଧନୀ ଲୋକଙ୍କୁ ମଧ୍ୟ ତଳିତଳାନ୍ତ କରି ଦେଇ ପାରନ୍ତି।ଏହା ସହିତ ପିମ୍ପୁଡ଼ି ମାନେ ପୂର୍ବାନୁମାନ କରି ପାରନ୍ତି।ତେବେ ସେମାନେ ଅନେକ ଶୃଙ୍ଖଳିତ ହୋଇଥାନ୍ତି।ତେବେ ପିମ୍ପୁଡ଼ି ମାନେ ଯଦି ଆମ ଘରୁ ବାହାରିଥାନ୍ତି ତେବେ ଏହା କିଛି ନା କିଛି ସଂକେତ ଦେଇଥାଏ।ତେବେ ଏହା ଧ୍ୟାନ ରଖିବା ଆବଶ୍ୟକ କି ଏହି ପିମ୍ପୁଡ଼ି ଭିନ୍ନ ଭିନ୍ନ ରଙ୍ଗର ହୋଇଥାନ୍ତି।

ତେବେ ଆମେ ପ୍ରଥମେ ଏହା ଦେଖିବା ଆବଶ୍ୟକ କି ଯେଉଁ ପିମ୍ପୁଡ଼ି ବାହାରୁ ଛନ୍ତି ତାହା କେଉଁ ରଙ୍ଗର ଓ ତାହା କେଉଁ ସଂକେତ ଦେଉଛି।ଯଦି ଆପଣଙ୍କ ଘରୁ କୌଣସି ସ୍ଥାନରୁ କେବେ ନାଲି ରଙ୍ଗର ପିମ୍ପୁଡ଼ି ବାହାରି ଥାଆନ୍ତି ତେବେ ତାହା କରଜର ସଂକେତ ଦେଇଥାଏ। ଅର୍ଥାତ ଆଗକୁ ଅନେକ କରଜ ଆପଣ ନେଇ ପାରନ୍ତି।ଏହା ଆଗକୁ ଖରାପ ସମୟ ଆସିବାର ମଧ୍ୟ ସଂକେତ ଦେଇଥାଏ।

ସେଥିପାଇଁ ଆପଣ ସତର୍କ ରହିବା ସହିତ ଆପଣ ଏହାର ଉପଚାର ସମ୍ପର୍କରେ ମଧ୍ୟ ଅବଗତ ରହିବା ନିହାତି ଜରୁରୀ ହୋଇଥାଏ।ତେବେ ଅନେକ ଲୋକଙ୍କ ଘରେ ଯେତେବେଳେ ପିମ୍ପୁଡ଼ି ବାହାରିଥାନ୍ତି ସେମାନେ ଅନେକ ପ୍ରକାରର ଔଷଧ ପକାଇ ସେମାନଙ୍କୁ ମାରି ଦେଇଥାନ୍ତି।ମାତ୍ର ଏପରି କରିବା ସମ୍ପୂର୍ଣ୍ଣ ରୂପରେ ଭୁଲ ଅଟେ।ତେବେ ଆପଣ ଯଦି ସେମାନଙ୍କୁ ମାରନ୍ତି ତେବେ ଆପଣ ଜୀବ ହତ୍ୟାର ପାପ ମୁଣ୍ଡକୁ ନେବେ ଓ ଯେଉଁ ଅସୁବିଧା ଆସୁଥିବ ତାହା ଅଧିକ ବଡ଼ ହୋଇ ଯାଇପାରେ।

ଏହା ସ୍ମରଣ ରଖିବା ଆବଶ୍ୟକ ସେମାନେ ଅଶୁଭ ନୁହନ୍ତି ସେମାନେ କେବଳ ଅଶୁଭ ସମୟ ଆସିବାର ସଂକେତ ଦେଇଥାନ୍ତି।ତେବେ ସେହି ନାଲି ପୁମ୍ପୁଡ଼ି ଆପଣଙ୍କୁ କରଜରୁ ମୁକ୍ତ କରାଇ ପାରିବେ।ଆପଣ ସେମାନଙ୍କୁ ନ ମାରି ସେହି ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ ଗୋଟିଏ ଲେମ୍ବୁକୁ ଦୁଇ ଫାଳ କରି ଏହାକୁ ସେହି ସ୍ଥାନରେ ରଖି ଦିଅନ୍ତୁ।

ଏହାପରେ ଆପଣ ଦେଖିବେ ସେହି ସ୍ଥାନରୁ ପିମ୍ପୁଡ଼ିମାନେ ଧୀରେ ଧୀରେ ଚାଲିଯିବାକୁ ଲାଗିବେ।ଏହା ଫଳରେ ଆପଣଙ୍କ ଉପରକୁ ଆସୁଥିବା ସଙ୍କଟ ମଧ୍ୟ କିଛି ମାତ୍ରାରେ ଟଳି ଯାଇ ପାରେ।ତେବେ ଆପଣ ଏହା ସମ୍ପର୍କରେ ସଚେତନ ମଧ୍ୟ ରହିବା ନିହାତି ଭାବରେ ଆବଶ୍ୟକ।ତେବେ ଆପଣ ଲେମ୍ବୁ ବଦଳରେ ତେଜ ପତ୍ର ବା ଲବଙ୍ଗକୁ ସେହି ସ୍ଥାନରେ ବ୍ୟବହାର କରି ପାରିବେ।

ତେବେ ଆପଣଙ୍କ ଘରୁ ଯଦି କଳା ପିମ୍ପୁଡ଼ି ବାହାରିଥାନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଖବର ହୋଇଥାଏ। କଳା ପିମ୍ପୁଡ଼ି ବାହାରିବା ଏକ ଶୁଭ ସଙ୍କେତ ଦେଇଥାଏ।ଆପଣଙ୍କର ଯଦି କୌଣସି କାର୍ଯ୍ୟ ଅଟକି ଯାଇଛି ଅଥବା ଆପଣଙ୍କର କୌଣସି ସମସ୍ୟା ରହିଛି ଯାହା ସମାପ୍ତ ହେଉ ନାହିଁ

ତେବେ ଆପଣ ଅଟା ଓ ଚିନି ଗୋଳାଇ ସେହି ପିମ୍ପୁଡ଼ି ମାନଙ୍କୁ ଖାଇବାକୁ ଦିଅନ୍ତୁ।ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଓ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ।ତେବେ ଆପଣ କୌଣସି ବି ପରିସ୍ଥିତିରେ କୌଣସି ପିମ୍ପୁଡ଼ି ମାରନ୍ତୁ ନାହିଁ ନଚେତ ଆପଣଙ୍କୁ କୁ ଫଳ ଭୋଗିବାକୁ ପଡିପାରେ।

Leave a Reply

Your email address will not be published. Required fields are marked *