ପିଣ୍ଟୁ ନନ୍ଦଙ୍କ ଲିଭର୍ ୮୦ Percentage ଡ୍ୟାମେଜ୍,ବଞ୍ଚାଇବାକୁ ଦରକାର ୫୦ ଲକ୍ଷ…

Spread the love

ଏତିକି ଭାଗ ନଷ୍ଟ ହୋଇ ଗଲାଣି ପିଣ୍ଟୁ ନନ୍ଦଙ୍କ ଯକୃତ। ତାଙ୍କୁ ହୋଇଚି ଲିଭର ସିରୋସିସ ରୋଗ। ଏହା ହେଉଚି ଯକୃତ ଜନିତ ଏକ ମାରାତ୍ମକ ରୋଗ। ଯେଉଁଥିରେ ବ୍ୟକ୍ତିଙ୍କୁ ବଞ୍ଚାଇବା ଅଧିକ କଷ୍ଟକର ହୋଇଥାଏ। ଯେଉଁଥିରେ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଏକ ମାତ୍ର ଉପାୟ ହେଉଚି ଯକୃତର ପ୍ରତ୍ୟାରୋପଣ।

ତେବେ ଏହି ଜଟିଳ ରୋଗ ହୋଇଚି ତାଙ୍କୁ। କିଛି ଦିନ ତମେ ଏକ ସାକ୍ଷାତକାରରେ ସେ କହିଥିଲେ କି ତାଙ୍କର ସ୍ବାସ୍ଥ୍ୟ ଅଧିକ ଖରାପ ଅଛି। ଏହାର ଚିକିତ୍ସା କେବଳ ଲିଭର ପ୍ରତ୍ୟାରୋପଣ ଅଟେ ଏହା ସହିତ ଏହା ଏକ ଅତି ଶେଷ ସ୍ତରର ରୋଗ ବୋଲି ମଧ୍ୟ କୁହା ଯାଉଚି।ଏହା ଚାରି ସ୍ତରର ରୋଗ ଅଟେ।

ତେବେ ଏହାର ପ୍ରଥମ ଷ୍ଟେଜ ହେଉଚି ଷ୍ଟରୋଟସିସ। ଏହି ସ୍ତରରେ ଯକୃତରେ ଅତି ଅମ୍ଳ ଜମା ହେବା ସହିତ ଏହା ଧିରେ ଧୀରେ କାମ କରିବା ବନ୍ଦ କରି। ଏହା ସହିତ ଏହା ଅକାମୀ ମଧ୍ୟ ହୋଇ ଯାଏ। ଏହାର ଦ୍ୱିତୀୟ ସ୍ତର ହେଉଚି ସ୍କାରିଂ। ଯେଉଁଥିରେ ଯକୃତ ଅଧିକ ଜ୍ଵଳନଶିଳ ହେବା ଆରମ୍ଭ ହୋଇ ଯାଇଥାଏ।

ଏହାର ପର ସ୍ତର ସିରୋସିସ ଓ ଶେଷ ସ୍ତର ଯକୃତ ନଷ୍ଟ ଅଟେ।ଯେଉଁଥିରେ ଯକୃତ ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରି ଦେଇଥାଏ। ପିଣ୍ଟୁ ନନ୍ଦଙ୍କୁ ବର୍ତ୍ତମାନ ଲିଭର ସିରୋସିସ ହୋଇଚି।ଯେଉଁଥିରେ ଯକୃତ ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରି ଦେଇ ଥାଏ। ସେଥିରେ ଅନେକ କ୍ଷତ ମଧ୍ୟ ସୃଷ୍ଟି ହୋଇଥାଏ।

ଏହାକୁ ଅନେକ ସମୟରେ ଶେଷ ସ୍ତର ବୋଲି କୁହା ଯାଇଥାଏ ଓ ବ୍ୟକ୍ତିର ମୃ-ତ୍ୟୁ ମଧ୍ୟ ହୋଇ ଯାଇପାରେ। ତେବେ ଯଦି ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରା ଯାଇଥାଏ ତେବେ ଏହାର ଶେଷ ଉପାୟ ହେଉଚି ଯକୃତ ପ୍ରତ୍ୟାରୋପଣ।ଅଭିନେତା ପିଣ୍ଟୁ ଯିଏକି ନିଜର ଅଭିନୟ ମାଧ୍ୟମରେ ଦୁଇ ଦଶନ୍ଧି ଧରି

ଅଭିନୟ ଇଣ୍ଡରଷ୍ଟ୍ରିରେ ଛାଇ ହୋଇ ରହିଛନ୍ତି। ତେବେ କେତେବେଳେ ହାସ୍ୟ ତ କେତେବେଳେ ଖଳ ଭୂମିକାରେ ସେ ଅଭିନୟ କରିଛନ୍ତି।ତାଙ୍କର ଦୁଇଟି ପୁଅ ରହିଛନ୍ତି ଓ ଭୁବନେଶ୍ୱରରେ ତାଙ୍କର ପତ୍ନୀଙ୍କ ସହିତ ରହି ଥାଆନ୍ତି ତେବେ ତାଙ୍କର ଚିକିତ୍ସା ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଚିକିତ୍ସକ କହିଛନ୍ତି।

ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ସେହି ୫୦ ଲକ୍ଷ ଟଙ୍କା। ତେବେ ଏହା କେଉଁଠାରୁ ଆସିବ ଏହାକୁ ନେଇ ଚିନ୍ତାରେ ପରିବାର।

Leave a Reply

Your email address will not be published. Required fields are marked *