ପୋଲିସ ମାନଙ୍କ ଦରମା ଜାଣି ଆଶ୍ଚର୍ଯ୍ୟ ହେବେ – କାହା Rank କେଉଁ ଅଫିସର ଙ୍କ ଉପରେ,କାହାର କେତେ ଷ୍ଟାର ଏବେ ଯାଣିନିୟନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପୋଲିସ ମାନଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଏଥିରେ ଆମେ ଆମ ଓଡ଼ିଶାର ପୋଲିସ ମାନଙ୍କ ଦରମା ଏବଂ ଯୋଗ୍ୟତା ବିଷୟରେ ଜାଣିବା।ଏହାକୁ ଆପଣ ସମ୍ପୁର୍ଣ୍ଣ ଜାଣିବାପରେ ଆପଣ ସେହି ପୋଲିସର ପୋଷାକକୁ ଦେଖି ତାର ଡିଭିଜନ, ନମ୍ବର ଆଦି ସମ୍ପୂର୍ଣ୍ଣ ତଥ୍ୟ ଭଲ ଭାବରେ ଜାଣିପାରିବେ।ଆପଣମାନେ ଜାଣିଥିବେ ପୋଲିସ ମାନେ ବିଶେଷ କରି ତାଙ୍କ ପୋଷାକର ସବୁଥରୀ ଅଧିକ ଜତ୍ନ ନେଇଥାନ୍ତି।କାରଣ ତାଙ୍କ ପୋଷାକରେ ହିଁ ସବୁକିଛି ଥାଏ।ତାଙ୍କ ବ୍ୟାଚ, ତାଙ୍କ ଡିଭିଜନ ଏବଂ ତାଙ୍କର ସମସ୍ତ ପରିଚୟ ତାଙ୍କ ପୋଷାକରେ ଥାଏ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମେ ଆସନ୍ତୁ ପୋଷାକ ବିଷୟରେ ଜାଣିବା।ଓଡିଶା ପୋଲିସର ସବୁଠାରୁ ତଳ ରାଙ୍କରେ ଥାନ୍ତି କନଷ୍ଟେବଲ।ତାଙ୍କର କୌଣସି ଷ୍ଟ୍ରିପ ନଥାଏ ଏବଂ ଷ୍ଟାର ମଧ୍ୟ ନଥାଏ।କେବେଳ ତାଙ୍କ ଡ୍ରେସରେ ଓ ପି ଲେଖାଯାଇଥାଏ।ଯାହାର ଅର୍ଥ ହେଉଛି ଓଡିଶା ପୋଲିସ।ତାହାର ଉପର ରାଙ୍କ ହେଉଚି ହେଡ କନଷ୍ଟେବଳ।ତାଙ୍କ ପୋଷାକର ହାତ ଉପରେ ଏକ ଧଳା ଷ୍ଟ୍ରିପ ଥାଏ।

ଏହାପରେ ତାହାର ଉପର ପଦଟି ହେଲା ହାବିଲ ଦାର।ତାଙ୍କ ପୋଷାକ ଉପରେ ତିନୋଟି ଧଳା ଷ୍ଟ୍ରିପ ଥାଏ।କିନ୍ତୁ ଅନ୍ୟ ରାଜ୍ୟରେ ଏହି ରଙ୍ଗ ଅଲଗା ଅଲଗା ହୋଇପାରେ।ଯେଉଁ ପୋଲିସ ଅଫିସରଙ୍କ ପୋଷାକରେ ଏକ ସିଙ୍ଗିଲ ଷ୍ଟାର ଥାଏ।ଏବଂ ତାହା ତଳକୁ ଏକ ନାଲି ଷ୍ଟ୍ରିପ ଏବଂ ଏକ କଳାଷ୍ଟ୍ରିପ ଓ ଏଥିରେ ଓ ପି ଲେଖାଯାଇଥାଏ ତାହାର ଅର୍ଥ ସେ ହେଉଛନ୍ତି ଆସିଷ୍ଟାଣ୍ଟ ସବ ଇନିସ୍ପେକ୍ଟର।ଏହାର ଉପର ରାଙ୍କଟି ହେଉଛି ସବ ଇନ୍ସପେକ୍ଟର।

ଏମାନଙ୍କ ପୋଷାକରେ ଦୁଇଟି ଷ୍ଟାର ଥାଏ।ଏହାର ଉପର ପୋଷ୍ଟଟି ହେଉଛି ଇନସପେକ୍ଟର।ଏହା ଉପରେ ଥାନ୍ତି ଡି ଏସ ପି।ତାଙ୍କ ପୋଷାକ ତଳେ ଏକ ଅଶୋକ ସ୍ତମ୍ଭ ଥାଏ ଏବଂ ଟଳେ ଲେଖାଯାଇଥାଏ ଓ ପି ଏସ।ଏହା ଉପରେ ଆସୁଛନ୍ତି ଆଇ ପି ଏସ।ଇଣ୍ଡିଆନ ପୋଲିସ ସର୍ଭିସ।ସବୁଠାରୁ ଉପର ପଦରେ ଥାନ୍ତି ଡି ଜି ପି।ପ୍ରତି ରାଜ୍ୟରେ ଜଣେ ଡି ଜି ପି ରହିଥାନ୍ତି।ତାଙ୍କ ପୋଷାକରେ ଏକ ଅଶୋକ ସ୍ତମ୍ବ ଥାଏ ଏବଂ ଏକ ଖଣ୍ଡା ଯୁଦ୍ଧର ଚିହ୍ନ ଥାଏ।

ଆମ ଓଡ଼ିଶାର ଡି ଜି ପି ହେଉଛନ୍ତି ଅଭୟ ଏଠି।ତାଙ୍କର ସବୁଠାରୁ ଅଧିକ ଦରମା ଥାଏ।ତାଙ୍କ ଦରମା ହେଉଛି ଦୁଇ ଲକ୍ଷ ପଚିଶ ହଜାର ଟଙ୍କା।ଆଇ ପି ଏସଙ୍କ ପ୍ରାରମ୍ଭିକ ସ୍ୟାଲେରି ୬୦ ହଜାର ଟଙ୍କା।ଏହି ସ୍ୟାଲେରି ବଢି ଦୁଇ ଲକ୍ଷ ପର୍ଯ୍ୟନ୍ତ ଯାଇଥାଏ କନଷ୍ଟେବଳ ଏବଂ ହାବିଲଦାରଙ୍କ ସ୍ୟାଲେରି ୨୨ ହଜାରରୁ ୩୦ହଜାର ଟଙ୍କା ମଧ୍ୟରେ ହୋଇଥାଏ।ଏବଂ ସବ ଇଂସିପେକ୍ଟରଙ୍କ ସ୍ୟାଲେରି ୪୦ ହଜାରରୁ ଆରମ୍ଭ ହୋଇ ୫୦ ହଜାର ମଧ୍ୟରେ ହୋଇଥାଏ।

Leave a Reply

Your email address will not be published. Required fields are marked *