ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁ ପ୍ରବଳ ବର୍ଷା ଛେଚିବ ଆଜି ,୯ ଜିଲ୍ଲାକୁ ସତର୍କ ବାଣୀ ଦେଲେ ପାଣିପାଗ ବିଭାଗ,ଅତି Emergency କାମ ନଥିଲେ ଘରୁ ବାହାରନ୍ତୁ ନାହିଁ

Spread the love

ସାଙ୍ଗମାନେ ଆଜି ଆମେ ପାଣିପାଗ ଅପଡେଟ ଉପରେ ନଜର ପକେଇବା।ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣୀ ବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପତ ରୂପ ନେବାର ସମ୍ଭାବନା ରହିଛି।

ଏହା ପ୍ରଭାବରେ ଆସନ୍ତା କାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଆକଳନ କରିଛି ଆଞ୍ଚଳିକ ପାଣି ପାଗ କେନ୍ଦ୍ର।ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖରୁ ୧୪ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜିବି ମାନଙ୍କୁ ସତର୍କ କରାଯାଇଛି।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଯାହା ସୂଚନା ମିଳିଛି

ଗତ କାଲି ସୃଷ୍ଟି ହୋଇଥିବା ଘୂର୍ନି ବଳୟ ତାହା କେନ୍ଦ୍ର ପୂର୍ବ ତତ ସଂଲଗ୍ନ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମକୁ ଗତି କରିବା ସହିତ ଅବପାତର ରୂପ ନେବ ଏବଂ ଏହା ପ୍ରଭାବରେ ସାରା ରାଜ୍ୟରେ ୧୨ ଏବଂ ୧୩ ତାରିଖରେ ସର୍ବାଧିକ ପ୍ରଭାବ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

୧୨ ତାରିଖ କିମ୍ୱା ୧୩ ତାରିଖ ଯଦି ଦେଖିବା ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତା ସହ ଏହି ସମୟରେ ଯେହେତୁ ଚାଷ କାମ ଜାରି ରହିଛି।ଏହି ଲଘୁଚାପ ଜନିତ ବର୍ଷା ଚାଷ କାମରେ ଆଗକୁ ବଢ଼ିବାରେ ସହାୟକ ହେବ।

ରାଜ୍ୟରେ ଏବେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି ଯାହାକି କୃଷି କାର୍ଯ୍ୟ ପାଇଁ ଅନୁକୂଳ ନୁହେଁ।ଏହା ସହ ପାଣିପାଗ ବିଭାଗ ଓ ସରକାରଙ୍କ ତରଫରୁ କିଛି ଜିଲ୍ଲାକୁ ମଧ୍ୟ ଚେତାବନୀ ଜାରି କରାଯାଇଛି।ଯାହା କି ତଳିଆ ଅଞ୍ଚଳରେ ପାଣି ଜମିବାର ସମସ୍ୟା ଦେଖା ଦେବା ସହିତ କଚା ରାସ୍ତା ହେବାର ଆଶଙ୍କା ରହିଛି।ତେବେ କାଲି ଠୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆମ ସିନିୟର ରିପୋର୍ଟର ନିରଞ୍ଜନ ରେଡି ସୂଚନା ଦେଇଥିଲେ।

ପାଣି ପାଗ ଅପଡେଟ କୁ ନେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହି ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପୂର୍ବାନୁମାନ ରହୁଛି।ଆଗାମୀ ୪୮ ଘଣ୍ଟା ଘନୀଭୂତ ହୋଇ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି।ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ଯାହାର ପୂର୍ବାନୁମାନ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ମିଳୁଛି।

Leave a Reply

Your email address will not be published. Required fields are marked *