ମାଡି ଆସୁଛି ବଡ ଧାରଣ ର ବର୍ଷା ଲଘୁଚାପ,ସେପ୍ଟେମ୍ବର ମାସର ପ୍ରଥମ Week ରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ଏତେ ଦିନ ଯାଏ ଲାଗି ରହିବ ବର୍ଷା ର ପ୍ରକୋପ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଓଡିଶାର ପଣପାଗକୁ ନେଇ କିଛି ବିଶେଷ କଥା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗର ବିଶେଷ ଖବର।ତେବେ ବର୍ତ୍ତମାନ ସମୟରେ ଯେଉଁ କିଛି ନୂତନ ଅପଡେଟ ଆସୁଛି

ସେହି ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ କାରଣରୁ କିଛି କିଛି ଜିଲ୍ଲାରେ ବର୍ଷା ଦେଖାଦେଇଛି।ଏହା ପ୍ରଭାବ କାରଣରୁ କିଛି କିଛି ଜିଲାରେ ହାଲ୍କା ଝିପି ଝିପି ବର୍ଷା ହୋଇପାରେ ଏବଂ ଅନ୍ୟ କିଛି ଜିଲ୍ଲାରେ ପାଗ କୋହଲା ମଧ୍ୟ ରହିପାରେ।ଏହା ସହିତ ତୁହାକୁ ତୁହା ବର୍ଷା ମଧ୍ୟ ହୋଇପାରେ ଏହା କିଛି ଦିନ ପର୍ଯ୍ୟନ୍ତ ଲାଗି ରହିବ।

ଏବଂ ଏହା ସହିତ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ।ଯାହାକି ଅଧିକ ଘନୀଭୂତ ହେବାର ସମ୍ଭାବନା ଅଛି।ଏହା କାରଣରୁ ୪ ତାରିଖ ପରଠାରୁ ବର୍ଷା ଆମ ଓଡ଼ିଶାରେ ପୁନର୍ବାର ଆରମ୍ଭ ହେବ।ବର୍ତ୍ତମାନ ସମୟରେ ଯେଉଁ ଲାଟେଷ୍ଟ ଅପଡେଟ ଆସୁଛି ଆମ ଆଇ ଏମ ଡି ଏବଂ ଆଞ୍ଚଳିକ ପଣପାଗ ତରଫରୁ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ତାହା ଦୁର୍ବଳ ହୋଇ ସାରିଛି।

ତାହାର ପ୍ରଭାବ ଆଜି କିଛି କିଛି ଜିଲ୍ଲା ମାନଙ୍କରେ ହାଲ୍କା ଦେଖିବାକୁ ମିଳୁଛି।ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ମାନଙ୍କରେ ହାଲ୍କା ଝିପି ଝିପି ବର୍ଷା ହେବ।ତୁହାକୁ ତୁହା ବର୍ଷା ଅଳ୍ପ କିଛି ସ୍ଥାନରେ ହୋଇପାରେ କିନ୍ତୁ ଅଧିକାଂଶ ଜିଲ୍ଲା ମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ।ମରୁଡି ପରିସ୍ଥିତିରୁ କୌଣସି ସୁଧାର ଆସିଲା ନାହିଁ।

ଆମ ଓଡ଼ିଶାର ୨୪ଟି ଜିଲା ବର୍ତ୍ତମାନ ରେଡ଼ ଜୋନରେ ଅଛି ଯଦିବି ବର୍ଷା ଆଗକୁ ହେଉଛି ତାହା କୃଷି କାର୍ଯ୍ୟ ପାଇଁ ଫଳାଫଳ ହେବ ନାହିଁ କାରଣ କୃଷି କାର୍ୟ୍ଯ ପ୍ରଥମରୁ ସରିଗଲାଣି।ଏହି ବର୍ଷା ପାଇଁ କେବଳ ଖରା ତାତିରୁ ଏବଂ ଗରମରୁ ଟିକେ ତ୍ରାହି ମିଳିବ।ଏବଂ ଯେଉଁ ଯେଉଁ ଜିଲ୍ଲା ମାନଙ୍କରେ ହାଲ୍କା କୃଷି କାମ ପାଇଁ ପାଣି ଆବଶ୍ୟକ ହେଉଛି

ସେହି ସବୁ ଜିଲ୍ଲା ମାନଙ୍କରେ ବର୍ଷା ପାଇଁ କିଛିଟା ଫଳପ୍ରଦ ହୋଇପାରେ।କିନ୍ତୁ ଆମେରିକୀୟ ପଣପାଗ କେନ୍ଦ୍ର ସଂସ୍ଥା ଯାହା କହୁଛି ସେହି ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପଟି ସୃଷ୍ଟି ହୋଇଯିବ।ଏହାର ଅର୍ଥ ଆମ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଯିବ।

ଏମିତିରେ ମଧ୍ୟ ଉତ୍ତର ପଶ୍ଚିମ ବଙ୍ଗୋପ ସସଗାରରେ ଯେଉଁ ଲଘୁଚାପଟି ସୃଷ୍ଟି ହୁଏ ତାହା ଘନୀଭୂତ ହୋଇ ପ୍ରଥମେ ଡିପ୍ରେସନ ଏବଂ ତାହା ପରେ ପରେ ଡିପ ଡିପ୍ରେସନ ଏବଂ ତାହା ପରେ ପରେ ସାମୁଦ୍ରିକ ଝଡ଼ରେ ପରିଣତ ହୁଏ।କିନ୍ତୁ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ଥାଏ।

Leave a Reply

Your email address will not be published. Required fields are marked *