ସ୍ତ୍ରୀ କିପରି ହେବା ଉଚିତ – ଯେଉଁ ସ୍ତ୍ରୀ ଏହି କଥା ଗୁଡିକ ଜାଣିଦେଲେ ତେବେ ତାଙ୍କ ଜୀବନ ଓ ତାଙ୍କ ସ୍ୱାମୀ ଜୀବନ ସ୍ୱର୍ଗ ହେଇଯିବ – ସମସ୍ତେ ନିଶ୍ଚୟ ପଢନ୍ତୁ

Spread the love

ଚାଣକ୍ୟ ନିଜର ନୀତିରେ ଏପରି ଅନେକ କଥା ବର୍ଣ୍ଣନା କରି ଯାଇଛନ୍ତି ଯାହାକୁ ମାନିବା ଫଳରେ ଆମ ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବା ସହିତ ଆମେ ଆମ ଜୀବନରେ ଏକ ସୁଖମୟ ଜୀବନ ପାଇ ପାରିବା।ତେବେ ଚାଣକ୍ୟ ନିଜର ନୀତିରେ ଏହା ମଧ୍ୟ କହିଛନ୍ତି କି ଆମେ ନିଜର ଜୀବନ ସାଥି ତଥା ଆମର ସ୍ତ୍ରୀ କିଭଳି ଭାବରେ ଚୟନ କରିବା।ସ୍ତ୍ରୀ ମାନଙ୍କ ପାଖରେ ଅନ୍ୟକୁ ବଶୀଭୂତ କରିବାର ଅଦ୍ଭୁତ କଳା ରହିଛି।ତେଣୁ ସେମାନେ କୌଣସି ବି ବ୍ୟକ୍ତିକୁ ବଶୀଭୂତ କରିପାରନ୍ତି।

ସେମାନେ ଯେକୌଣସି ଗରିବକୁ ମଧ୍ୟ କୋଟିପତି କରାଇ ପାରନ୍ତି।ସେମାନେ ଚାହିଁଲେ ଯେକୌଣସି ରାଜାକୁ ମଧ୍ୟ ଭିକାରୀ କରି ପାରିବେ।ଯେତେବେଳେ କୌଣସି ସ୍ତ୍ରୀ ଗୋଟିଏ ପୁରୁଷକୁ ଭଲ ପାଇଥାଏ ସେତେବେଳେ ସେ ନିଜର ଜୀବନକୁ ସେହି ପୁରୁଷ ପାଇଁ ଉତ୍ସର୍ଗ କରିବାକୁ ମଧ୍ୟ ପଛଘୁଂଚା ଦିଏନାହିଁ।ଏହାର ଉଦାହରଣ ସ୍ୱରୂପ ଆପଣ ଏକ ମାଆକୁ ନେଇପାରିବେ।ଯେତେବେଳେ ଗୋଟିଏ ମାଆ ନିଜର ଛୁଆକୁ ଜନ୍ମ କରିଥାଏ ସେଥିପାଇଁ ସେ ନିଜର ଜୀବନକୁ ମଧ୍ୟ ବଜିରେ ଲଗାଇ ଦେଇଥାଏ।

ସେ ନିଜ ଜୀବନ ବିଷୟରେ ଟିକେ ମାତ୍ର ଚିନ୍ତା ନକରି ନିଜର ଛୁଆର ଜୀବନ କଥା ଚିନ୍ତା କରିଥାଏ।ତେଣୁ ନାରୀର ଯେତେ ଗୁଣଗାନ କଲେ ମଧ୍ୟ ତାହା ଶେଷ ହେବ ନାହିଁ।କିନ୍ତୁ ପୁରୁଷ ମାନଙ୍କୁ ମଧ୍ୟ କିଛି ନାରୀଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।ଯେପରି ଏପରି କିଛି ନାରୀ ରହିଥାନ୍ତି ଯାହାଙ୍କ ମନରେ ସର୍ବଦା ଛଳ ଓ କପଟ ରହିଥାଏ।ସେହି ଭଳି ସମସ୍ତ ନାରୀମାନେ ଅତ୍ୟନ୍ତ ଖରାପ ପ୍ରକୃତିର ନାରୀ ଅଟନ୍ତି।ତେବେ ସେହି ଭଳି ସମସ୍ତ ନାରୀଙ୍କ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

ପ୍ରଥମେ ହେଉଛି ଯେଉଁ ସ୍ତ୍ରୀ ଅନ୍ୟ କୌଣସି ପୁରୁଷକୁ ଦେଖି ତାଙ୍କ ମନରେ କିଛି ଖରାପ ଭାବନା ଜାତ ହୁଏ ନାହିଁ ସେହି ସମସ୍ତ ସ୍ତ୍ରୀ ଧନ୍ୟ ଅଟନ୍ତି ଓ ସେହି ସମସ୍ତ ପୁରୁଷ ଯେଉଁମାନେ ଏହିଭଳି ସ୍ତ୍ରୀ ପାଇଛନ୍ତି ସେମାନେ ବହୁତ ଭାଗ୍ୟବାନ ଅଟନ୍ତି।କାରଣ ଏଭଳି ଅନେକ ସ୍ତ୍ରୀ ରହିଛନ୍ତି ଯେଉଁମାନେ ସର୍ବଦା ଅନ୍ୟ ପୁରୁଷ ଉପରେ ଖରାପ ନଜର ପକାଇଥାନ୍ତି।ଏହି ସମସ୍ତ ନାରୀମାନେ କୁ ସ୍ୱଭାବର ହୋଇଥାନ୍ତି।ଏହିଭଳି ନାରୀ ମାନଙ୍କ ଠାରୁ ଯେତେ ସମ୍ଭବ ସେତେ ଦୂରତା ରକ୍ଷା କରିବା ଆବଶ୍ୟକ।ଏହା ସହିତ ଆପଣ ଧ୍ୟାନ ରଖିବା ଆବଶ୍ୟକ ଯେପରି ଆପଣ ଏହିଭଳି ନାରୀଙ୍କ ସଂସ୍ପର୍ଶରେ ନ ଆସନ୍ତୁ।

ଏହାପରେ ହେଉଛନ୍ତି ଟଙ୍କାର ବଶବର୍ତ୍ତୀ ଥିବା ନାରୀ ଯେଉଁ ନାରୀମାନେ ଟଙ୍କାର ବଶବର୍ତ୍ତୀ ହୋଇଥାନ୍ତି ସେମାନେ ଯେକୌଣସି ଧନୀ ପୁରୁଷ ସହ ବସବାସ କରିବାକୁ ପ୍ରସ୍ତୁତ ଥାଆନ୍ତି।ଏହିଭଳି ନାରୀକୁ ବିବାହ କଲେ ଘରେ ସର୍ବଦା ଧନର ଅଭାବ ଦେଖାଦେଇଥାଏ।ଏହା ସହିତ ଏହି ସମସ୍ତ ନାରୀ କେବେ କାହାର ମଙ୍ଗଳ ଚିନ୍ତା କରନ୍ତି ନାହିଁ।ଏମାନେ ସର୍ବଦା ଧନର ବଶବର୍ତ୍ତୀ ହୋଇ ନିଜର ସ୍ବାମୀଙ୍କୁ ମଧ୍ୟ ଧୋକା ଦେବାପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି।ଏହିପରି ସ୍ୱଭାବର ନାରୀମାନେ ସର୍ବଦା ଅନ୍ୟର ଅମଙ୍ଗଳ କାମନା କରିଥାନ୍ତି।ତେଣୁ ଏହି ସ୍ୱଭାବର ନାରୀଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *