ପୂଜାର୍ଚ୍ଚନା ବେଳେ ଭୂମିରେ ରଖନ୍ତୁ ନାହିଁ ଏସବୁ ଜିନିଷ, ନଚେତ ଦେଖା ଦେଇପାରେ ଆର୍ଥିକ ସଙ୍କଟ (Crisis)

Spread the love

ବାସ୍ତୁ ଅନୁସାରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ସଂକେତ ବୋଲି କୁହାଯାଏ।ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହେବା ସହିତ ଆପଣଙ୍କ ଜୀବନର ସୁଖ ସମୃଦ୍ଧି ଓ ଶାନ୍ତି ରହିଥାଏ।ଆପଣ ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡ଼ିତ ନିୟମକୁ ପାଳନ କରିବା ଉଚିତ।ବିଶେଷ କରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ ଭୂମି ଉପରେ ରଖନ୍ତୁ ନାହିଁ।ଏହା ଦ୍ଵାରା ପୂଜାର ଫଳ ନ ମିଳିବା ସହ ବାସ୍ତୁ ଦୋଷ ବଢ଼ିଥାଏ।

ତେବେ ଆଜି ଜାଣିବା କେଉଁ ଜିନିଷ ଭୂମି ଉପରେ ରଖିବା ଉଚିତ ନୁହେଁ। ଭଗଵାନଙ୍କ ମୂର୍ତ୍ତି କିମ୍ୱା ଫଟୋ ଭୂମି ଉପରେ ରଖନ୍ତୁ ନାହିଁ।ଅନେକ ସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କ ମୂର୍ତ୍ତି କିମ୍ୱା ଫଟୋକୁ ଭୂମି ଉପରେ ରଖି ଦିଅନ୍ତି।ବାସ୍ତୁ ଅନୁସାରେ ଘରେ ବାସ୍ତୁ ଦୋଷ ଦେଖା ଦିଏ।

ଏହା ସହ ଆପଣଙ୍କ ଚିନ୍ତାରେ ବୃଦ୍ଧି ଓ ଆର୍ଥିକ ସମସ୍ୟା ଦେଖାଦିଏ।ତେବେ ତାହାକୁ ସର୍ବଦା ସଫା କପଡ଼ା ଓ ସଫା ସ୍ଥାନରେ ରଖିବା ଉଚିତ।ଭୁଲରେ ବି ଶିବ ଲିଙ୍ଗକୁ ଭୂମି ଉପରେ ରଖନ୍ତୁ ନାହିଁ।ପ୍ରାୟତ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବ ଲିଙ୍ଗକୁ ଭୂମି ଉପରେ ରଖି ଦିଅନ୍ତି।ଏହା ଦ୍ଵାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦିଏ।

ତେଣୁ ଭଗଵାନ ଶିବଙ୍କର ପ୍ରତ୍ୟେକ ଶିବ ଲିଙ୍ଗକୁ ଭୂମି ଉପରେ ନ ରଖି ସଫା କପଡ଼ା ଓ ପରିଷ୍କାର ଜାଗାରେ ରଖିବା ଉଚିତ।ଭୁଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ।ଶଙ୍ଖ ବଜାଇବା ଦ୍ଵାରା ଘରେ ଥିବା ନକରାତ୍ମକ ପ୍ରଭାବ ଦୂର ହୋଇଥାଏ।ଏହା ସହ ଶଙ୍ଖକୁ ମା ଲକ୍ଷ୍ମୀଙ୍କର ଭାଇ ବୋଲି ମନା ଯାଏ।

ତେଣୁ ଏହାକୁ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ।ଏହା ଦ୍ବାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।ଏହାକୁ ବ୍ୟବହାର କରି ସାରିବା ପରେ ଠାକୁର ଘରେ ରଖନ୍ତୁ।ଭାଗବତ ଗୀତା ଅନୁସାରେ ଦୀପ,ଧୂପ,ଯନ୍ତ୍ର, ତୁଳସି ପତ୍ର, ଫୁଲ, କର୍ପୂର, ଚନ୍ଦନ, ଜପାମାଳ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ।ଏହା ପୂଜା ପାଠରେ ବ୍ୟବହାର ହେଉଥିବା କାରଣରୁ ଏହାକୁ ଭୂମି ଉପରେ ରଖିବା ଅଶୁଭ କୁହାଯାଏ।

ପୂଜା ପାଠ ସାମଗ୍ରୀକୁ ଭୂମି ଉପରେ ରଖିବା ଅଶୁଭ।ଏହି ସବୁ ସାମଗ୍ରୀକୁ ଅତ୍ୟନ୍ତ ପବିତ୍ର ସାମଗ୍ରୀ କୁହାଯାଏ।ଏଥି ପାଇଁ ଏହାକୁ କେବେ ବି ଭୂମି ଉପରେ ରଖିବା ଉଚିତ ନୁହେଁ।ଏହା ଦ୍ଵାରା ଘରେ ବାସ୍ତୁ ଦୋଷ ଦେଖା ଦେବା ସହ ନକରାତ୍ମକ ଶକ୍ତି ବୃଦ୍ଧି ପାଏ।ତେଣୁ ଦୀପ,ଫୁଲ ମାଳ,ଗଙ୍ଗା ଜଳ ଆଦି ଜିନିଷ ସର୍ବଦା ଥାଳି ଉପରେ ରଖି ପୂଜା ସ୍ଥାନରେ ରଖିବା ଉଚିତ।

Leave a Reply

Your email address will not be published. Required fields are marked *