ଆପଣଙ୍କ ଠାକୁରଙ୍କ Puja ଫୁଲକୁ ଏହି କାମ କରିବା ଦରକାର,ଭୁଲ ରେ ଏହି କାମ ଗୁଡିକ କରନ୍ତୁ ନାହିଁ ନଚେତ ଆପଣ ଦାଣ୍ଡର Bhikari ହେଇଯିବେ

Spread the love

ଆମେ ଅନେକ ସମୟରେ ଯେତେବେଳେ କୌଣସି ମନ୍ଦିର ଅଥବା କୌଣସି ଧର୍ମ ସ୍ଥାନକୁ ଯାଇ ଥାଉ ସେହି ସମୟରେ ସେଠାରୁ ଭଗବାନଙ୍କ ଫୁଲ ଆମେ କେବେ କେବେ ନିଜ ସାଥିରେ ନେଇ ଆସିଥାଉ।ସେହି ଫୁଲ ଭଗବାନଙ୍କ ଉପରେ ଅର୍ପଣ ହେବା ପରେ ଆମେ ଆଣିଥାଉ।ମାତ୍ର ଏହା କିଛି ଦିନ ଘରେ ରହିବା ପରେ ଏହା ସୁଖି ଯାଇଥାଏ।ଆମେ ଏହା ଚିନ୍ତା କରିଥାଉ କି ଏହି ଫୁଲ ଶୁଖିଗଲା ଆମେ ଏହାକୁ ଆମ ଘରେ ଆଉ ରଖିବା ନାହିଁ।ଏହା ଚିନ୍ତା କରି ଆମେ ଏହାକୁ ଫୋପାଡ଼ି ଦେଉ।ମାତ୍ର ଏହା କରିବା ସମ୍ପୂର୍ଣ୍ଣ ଅନୁଚିତ।

ଏପରି କରିବା ଫଳରେ ଆମ ଉପରେ ଅନେକ ପ୍ରକାରର ବିପଦ ଆସିପାରେ।ସେଥିପାଇଁ ଏପରି ନ କରି ସର୍ବଦା ଏହାର ସଠିକ ବ୍ୟବହାର କରିବା ଆବଶ୍ୟକ।ଏହି ଫୁଲ ଶୁଖିଯିବ ପରେ ମଧ୍ୟ ଏଥିରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ।ଯେପରିକି ଏହା ଭଗବାନଙ୍କ ଶରୀରରେ ଅର୍ପଣ ହୋଇଥାଏ ତେବେ ଏଥିରେ ଅନେକ ସକାରାତ୍ମକ ଶକ୍ତି ରହିଥାଏ।ତେଣୁ ଏହାକୁ ଫୋପାଡ଼ି ଦେବା ଫଳରେ ଏଥିରେ ଥିବା ସକାରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ।

ଏହା ସହିତ ଏହାର କୁ ପ୍ରଭାବ ମଧ୍ୟ ଆମ ଉପରେ ପଡ଼ିଥାଏ।ତେଣୁ ଏହି ଫୁଲକୁ ଏଣେ ତେଣେ ଫୋପାଡ଼ି ବିଲକୁଲ ଅନୁଚିତ।ଏହା ସହିତ ଏହି ଫୁଲକୁ ଆପଣ ଯଦି ଏକ କପଡ଼ାରେ ବାନ୍ଧି ନିଜର ଘରେ ରଖିବେ ତେବେ ଏଥିରେ ଥିବା ସମସ୍ତ ସକାରାତ୍ମକ ଶକ୍ତି ଆପଣଙ୍କ ଘରେ ରହିବ ଓ ଏହା ସହିତ ଆପଣ ସମସ୍ତ ପ୍ରକାରର ଅସୁବିଧାର ପୂର୍ବରୁ ସୂଚନା ପାଇ ପାରିବେ।

ଆମେ ଯେତେବେଳେ କୌଣସି ଧର୍ମ ସ୍ଥଳକୁ ଯାଇଥାଉ ସେଠାକାର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଆମକୁ ଦେଇଥାନ୍ତି।ଆମେ ଘରେ ପହଞ୍ଚିବା ପୂର୍ବରୁ ଏହି ଫୁଲ ସୁଖି ଯାଇଥାଏ।ତେଣୁ ଆପଣ ଏହାକୁ ନଷ୍ଟ କରନ୍ତୁ ନାହିଁ।ଆପଣ ଯଦି ଏହାକୁ ଘରକୁ ନ ଆଣି ପାରୁଛନ୍ତି ତେବେ ଆପଣ ଏହାକୁ ପ୍ରବାହିତ ଜଳରେ ପକାଇ ଦିଅନ୍ତୁ।ଏହା ସହିତ ଆପଣ ଏହି ଫୁଲକୁ ଯଦି ନିଜର ଘରକୁ ନ ଆଣି ପାରୁଛନ୍ତି ତେବେ ଆପଣ ଏହି ଫୁଲକୁ ଶୁଙ୍ଘି ଏହାକୁ କୌଣସି ଜଳରେ କିମ୍ବା କୌଣସି କୌଣସି ଗଛ ମୂଳରେ ଅର୍ପଣ କରି ଦିଅନ୍ତୁ।

ଏପରି କରିବା ଫଳରେ ସେହି ଫୁଲରେ ଥିବା ସମସ୍ତ ସକାରାତ୍ମକ ଶକ୍ତି ଆପଣଙ୍କ ମଧ୍ୟକୁ ପ୍ରବେଶ କରିବ।ଯାହା ଫଳରେ ଆପଣ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ।ଏପରି କରିବା ଫଳରେ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଏହା ସହିତ ଆପଣ ଯଦି କୌଣସି ଅସୁବିଧାରେ ଥାଆନ୍ତି ତେବେ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ।

ତେବେ ଆପଣ ସତର୍କ ରୁହନ୍ତୁ।ଯେପରି ଆପଣ କେବେ ମଧ୍ୟ ଏହି ସମସ୍ତ ଫୁଲକୁ ଏଣେ ତେଣେ ନ ପକାନ୍ତି ନଚେତ ଆପଣଙ୍କ ଏହାର କୁ ଫଳ ଭୋଗିବାକୁ ପଡ଼ିବ।ଆପଣ ଯଦି ଏହାକୁ ସଠିକ ଭାବରେ ସାଇତି ରଖିବେ କିମ୍ବା ଏହାକୁ ସଠିକ ଭାବରେ ବିସର୍ଜନ କରିବେ ତେବେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ ଏହା ସହିତ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିବ।

Leave a Reply

Your email address will not be published. Required fields are marked *