ପୁଣି ଆସୁଛି ଏକ ନୂଆ ଲଘୁଚାପ Bangopsagar ରେ ସୃଷ୍ଟି ହେଲା ଘୁର୍ଣ୍ଣିଝଡ ବଳୟ,ଆଗାମୀ ୭ ଦିନ ଯାଏ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଏହି ଜିଲ୍ଲାରେ

Spread the love

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ସଂଲଗ୍ନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାରଣରୁ ଆମ ଓଡ଼ିଶାରେ ଗତ କାଲି ଠାରୁ ବର୍ଷା ଆରମ୍ଭ ହୋଇ ସାରିଛି।ଏହା ସହିତ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା,ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ ନେବାକୁ ଯାଉଛି।

ତେବେ ଆଗାମୀ ସମୟରେ ଏହି ବର୍ଷର ପରିମାଣ ବୃଦ୍ଧି ପାଇବ।ଏହା ସହିତ ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।ଏହା ସହିତ ଆଗାମୀ ସମୟରେ ପ୍ରାୟ ୧୦-୧୨ ସେମି ବର୍ଷା ହେବ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଭାଗର ଏକ ବିଶେଷଜ୍ଞ।ଏହା ସହିତ ସେ ଅନୁମାନ କରୁଛନ୍ତି କି ଆଗାମୀ ସମୟରେ ବର୍ଷାର ପରିମାଣ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ତେବେ ବର୍ତ୍ତମାନ ହୀରାକୁଦ ୨୮ ଟି ଗେଟ ଖୋଲି ସାରିଛି।ଏହା ସହିତ ଏଠାରୁ ଆସୁଥିବା ପାଣି ଦ୍ୱାରା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ସହିତ ଏହି କାରଣରୁ ବର୍ତ୍ତମାନ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ଆଗାମୀ ସମୟରେ ଆବଶ୍ୟକ ପଡ଼ିଲେ ସମସ୍ତ ସାହାଯ୍ୟକାରି ଦଳ ମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ଯେଉଁ ବନ୍ୟା ଜଳ ବର୍ତ୍ତମାନ ନିଷ୍କାସିତ ହେଉଛି ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟା ଜଳ ନିଶ୍ଚିତ ଭାବରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି।ଏହା ସହିତ ଏହି ବନ୍ୟା ସହିତ ବର୍ତ୍ତମାନ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ୧୮-୧୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଏହି ଲଘୁଚାପ ପ୍ରଭାବରେ ବାଲେଶ୍ଵର,ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।ଏହା ସହିତ ଏହି ମହାନଦୀରେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଉଥିବା କାରଣରୁ ବର୍ତ୍ତମାନ ବନ୍ୟା ଜଳ ହୀରାକୁଦରୁ ନିଷ୍କାସିତ ହେଉଛି।ଯାହା ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହି କାରଣରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି।ତେବେ ଆସନ୍ତା ୨ ଦିନ ପାଇଁ ୧୬ ଟି ଜିଲ୍ଲାକୁ ୟେଲୋ ସଂକେତ ଜାରି କରାଯାଇଛି।

ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ ,କେନ୍ଦୁଝର ,ମୟୂରଭଞ୍ଜ ,ବାଲେଶ୍ଵର ,ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂପୁର,କଟକ,ଖୋର୍ଦ୍ଧା,ପୁରୀ, ନୟାଗଡ଼,କୋରାପୁଟ,ମାଲକାନଗିରି,କଳାହାଣ୍ଡି,କନ୍ଧମାଳ ଏହା ସହିତ ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାକୁ ମଧ୍ୟ ସତର୍କ ରହିବା ପାଇଁ କୁହା ଯାଇଛି।ଏହା ସହିତ ଏହି ସମସ୍ତ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ କୁହାଯାଇଛି।ଏହା ସହିତ ଆଗାମୀ ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସଜାଗ ରହିବା ପାଇଁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *