ସୁକନ୍ୟା ସମୃଦ୍ଧି ଯୋଜନା ର ଏହି ସୁବିଧା ଜାଣିରଖନ୍ତୁ – ମାତ୍ର କିଛି ଟଙ୍କା ଦେଇ ଆପଣଙ୍କ ଝିଅ ପାଇଁ ରଖି ପାରିବେ ଲକ୍ଷ ଲକ୍ଷ ଟଙ୍କା..

Spread the love

ପ୍ରିୟ ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ କେହି ଝିଅ ବା କନ୍ୟା ଅଛନ୍ତି, ସେମାନଙ୍କ ସୁନ୍ଦର ଭବିଷ୍ୟତପାଇଁ ଆପଣ ଟଙ୍କା ସଞ୍ଚୟ କରିବାପାଇଁ ଚାହୁଁଛନ୍ତି ତାହାହେଲେ ଆପଣ କିପରି ସୁକନ୍ୟା ସମୃଦ୍ଧି ଯୋଜନାରେ ନିଜର ଟଙ୍କା ରଖି ପାରିବେ,ଆପଣ କେତେ ବର୍ଷ ଟଙ୍କା ରଖିବାପରେ ବା କେତେ ଟଙ୍କା ଡିପୋଜିଟ କରିବାପରେ ଆପଣ କେତେ ପରିମାଣର ଅର୍ଥ ପାଇପାରିବେ ସେ ବିଷୟରେ ସବିଶେଷ ଭାବରେ ଏଠାରେ ଆଲୋଚନା କରାଯାଇଛି।ସେସବୁ ବିଷୟରେ ଜାଣିବାପାଇଁ ଦୟାକରି ଏଠାରେ ନଜର ଦିଅନ୍ତୁ।

ସୁକନ୍ୟା ସମୃଦ୍ଧି ଯୋଜନା ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା।୨୦୧୪ ମସିହାର ଯେଉଁ ନିୟମ ଥିଲା, ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ଏବେ ୨୦୨୦ରେ ସେଥିରେ କିଛି ପରିବର୍ତ୍ତନ କରାଯାଇଛି।ଯେପରିକି ୨୦୧୪ରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଯଦି ଆପଣ ଆକାଉଣ୍ଟ ଓପନ କରୁଥିଲେ ତେବେ ଆପଣଙ୍କୁ ମାସକୁ ୧୦୦୦ ଟଙ୍କା ଜମା କରିବାକୁ ପଡୁଥିଲା।ତାହାସହ ଆପଣ ବର୍ଷକୁ ସମୁଦାୟ ଦେଢ଼ ଲକ୍ଷ ଟଙ୍କା ଜମା କରିପାରୁଥିଲେ।କିନ୍ତୁ ଏବେ ସେଥିରେ ପରିବର୍ତ୍ତନ କରାଯାଇଛି।ଯଦି ୨୦୨୦ ମସିହାର ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଖୋଲିବେ,ତେବେ ଆପଣ ମାସକୁ ୫୦ ଟଙ୍କାରୁ ଆରମ୍ଭ କରି ୧୦୦୦ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ।

ତାହାସହ ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା କରିପାରିବେ।ସୁକନ୍ୟା ସମୃଦ୍ଧି ଯୋଜନାର ଅବଧି ହେଉଛି ୨୧ବର୍ଷ।ଆପଣ ୨୧ ବର୍ଷ ପରେ ଏହି ଆକାଉଣ୍ଟଟିକୁ ବନ୍ଦ କରି ସମସ୍ତ ଟଙ୍କା ଉଠାଇ ପାରିବେ।କିଛି ଲୋକ ଦ୍ବନ୍ଦରେ ଅଛନ୍ତି ଯେ,ସେମାନଙ୍କୁ କେତେ ବର୍ଷ ପର୍ଯ୍ୟନ୍ତ ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ଜମା କରିବାକୁ ପଡ଼ିବ।ବନ୍ଧୁଗଣ ଆପଣମାନଙ୍କୁ ସମ୍ପୂର୍ଣ ୨୧ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ଟଙ୍କା ଭରିବାକୁ ପଡ଼ିବ ନାହିଁ।ଆପଣଙ୍କୁ ମାତ୍ର ୧୪ବର୍ଷ ଟଙ୍କା ଭରିବାକୁ ପଡ଼ିବ।ଆପଣ ୧୪ବର୍ଷ ପଇସା ଭରିବାପରେ ଆପଣଙ୍କୁ ଆଉ ୬ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ଆକାଉଣ୍ଟ ଖୋଲିବାର ସମ୍ପୂର୍ଣ ୨୧ବର୍ଷ ହେବାପରେ ଆପଣ ନିଜର ପୈଠ ଟଙ୍କା ଉଠାଇ ପାରିବେ ଓ ନିଜ କନ୍ୟାର ସୁନ୍ଦର ଭବିଷ୍ୟତପାଇଁ ବ୍ୟବହାର କରିପାରିବେ।ଧରାଯାଉ ଆପଣଙ୍କ ଝିଅର ବୟସ ଏକ ବର୍ଷ ହୋଇଛି।ଯଦି ଏହି ୧ମ ବର୍ଷରେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲିଛନ୍ତି ତେବେ ୧୪ବର୍ଷ ପାଇଁ ଆପଣଙ୍କୁ ଟଙ୍କା ଭରିବାକୁ ପଡିବ।୧୪ ବର୍ଷ ଟଙ୍କା ଭାରିବାପରେ ଆପଣଙ୍କୁ ୬ବର୍ଷ ଅପେକ୍ଷା କରି,୨୧ ବର୍ଷ ପରେ ଆପଣ ଏହି ଆକାଉଣ୍ଟକୁ ବନ୍ଦ କରି ସମ୍ପୂର୍ଣ ଟଙ୍କା ଉଠାଇ ପାରିବେ।

ଯଦି ଆପଣଙ୍କ ଝିଅର ବୟସ ୫ବର୍ଷ ଅଟେ।ଯଦି ୫ମ ବର୍ଷ ରେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲିଛନ୍ତି ତେବେ ଆପଣଙ୍କୁ ୫ବର୍ଷ ରୁ ଆରମ୍ଭ କରି ୧୪ବର୍ଷ ଅର୍ଥାତ ଝିଅକୁ ୧୯ ବର୍ଷ ହେବାଯାଏ ଆପଣଙ୍କୁ ଟଙ୍କା ଭରିବାକୁ ପଡ଼ିବ।ଆପଣ ଚାହିଁଲେ ଏଠାରେ ୨୬ବର୍ଷ ବୟସରେ ସମସ୍ତ ଟଙ୍କା ଉଠାଇ ପାରିବେ।ତାହା ପୂର୍ବରୁ ଆପଣ ଏହି ଆକାଉଣ୍ଟଟି ବନ୍ଦ କରି ଟଙ୍କା ଉଠାଇ ପାରିବେ ନାହିଁ।ଆପଣ ଚାହିଁଲେ ସୁକନ୍ୟା ସମୃଦ୍ଧି ଯୋଜନାରେ ଥିବା କ୍ୟାଲକୁଲେଟର ବ୍ୟବହାର କରି ଜାଣିପାରିବେ ଆପଣ କେତେବର୍ଷ କେତେ ଟଙ୍କା ରଖିଲେ ଆପଣ କେତେ ଟଙ୍କା ପାଇପାରିବେ।

Leave a Reply

Your email address will not be published. Required fields are marked *