ତପସ୍ୱିନୀ ସୁମିତ ମାମଲାର ଶୁଣାଣି ପୁଣି Jan ୪କୁ ଘୁଞ୍ଚିଗଲା,ଦିନ ଗଡ଼ିଲେ କାହାକୁ ସୁବିଧା ହେଉଛି,କେଉଁଠି ରହିବେ ତପସ୍ୱିନୀ..ଦେଖନ୍ତୁ Video

Spread the love

ବ୍ରହ୍ମପୂରରେ ଦମ୍ପତି ବିବାଦ ମାମଲା ଡ଼ାକ୍ତର ସୁମିତ ଓ ତପସ୍ଵିନୀଙ୍କ ମାମଲା ବ୍ରହ୍ମପୁରର ଜିଲ୍ଲା କୋର୍ଟରେ ଉଭୟ ପକ୍ଷରୁ ହୋଇଥିବା ଆବେଦନ ଶୁଣାଣି କରିଛନ୍ତି କୋର୍ଟ।ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ତାଙ୍କ ମତ ରଖିଥିଲେ।ଜିଲ୍ଲା କୋର୍ଟ ଆସନ୍ତା ୪ ତାରିଖରେ ଚୁଡାନ୍ତ ରାୟ ଶୁଣାଇବାକୁ ଦିନ ଧାର୍ୟ କରିଛନ୍ତି। ସୁମିତଙ୍କ ଘରେ ରହିବା ପାଇଁ ତପସ୍ୱିନୀ ଗତ ୧୭ରେ କୋର୍ଟରେ ଆବେଦନ କରିଥିଲେ।ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ପରେ ତପସ୍ୱିନୀ ପୁଣି ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ।ସେହି ପରି ସୁମିତଙ୍କ କୋର୍ଟ ମଧ୍ୟ କୋର୍ଟଙ୍କ ରାୟ ଉପରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ।ଉଭୟ ମାମଲାରେ ଆଜି ଶୁଣାଣୀ କରିଛନ୍ତି କୋର୍ଟ।ଆଜି ୨ଟି ପିଟିସନର ଶୁଣାଣି କରିଛନ୍ତି କୋର୍ଟ ଏବଂ ୪ ତାରିଖରେ ଚୁଡାନ୍ତ ରାୟ ଆସିବ ବୋଲି ସୂଚନା ରହିଛି।ଆଜିର ଦିନ ଉଭୟ ପକ୍ଷଙ୍କ ପାଇଁ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ଦିନ ଥିଲା।

ଦୁଇ ଜଣଙ୍କର ପିଟିସନର ଶୁଣାଣି ଆଜି ରହିଥିଲା।ଏ ନେଇ ଉଭୟ ପରିବାର ପକ୍ଷ ସହମତ।ଏହା ସହ ବ୍ରହ୍ମପୁର ବାସି ମଧ୍ୟ ସହମତ ଥିଲେ।କାରଣ ଘଟଣାଟି ବହୁତ ଚର୍ଚ୍ଚାରେ ଅଛି।ସମସ୍ତେ ଅପେକ୍ଷା କରିଥିଲେ ଆଜି ରାୟ କଣ ପ୍ରକାଶ ପାଇବ।କିନ୍ତୁ ଆଜି ଉଭୟ ପକ୍ଷଙ୍କ ଓକିଲ ରଖିବା ପରେ ଯାହା ଜିଲ୍ଲା କୋର୍ଟ ସୂଚନା ଦେଇଥିଲେ କି ଆସନ୍ତା ୪ ତାରିଖରେ ଏ ନେଇ ତାଙ୍କର ରାୟ ପ୍ରକାଶ ପାଇବ।ଡିମ୍ପଲ ଏବେ ସେମିତି ଅଛନ୍ତି ତାଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଅଛନ୍ତି।ଆମେ ଓକିଲଙ୍କ ପ୍ରତିକ୍ରିୟା ନେଇଥିଲୁ।ଦୁହେଁ କହିଛନ୍ତି କି ସେ କାହିଁକି ତାଙ୍କ ଘରକୁ ଯିବା ପାଇଁ ଇଚ୍ଛା କରୁଛନ୍ତି।ଅନ୍ୟ ପକ୍ଷରେ ସୁମିତଙ୍କ ଓକିଲ କହିଥିଲେ କି ଯେହେତୁ ଆଗରୁ ସେ ଦେଇଥିଲେ ନିର୍ଯାତନା ମାମଲା।କିନ୍ତୁ ସେ ପୁଣି କାହିଁକି ରହିବା ପାଇଁ ଚାହୁଁଛନ୍ତି।

ମୁଁ ବାସ ଗୋଟିଏ କଥା କହିବି ମୋ କଥାକୁ କେହି ବି ବିଶ୍ୱାସ କରୁ ନଥିଲେ କି ଆମେ ଏହି ୭ ଦିନ ଭଲରେ ଥିଲୁ।ଆପଣ ନିଜେ ଦେଖିଥିବେ ମୋ ଆସ୍କା ଆଇଆଇସି ମଧ୍ୟ ଲେଖିକି ଦେଇଛନ୍ତି କି ଆମେ ଭଲରେ ଥିଲୁ।ସେ ଏମିତି ଲେଖିଛନ୍ତି ମାନେ ସେ କିଛି ତ ଦେଖିଥିବେ ନା। ଦୁନିଆ ବିଶ୍ଵାସ କରୁ କି ନ କରୁ କିନ୍ତୁ ଆମେ ଏହି ୭ ଦିନ ଭଲରେ ଥିଲୁ।ମୁଁ ଏବେ ଏଇଠି ହିଁ ରହିବି।କେହି ବିଶ୍ବାସ କରୁ ନଥିଲେ କିନ୍ତୁ ଏବେ ସେହି ସତ ସାମ୍ନାକୁ ଆସିଲା।ମୁଁ ଓ ମୋ ସ୍ବାମୀ ଭଲରେ ଥିଲୁ। ମତେ ଯେତେ କଷ୍ଟ ହେଉଛି ହେଉ ମୁଁ ଅପେକ୍ଷା କରିବି।ମତେ ନିଶ୍ଚୟ ନ୍ୟାୟ ମିଳିବ।୪ ତାରିଖ କଣ ୪ ବର୍ଷ ହେଲେ ବି ମୁଁ ଅପେକ୍ଷା କରିବି।ଟର ରାୟରେ ମୁଁ ନିଶ୍ଚୟ ଚାଲିବି।ମତେ ନିଶ୍ଚ୍ୟାୟ ନ୍ୟାୟ ମିଳିବ।

Leave a Reply

Your email address will not be published. Required fields are marked *