ସରକାର କଲେ ବଡ଼ ଘୋଷଣା ଦୋକାନୀଙ୍କୁ ମିଳିବ ତିନି ହଜାର ଟଙ୍କା ଏବଂ ଏହି ପିଲାଙ୍କୁ ମିଳିବ ୨୫୦୦ ଟଙ୍କା – ଦେଖନ୍ତୁ କିପରି ପାଇବେ ଏହି ଲାଭ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ରାଜ୍ୟ ସରକାର ଘୋଷଣା କରିଥିବା ଦୁଇଟି ବଡ଼ ଖବର ବିଷୟରେ।ଯାହାକି ରାଜ୍ୟର ସମସ୍ତ ଲୋକ ମାନଙ୍କ ପାଇଁ ରହିଛି ଏକ ବହୁତ ବଡ଼ ଖୁସି ଖବର।ତେବେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ପିତା ମାତାଙ୍କୁ ହରାଇଥିବା ସନ୍ତାନ ମାନଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଏକ ନୂତନ ନିୟମ।ଏହି ଯୋଜନାର ନାମ ରହିଛି ଅଶ୍ରୀବାଦ ଯୋଜନା।ଏହି ଯୋଜନା ମାଧ୍ୟମରେ ପିତା ମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମସିକ ପଚିଶ ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ମଧ୍ୟ ହରାଇଥିବା ଶିଶୁ ମାନେ ଏହି ଯୋଜନା ଦ୍ୱାରା ମଧ୍ୟ ଉପକୃତ ହେବେ।ଜଣେ ମଧ୍ୟ ଅସହାୟ ଶିଶୁ ଯେପରି ବାଦ ନପଡିବେ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି।

ଜିଲ୍ଲାପାଳ ପ୍ରତିବର୍ଷ ଏହି ନୂତନ ଅଶ୍ରୀବାଦ ଯୋଜନା ପାଇଁ ସ୍ୱତନ୍ତ୍ର ଅଭିଯାନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୦ ଏପ୍ରିଲ ୧ରେ ଅନାଥ ହୋଇଥିବା ଶିଶୁ ମାନଙ୍କୁ ଏହି ଯୋଜନାର ସୁବିଧା ଉପଲବ୍ଧ ହେବ।୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଅଶ୍ରୀବାଦ ଯୋଜନା ଦ୍ୱାରା ଶିଶୁ ମାନଙ୍କୁ ଅର୍ଥ ମିଳିବ।ଏହା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ମିଳିବ।ଉଭୟ ପିତା ମାତା ଦୁଇଜଣଙ୍କୁ ହରାଇଥିଲେ ପନ୍ଦର ଶହ ଲେଖାଏଁ ଟଙ୍କା ମିଳିବ।

ଯଦି ପୂର୍ବରୁ କେହି ପୋଷ୍ୟ ଭାବରେ ଗ୍ରହଣ କରିଥାନ୍ତି ତେବେ ଏହି ଯୋଜନାରେ ଅର୍ଥ ମିଳିବ ନାହିଁ।ଏହା ସହିତ ଅନ୍ୟ ଏକ ବଡ଼ ଘୋଷଣାଟି ହେଉଛି କାଲିଠାରୁ ସମସ୍ତ ଉଠା ଦୋକାନୀଙ୍କ ଆକାଉଣ୍ଟକୁ ଯିବ ତିନି ହଜାର ଟଙ୍କା ଲେଖାଏଁ ସହାୟତା ରାଶି।ତେବେ ସାଙ୍ଗମାନେ କରୋନା ଜନିତ ଲକଡାଉନ ଯୋଗୁ ବ୍ୟବସାୟ ହରାଇଥିବା ହଜାର ହାଜର ଉଠା ଦୋକାନୀ ମାନଙ୍କୁ ବି ଏମ ସି ପକ୍ଷରୁ ସୋମବାର ଠାରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଯୋଗ୍ୟ ଉଠା ଦୋକାନି ମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ଦିଆ ଯିବ ଏଥିପାଇଁ ବି ଏମ ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଏଗାର ହାଜର ନଅ ଶହ ବାଇଶି ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତିନି ହଜାର ଟଙ୍କା ଲେଖାଏଁ ଜମା କରାଯିବ ବୋଲି ବି ଏମ ସି ପକ୍ଷରୁ କୁହାଯାଇଛି।ସେହି ପରି ଅଣ ପଞ୍ଜିକୃତ ତଥା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ବି ଏମ ସିର ସ୍ୱୀକୃତି ପ୍ରାପ୍ତ ଉଠା ଦୋକାନୀ ରହିଛନ୍ତି ୧୩ ହଜାରତିନି ଶହରୁ ଅଧିକ ଉଠା ଦୋକାନୀ ଅଛନ୍ତି।ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ।ଏଥିପାଇଁ ସେହି ଦୋକାନୀ ମାନଙ୍କୁ ତାଙ୍କର ବ୍ୟାଙ୍କ ଡିଟେଲସ ଦେବାକୁ ପଡିବ ବୋଲି କୁହାଯାଇଛି।ଏଥିପାଇଁ ସମସ୍ତ ଉଠା ଦୋକାନୀ ମାନେ ନିକଟସ୍ଥ ୱାର୍ଡ ଅଫିସକୁ ଯାଇ ନିଜର ସମସ୍ତ ଡ଼କ୍ୟୁମେଣ୍ଟକୁ ପଞ୍ଜିକୃତ କରାଇଦିଅନ୍ତୁ।

Leave a Reply

Your email address will not be published. Required fields are marked *