ପୁରା ଫିଲ୍ମ Hum Dil De Chuke Sanam ଷ୍ଟାଇଲ ରେ ସ୍ୱାମୀ କରିଲେ ନିଜ ସ୍ତ୍ରୀ ର ବାହାଘର ପ୍ରେମିକ ସହ ଆଉ ତାପରେ ଯାହା ହେଲା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣ ତ ନିଶ୍ଚୟ ଭାବରେ ହମ ଦିଲ ଦେ ଚୁକେ ସନମ ଗୀତଟିକୁ ଶୁଣିଥିବେ।ତେବେ ବଲିଉଡ଼ର ଏହି ସୁପର ହିଟ ଫିଲ୍ମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ପାଇଁ ପ୍ରେମ ସମର୍ପଣ ଏବଂ ତ୍ୟାଗର ଏକ ଅଦ୍ଭୁତ ଉଦାହରଣ ସାଜି ନିଜ ସ୍ତ୍ରୀକୁ ତାର ପ୍ରେମିକ ସହିତ ଦ୍ୱିତୀୟ ବିବାହ କରାଇଛନ୍ତି।

ତେବେ ଏହା ତ ଥିଲା ରିଲ ଲାଇଫର କଥା।କିନ୍ତୁ ଏମିତିହିଁ ଏକ ଅଜବ ଘଟଣା ଘଟିଛି ରିୟଲ ଲାଇଫରେ।ବିହାରର ଜୁମାଇ ଜିଲ୍ଲାରେ ବାହାଘରକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି।ଯାହା ବିଷୟରେ ଯିଏ ଶୁଣୁଛି ସେ ସେହି ସ୍ୱାମୀକୁ କରୁଛନ୍ତି ପ୍ରଶଂସା।ଏହି ମାମଲା ଗୋଟିଏ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏହି ଖବର ଚହଳ ସୃଷ୍ଟି କରିଛି।

କାରଣ ଜଣେ ସ୍ୱାମୀ କରାଇଛନ୍ତି ନିଜ ସ୍ତ୍ରୀର ଦ୍ୱିତୀୟ ବିବାହ।ତାହା ପୁଣି ସ୍ତ୍ରୀର ପ୍ରେମିକ ସହିତ।ଯାହାର ପୁରା ଚିତ୍ର ସୋସିଆଲ ମିଡିଆର୍ବ କହିବ ଭାଇରାଲ ହୋଇଛି।ସ୍ତ୍ରୀ ବାହାଘରରେ ସ୍ୱାମୀ କରିଥିଲା ସବୁ କାମ।ବିବାହର ସମସ୍ତ ରୀତିନୀତି ପ୍ରଥା ପରମ୍ପରା ସ୍ୱାମୀ ନିଜେହିଁ କରୁଥିବାର ଦେଖିବାକୁ ମିଳୁଥିଲା।

କିଛି ଲୋକ ଏହି ଚିତ୍ର ଦେଖି ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାର ପ୍ରତିକ୍ରିୟା ରଖିଛନ୍ତି।ତେବେ ସ୍ତ୍ରୀର ଦ୍ୱିତୀୟ ବିବାହ କରାଇଥିବା ଏହି ସ୍ୱାମୀଙ୍କ ନାମ ହେଉଛି ବିକାଶ କୁମାର।ସେ ବେଙ୍ଗାଲୁରର ଏକ କମ୍ପାନୀରେ କାମ କରନ୍ତି।ସେ ଦ୍ୱିତୀୟ ବିବାହ କରିଥିଲେ।ସ୍ତ୍ରୀ ମଧ୍ୟ ତାଙ୍କ ସହିତ ସେଠାରେ ରହୁଥିଲେ।

ସେହି ଠାରେ ହିଁ ସ୍ୱାମୀ ନିଜ ସ୍ତ୍ରୀର ଦିତୀୟ ବିବାହ ସ୍ତ୍ରୀ ସହିତ କରାଇଥିଲେ।ତେବେ ଏପରି କରିବାକୁ କାହିଁକି ବିକାଶ ଚାହିଁଲେ।ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ କାହିଁକି ଚାହିଁଲେ ସ୍ତ୍ରୀର ପ୍ରେମିକ ହାତରେ ଟେକିଦେବାକୁ।ବାହାଘର ପରେ ଉଭୟ ସ୍ୱାମୀ ସ୍ତ୍ରୀ ବିକାଶ ଏବଂ ସିବାନଙ୍କ ସମ୍ପର୍କ ଭଲ ଚାଲିଥିଲା।

କିନ୍ତୁ ମହିଳାଙ୍କ ପୂର୍ବ ପ୍ରେମିକ ଜାଣିବାକୁ ପାଇଥିଲେ ଯେ ସିବାନ ବେଙ୍ଗାଲୁରରେ ତାର ସ୍ୱାମୀ ସହିତ ରହୁଛି।ଯାହା ପରେ ପ୍ରେମିକ ସଚିନ ସେଠାକୁ ଚାଲିଗଲା ଏବଂ ସେଠାରେ ଚାକିରୀ କଲା।ଏହାପରେ ସଚିନ ଏବଂ ସିବାନଙ୍କ ପ୍ରେମ ପୁଣିଥରେ ଜାଗି ଉଠିଲା।ବିକାଶ କାମକୁ ଯିବା ପରେ ଉଭୟ ସମ୍ପର୍କ ମଧ୍ୟ ରଖିଲେ ଏବଂ ପୂର୍ବ ଭଳି ମିସିଲେ।

ଯେତେବେଳେ ଏହି ଖବର ତାଙ୍କ ସ୍ବାମୀ ଜାଣିଲେ ସ ସ୍ତ୍ରୀଙ୍କୁ ବୁଝାଇଲେ କିନ୍ତୁ ସ୍ତ୍ରୀ କିଛି ବୁଝିଲେ ନାହିଁ।ଶେଷରେ ସ୍ତ୍ରୀକୁ ତାର ପ୍ରେମିକ ସହ ବିବାହ କରାଇବା କଥା ମନସ୍ଥ କଲେ ସ୍ୱାମୀ।ସ୍ତ୍ରୀ ମଧ୍ୟ ଏହି କଥାରେ ରାଜି ହୋଇଗଲେ।ଏହାପରେ ସ୍ୱାମି ସ୍ତ୍ରୀର ପ୍ରେମିକକୁ ଡାକି ଉଭୟଙ୍କର ବିବାହ କରାଇଦେଲେ।ସ୍ତ୍ରୀକୁ ନୂଆ ଜୀବନ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଲେ ସ୍ୱାମୀ।

Leave a Reply

Your email address will not be published. Required fields are marked *