ଏଭଳି କିଛି ବିଶେଷ କଥା ଯାହା ପୁରୀ ଧାମକୁ କରେ ଅଧିକ ରହସ୍ୟମୟ – ଏହି କଥା ଗୁଡିକ ପଢିଲେ ଆପଣ ମଧ୍ୟ ଜଗନ୍ନାଥଙ୍କ ପ୍ରେମରେ ପଡିଯିବେ..ବିଶ୍ୱାସ ଥିଲେ ନିଶ୍ଚୟ ପଢନ୍ତୁ

Spread the love

ଆମେ ହିନ୍ଦୁ ଧର୍ମର ଚାରି ଧାମ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବା।ତେବେ ଏହି ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ପୁରୀର ଜଗନ୍ନାଥଙ୍କ ମନ୍ଦିର।ଏହି ମନ୍ଦିରର ମହାପ୍ରଭୁ ଜଗନ୍ନାଥଙ୍କୁ ବୁଝିବା କୌଣସି ସାଧାରଣ ମନୁଷ୍ୟ ପକ୍ଷରେ କେବେ ମଧ୍ୟ ସମ୍ଭବ ହୋଇ ନଥାଏ।ତେବେ ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଆପଣଙ୍କୁ ବାହାରର କୌଣସି ଶବ୍ଦ ସୁଭି ନଥାଏ।ଏହା ହେଉଛି ସେହି ରହସ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ଯାହା ପୁରୀ ମନ୍ଦିରକୁ ଅଧିକ ରହସ୍ୟ ମୟ କରିଥାଏ।ତେବେ ଏହା ସହିତ ଏହି ମନ୍ଦିରର ପତାକା ମଧ୍ୟ ଏକ ରହସ୍ୟ ମୟ ବସ୍ତୁ।

କାରଣ ଏହି ମନ୍ଦିରର ପତାକା ସର୍ବଦା ବାୟୁର ବିପରୀତ ଦିଗରେ ଉଡୁଥାଏ।ଏହାର କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣି ପାରି ନାହାନ୍ତି।ତେବେ ସମସ୍ତେ ଏହାକୁ ମହାପ୍ରଭୁଙ୍କ ଲୀଳା ବୋଲି ଗ୍ରହଣ କରିଥାନ୍ତି।ଏହା ସହିତ ଭାରତର ଚାରି ଧାମ ମଧ୍ୟରୁ ଏହା ଅନ୍ୟତମ।ଏହି ଧାମରେ ମହାପ୍ରଭୁ ବିଷ୍ଣୁ ଭୋଜନ ଗ୍ରହଣ କରିଥାନ୍ତି ବୋଲି ଅନେକ ବିଶ୍ୱାସ ରଖିଛନ୍ତି।

ତେବେ ଏହା ସହିତ ଏହି ଧାମରେ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ।ଏହି ଧାମରେ ହେଉଥିବା ରଥଯାତ୍ରା ସମଗ୍ର ବିଶ୍ୱରେ ପରିଚିତ ଓ ପ୍ରସିଦ୍ଧ।ଏହା ସହିତ ଏହି ଧାମ କେବଳ ପୂଜା ପାଠ ପାଇଁ ପ୍ରସିଦ୍ଧ ନୁହେଁ ଏହି ଧାମରେ ଏପରି କିଛି ରହସ୍ୟ ରହିଛି ଯାହା ଏହାକୁ ଅଧିକ ରହସ୍ୟମୟ କରିଥାଏ।

ଯେଉଁ ରହସ୍ୟ ଗୁଡ଼ିକ ଆଗରେ ବିଜ୍ଞାନ ମଧ୍ୟ ଜାଣିପାରୁ ନାହିଁ।ସେଥିପାଇଁ ଏହି ଧାମ ସବୁଠାରୁ ରହସ୍ୟମୟ ସ୍ଥାନ ଭାବରେ ବହୁତ ଅଧିକ ଜଣା ଶୁଣା।ତେବେ ଏହି ରହସ୍ୟ ସବୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଅନେକ ଲୋକ ବିଶ୍ୱାସ କରିଥାନ୍ତି।ଏହା ସହିତ ଏହି ମନ୍ଦିର ଉପରେ ଥିବା ସୁଦର୍ଶନ ଚକ୍ର ମଧ୍ୟ ଏହା ରହସ୍ୟମୟ ଜିନିଷ।

ଏହା ପ୍ରାୟ ଏକ ଟନ ଓଜନର ଓ ଏହାର ଉଚ୍ଚତା ପ୍ରାୟ ୨୦ ଫୁଟ।ଏହା ସହିତ ଆପଣ ଏହାକୁ ସହରର ଯେଉଁ ସ୍ଥାନରୁ ଦେଖିବେ ଏହା ଆପଣଙ୍କ ଆଡ଼କୁ ମୁହଁ କରୁଥିବାର ଦେଖା ଯିବ।ଏହା ସହିତ ଏହି ମନ୍ଦିର ଉପରେ କୌଣସି ବି ପକ୍ଷୀ ବସନ୍ତି ନାହିଁ।ଏହାର କାରଣ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହା ସହିତ ଏହି ମନ୍ଦିରର ଛାଇ ନଥାଏ।ଆଜି ପର୍ଯ୍ୟନ୍ତ ଏହି ମନ୍ଦିରର ଛାଇ କେହି ମଧ୍ୟ ଦେଖି ନାହାନ୍ତି।ଏହା ସହିତ ଏହାର ସିଂହ ଦ୍ଵାରର ମଧ୍ୟ ଏକ ରହସ୍ୟ ରହିଛି।ଆପଣ ଯେତେବେଳେ ଏହି ମନ୍ଦିର ମଧ୍ୟକୁ ସିଂହ ଦ୍ଵାରା ଦେଇ ପ୍ରବେଶ କରିବେ ତେବେ ଆପଣ ସମୁଦ୍ରର ଲହରୀର ଶବ୍ଦ ଶୁଣିବାକୁ ପାଇବେ ନାହିଁ।ତେବେ ଏହାର କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ।

ତେବେ ସବୁଠାରୁ ରହସ୍ୟ ମୟ ଘଟଣା ହେଉଛି ଏହାର ମହାପ୍ରସାଦ।ପ୍ରତିଦିନ ଅନେକ ଲୋକ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି।ତେବେ ଏହି ମନ୍ଦିରରେ ସବୁଦିନ ସମାନ ପରିମାଣର ପ୍ରସାଦ ପ୍ରସ୍ତୁତ କରା ଯାଇଥାଏ।କିନ୍ତୁ କେବେ ମଧ୍ୟ ପ୍ରାସାଦରେ ଅଭାବ ଦେଖା ଯାଏ ନାହିଁ।ଏହି ସବୁ କିଛି କିଛି ଜିନିଷ ମହାପ୍ରଭୁଙ୍କ ଉପସ୍ଥିତିର ସୂଚନା ଦେଇଥାଏ।

Leave a Reply

Your email address will not be published. Required fields are marked *