ଓଡ଼ିଶାର ବଡ ହିରୋଇନ ରଚନା ବାନାର୍ଜୀ ଙ୍କ ପୁଅକୁ ଆପଣ ଦେଖିଛନ୍ତି କି ? ଦେଖିଲେ ଆପଣ ବଡ ବଡ ଓଡ଼ିଆ ହିରୋ ଙ୍କୁ ମଧ୍ୟ ଭୁଲିଯିବେ – ଦେଖନ୍ତୁ କେତେ ସୁନ୍ଦର ସେ

Spread the love

ବନ୍ଧୁମାନେ ଆପଣମାନେ ଓଡ଼ିଆ ଓ ବଙ୍ଗଳା ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ତ ଭଲ ଭାବରେ ଚିହ୍ନିଥିବେ।ତେବେ ରଚନା ଓ ସିଦ୍ଧାନ୍ତଙ୍କ ଯୋଡି ଆଗରୁ ଓଲିଉଡରେ ଧମାଲ ମଚାଉ ଥିଲା।ତେବେ ଆପଣ ରଚନା ବାନାର୍ଜୀଙ୍କ ବିଷୟରେ ବେଶି କିଛି ଜାଣି ନଥିବେ।ତେଣୁ ଆଜି ଆମେ ଏଠି ରଚନାଙ୍କ ବିଷୟରେ କିଛି କହିବାକୁ ଯାଉଛୁ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।

ତେବେ ଆପଣଙ୍କ ମଧ୍ୟରୁ ଅନେକ ଜାଣି ନଥିବେ କି ରଚନାଙ୍କ ଅସଲି ନାମ ହେଉଛି ଝୁମଝୁମ ବାନାର୍ଜୀ।ତାଙ୍କର ଜନ୍ମ ୨ ଅକ୍ଟୋବର ୧୯୭୪ରେ ହେଇଥିଲା।ତେବେ ସେ ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ଜନ୍ମ ଗ୍ରହଣ କରିଥିଲେ।ରଚନାଙ୍କ ପରିବାରରେ ତାଙ୍କ ବାପା ମା ଅଛନ୍ତି।ସେ ନିଜ ବାପା ମାଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କୁ ଖାଲି ସମୟ ମିଳିଲେ ସେ ନିଜ ବାପା ମାଙ୍କ ସହ ସମୟ ବିତାଇବାକୁ ଭଲ ପାଇଥାନ୍ତି।ତେବେ ଏବେ ତ ରଚନା ବିବାହ କରି ସାରିଛନ୍ତି।

ସେ ୨୦୦୭ ମସିହାରେ ବିବାହ କରିଥିଲେ।ତାଙ୍କ ସ୍ବାମୀଙ୍କ ନାମ ହେଉଛି ପ୍ରୋବଲ ବାସୁ।ତେବେ କିଛି ତଥ୍ୟ ଅନୁସାରେ ତାଙ୍କର ଏବେ ନିଜ ସ୍ଵାମୀଙ୍କ ସହ ଛାଡ଼ପତ୍ର ହେଇ ସାରିଛି।ଏବେ ରଚନା ସ୍ଵାଧୀନ ଭାବରେ ଏକା ରହୁଛନ୍ତି।ତେବେ ରଚନାଙ୍କର ଗୋଟେ ପୁଅ ଅଛି।ତାର ନାମ ପ୍ରୋନିଲ ବାସୁ।ତେବେ ରଚନା ନିଜର ଗ୍ରାଡୁଏସନ ସାଉଥ ସିଟି କଲେଜରେ କରିଥିଲେ।

ରଚନା ନିଜର ଅଭିନୟ କ୍ୟାରିୟର ୧୯୯୦ ମସିହାରେ ଆରମ୍ଭ କରିଥିଲେ।ତେବେ ୧୯୯୦ ମସିହାରେ ସେ ମିସ କଲିକତା ଓ ମିସ ବିଉଟିଫୁଲ ସ୍ମାଇଲ ପ୍ରତିଯୋଗିତାରେ ନିଜ ଦକ୍ଷତା ପାଇଁ ଉତ୍ତୀର୍ଣ୍ଣ ହେଇଥିଲେ।ତେବେ ଓଲିଉଡରେ ସେ ୧୯୯୪ରେ ସାଗର ଗଙ୍ଗା ସିନେମାରେ ଅଭିନୟ କରିଥିଲେ।ଏହି ସିନେମାରେ ତାଙ୍କର ଅଭିନୟକୁ ଲୋକ ବହୁତ ପସନ୍ଦ କରିଥିଲେ।ତେବେ ଆପଣ ଏହା ତ ଜାଣିଥିବେ କି ରଚନା ଓ ସିଦ୍ଧାନ୍ତଙ୍କ ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ।

ସେ ସିଦ୍ଧାନ୍ତ ଓ ରଚନା ଏକା ସହ ନାରୀ ନୁହଁ ତୁ ନାରାୟଣୀ, ସିନ୍ଦୂର ନୁହେଁ ଖେଳ ଘର,କଣ୍ଢେଇ ଆଖିରେ ଲୁହ,ତୋ କୋଳ ମୋ ଝୁଲନା,ପଥର ଖସୁଛି ବଡ଼ ଦେଉଳରୁ ଓ ସୁନାହରିଣୀ ଭଳି ଅନେକ ଏକରୁ ଏକ ବଡ଼ ଏବଂ ଭଲ ସିନେମା କରିଛନ୍ତି।ରଚନା ୨୫ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି।କେବଳ ଓଡ଼ିଆ ନୁହଁ ହିନ୍ଦୀ, ବଙ୍ଗାଳି,ତେଲୁଗୁ, ତାମିଲ ଓ କନ୍ନଡ଼ ସିନେମାରେ ଅଭିନୟ କରିଛନ୍ତି।ସେ ପ୍ରସିଦ୍ଧ ହିନ୍ଦୀ ସିନେମା ସୂର୍ୟବନ୍ସମରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ।

ଏହି ଅନେକ ସିନେମାରେ ଅଭିନୟ କରି ସେ କେବଳ ଓଡ଼ିଶାର ନୁହଁ ପୁରା ଭାରତରେ ଲୋକଙ୍କର ପସନ୍ଦ ଆସିଥିଲେ।ତେବେ ସେ ନିଜ ଶେଷ ଓଡ଼ିଆ ସିନେମା ୨୦୦୯ ମସିହାରେ କରିଥିଲେ।ଏହାପରେ ଆଉ ସେ ଓଡ଼ିଆ ସିନେମା କରିନାହାନ୍ତି।କିନ୍ତୁ ଏବେ ବି ସେ ବଙ୍ଗାଳି ସିନେମାରେ ଅଭିନୟ କରୁଛନ୍ତି।ତେବେ ବନ୍ଧୁମାନେ ଏହା ଥିଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଜୀବନୀ।

Leave a Reply

Your email address will not be published. Required fields are marked *