ରହସ୍ୟ ମୟ ଟ୍ରେନ ଯାତ୍ରା – ଯେତେବେଳେ ଏହି ଟ୍ରେନ ହଟାତ କୁଆଡେ ଗାୟବ ହେଇଯାଇଥିଲା – ପରେ ଯେବେ ସତ୍ୟତା ଜଣ ପଡିଲା ଲୋକ କହିଲେ..

Spread the love

ଆମ ଦୁନିଆରେ ଏପରି ଅନେକ ରହସ୍ୟ ରହିଛି ଯାହାକୁ ବୁଝିବା କୌଣସି ସାଧାରଣ ମଣିଷ ପକ୍ଷରେ କେବେ ମଧ୍ୟ ସମ୍ଭବ ନୁହେଁ।ଦୁନିଆରେ ରହସ୍ୟ ମୟ ଜିନିଷ କହିଲେ ଯାହା ଆମ ଚିନ୍ତା ଓ ଭାବନା ଠାରୁ ବାହାରେ ହୋଇଥିବ।ସେହିଭଳି ଜିନିଷକୁ ଆମେ ରହସ୍ୟମୟ ଜିନିଷ ବୋଲି କହିଥାଉ।ତେବେ ଆମେ ବର୍ତ୍ତମାନ ସେହିପରି ଏକ ରହସ୍ୟମୟ ଘଟଣା ସମ୍ପର୍କରେ ଆଲୋଚନା କରିବା।ତେବେ ଘଟଣାଟି ହେଉଛି ଏକ ଟ୍ରେନ ଯାହାକି ଏକ ଟନେଲ ମଧ୍ୟରେ ପ୍ରବେଶ କଲା ମାତ୍ର ଏହା ତାର ବିପରୀତ ପାର୍ଶ୍ବରେ ବାହାରକୁ ବାହାରି ନଥିଲା।

ତେବେ ଅନେକ ଲୋକଙ୍କୁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପରେ ସତ୍ୟ।ତେବେ ଏହି ଘଟଣାଟି ହେଉଛି ୧୯୧୧ ମସିହାର।ଅଚାନକ ଏକ ଟ୍ରେନ ଉଭାନ ହୋଇ ଯାଇଥିଲା।ତେବେ ସୂଚନା ଅନୁସାରେ ଏହା ହେଉଛି ଏକ ରୋମାନ ଟ୍ରେନ।ଏହି ସବୁ ବିଷୟରେ ପଢୁଥିବା ଲୋକମାନେ ନିଶ୍ଚିତ ଭାବରେ ଏହା ସମ୍ପର୍କରେ ଜାଣିଥିବେ।ତେବେ ଏପରି କିପରି ହୋଇଥିଲା

ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ।କେତେକ ଲୋକଙ୍କ କହିବା ଅନୁସାରେ ସେହି ଟ୍ରେନଟି ସମୟ ସ୍ରୋତରେ ଗାୟବ ହୋଇ ଯାଇଛି।ତେବେ ୧୯୧୧ ମସିହାରେ ରୋମାନ ରେଲୱେର ଏକ ଟ୍ରେନ ପାଖାପାଖି ଦିନ ୩ ଟା ସମୟରେ ଏକ ଷ୍ଟେସନରୁ ବାହାରିଥିଲା।ଏହି ଟ୍ରେନରେ ପାଖାପାଖି ୬ ଜଣ ଲୋକ ଥିଲେ।ସେମାନେ ସେହି ଅଞ୍ଚଳରେ ଥିବା କିଛି ସ୍ଥାନକୁ ଦେଖିବା ପାଇଁ ଏହି ଟ୍ରେନ ମାଧ୍ୟମରେ ଯାଉଥିଲେ।

ଏହି ଟ୍ରେନର ଯିବା ରାସ୍ତାରେ ଏକ ବିରାଟ ଟନେଲ ପଡ଼ିଥାଏ।ଏହାପରେ ଯେତେବେଳ ସେହି ଟ୍ରେନଟି ସେହି ଟନେଲ ମଧ୍ୟରେ ପ୍ରବେଶ କଲା ସେହି ସମୟରେ ଟନେଲ ମଧ୍ୟରେ ପାଣିପାଗ ଅଚାନକ ବଦଳି ଯାଇଥିଲା।ଫଳରେ ଦୁଇଜଣ ଯାତ୍ରୀ କାହାକୁ କିଛି ନ ଜଣାଇ ସେହି ଟ୍ରେନରୁ ଡ଼ିଆଁ ମାରିଦେଲେ।ଏହାପରେ ଯେତେବେଳେ ସେହି ଟ୍ରେନଟି ଟନେଲର ଅଧିକ ଗଭୀରକୁ ପ୍ରବେଶ କଲା ସେହି ସମୟରେ ଟ୍ରେନଟି ଅଚାନକ କେଉଁଆଡେ ଗାୟବ ହୋଇଗଲା।

ଏହା କେବଳ ସେହି ଦୁଇଜଣ କହି ପାରିଲେ ଯେଉଁମାନେ ପୂର୍ବରୁ ସେହି ଟ୍ରେନରୁ ଡେଇଁ ପଡ଼ିଥିଲେ।ନଚେତ ସେମାନେ ମଧ୍ୟ ସେହି ଟ୍ରେନ ସହିତ କେଉଁଆଡେ ଗାୟବ ହୋଇ ଯାଇଥାନ୍ତେ।ଏହାପରେ ଅନେକ ଲୋକ ସେହି ଟନେଲକୁ ଭୁତିଆ ଟନେଲ କହିବାକୁ ଲାଗିଲେ।ଅନେକ ଲୋକ କହିଲେ କି ସେହି ଟନେଲ ମଧ୍ୟରେ ଭୁତ ପ୍ରେତଙ୍କ ବାସ ରହିଛି।

ତେବେ ଗାୟବ ହୋଇଥିବା ଲୋକଙ୍କର ପରିବାର ଲୋକ ପୋଲିସ ନିକଟରେ ଏହାର ଅଭିଯୋଗ କରିବା ପରେ ପୋଲିସ ସେହି ସ୍ଥାନରେ ଅନେକ ଅନୁସନ୍ଧାନ କଲା ମାତ୍ର ଟ୍ରେନର କୌଣସି ଖବର ମିଳିଲା ନାହିଁ।ତେବେ ଆଜି ପର୍ଯ୍ୟନ୍ତ ଲୋକ ଜାଣି ପାରି ନାହାଁନ୍ତି ସେହି ଟ୍ରେନଟି ବାସ୍ତବରେ କେଉଁଆଡେ ଚାଲିଗଲା।ତେବେ କିଛି ଲୋକ ଏହାକୁ ଭୂତ ପ୍ରେତଙ୍କ କାମ କହୁଛନ୍ତି।ଏହି ଘଟଣା ପରେ ସେହି ଟନେଲକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆ ଯାଇଛି।ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ଟନେଲ ଦେଇ କୌଣସି ଟ୍ରେନ ଯାଇ ନାହିଁ।

Leave a Reply

Your email address will not be published. Required fields are marked *