ପୂର୍ବ ରାଜସ୍ଥାନରର ସକ୍ରିୟ ହେଲା ଘୁର୍ଣ୍ଣି ବଳୟ,Several District ରେ ହେବ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଓଡ଼ିଶାର ପାଣିପାଗ ବିଷୟରେ ଆସିଥିବା କିଛି ବିଶେଷ ଖବର ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ପାଣିପାଗ ବିଷୟରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ସେହି ଖବର ଅନୁସାରେ କାଲିଠାରୁ ରାଜ୍ୟରେ ବଦଳିବ ପାଣିପାଗ।

ପୂର୍ବ ରାଜସ୍ଥାନରେ ସକ୍ରିୟ ହେଲା ଘୁର୍ଣ୍ଣି ବଳୟ।ଚାରି ଦିନ ଯାଏଁ ଭିଜିବ।ଏହା ସହିତ ୧୧ରୁ ୧୪ ତାରିଖ ସହିତ ବଜ୍ରପାତ ସହିତ କୁଆପଥର ବୃଷ୍ଟିର ସତର୍କତା ମଧ୍ୟ ରହିଛି।ତେବେ ଖାଲି ଏତିକି ନୁହେଁ ବରଂ ପ୍ରବଳ ବର୍ଷାକୁ ନେଇ ସାତଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ।

ପଶ୍ଚିମଝଡ଼ ପ୍ରଭାବରେ ସୋମବାର ଠାରୁ ରାଜ୍ୟର କେତେକ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବ ଏବଂ ବିଜୁଳି ଘଡ଼ ଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।୧୧ ତାରିଖରୁ ବର୍ଷାର ପରିମାଣ ବଢିବ ଏବଂ ପ୍ରବଳ ବର୍ଷା ପାଇଁ ବରଗଡ, ବଲାଂଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେଓଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି।

୧୨ ଏବଂ ୧୩ ତାରିଖରେ କଲହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, କଟକ, ନୟାଗଡ଼ ଏବଂ ଢେଙ୍କାନାଳକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି।୧୪ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ସମେତ ଯାଜପୁର ଏବଂ କଟକ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆଶଙ୍କା କରାଯାଉଛି।ତେବେ ବର୍ଷାର ପ୍ରଭାବ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ରହିବାର ସମ୍ଭାବନା ରହୁଛି।

ଆଜି କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି।ଆସନ୍ତା କାଲି ବର୍ଷାର ପରିମାଣ ବୃଦ୍ଧି ହେବ ଏବଂ ସର୍ବାଧିକ ପ୍ରଭାବ ୧୨ରୁ ୧୩ ତାରିଖ ରହିବାର ସମ୍ଭାବନା ରହୁଛି।ଯଦି ଆମେ ଦେଖିବା ତେବେ ୧୧ ତାରିଖ ଦିନ କିଛି ଅଞ୍ଚଳରେ କୁଆପଥର ସହିତ ବର୍ଷା ହେବାର ସମ୍ଭାବନା ରହିଛି।ଏଥିପାଇଁ ବିଶେଷ କରି ପଶ୍ଚିମଓଡିଶା ଜିଲ୍ଲା ଗୁଡିକରେ ୟେଲୋ ୱାର୍ଣି ଜାରି କରାଯାଇଛି।

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କିଛି ଜିଲ୍ଲାରେ ୟେଲୋ ୱାନିଂ ମଧ୍ୟ ଜାରି ହୋଇଛି।ପଶ୍ଚିମ ଝଡ଼ ସହିତ ଏକ ନିମ୍ନ ଚାପ ରେଖା ଏବଂ ଜଳୀୟବାଷ୍ପ ଆସୁଥିବା ଉଷ୍ମ ବାୟୁ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାର କିଛି ବଜ୍ରପାତ ସହିତ କୁଆପଥର ବୃଷ୍ଟି ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର।ତେବେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲା ମାନଙ୍କରେ ତାପମାତ୍ରାର ବୃଦ୍ଧି ହୋଇଛି।ବିଶେଷ କରି ରାତ୍ରିର ତାପମାତ୍ରା ସ୍ୱାଭାବିକ ଠାରୁ ତିନିରୁ ଚାରି ଡିଗ୍ରୀ ବୃଦ୍ଧି ହୋଇଛି।

Leave a Reply

Your email address will not be published. Required fields are marked *