ବଢିଚାଲିଛି ଦିନ କୁ ଦିନ ବର୍ଷା,ଆହୁରି ୫ ଦିନ ହେବ ପ୍ରବଳ ବର୍ଷା,BANYA ହେବାର ଆଶଙ୍କା ରହିଛି କି…ଦେଖନ୍ତୁ Video

Spread the love

ବର୍ତ୍ତମାନର ସବୁଠାରୁ ବଡ଼ ଖବର ପାଣିପାଗ କୁ ନେଇ ଆସିଲା ନୂଆ ଖବର।ଆସନ୍ତୁ ଏହା କଣ ଜାଣିବା।ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି,ଏହି ଜିଲ୍ଲା ମାନଙ୍କୁ ହଳଦିଆ ସଂକେତ ଜାରି କରିଛି ପାଣିପାଗ ବିଭାଗ।ତେବେ ଦକ୍ଷିଣ ପଶ୍ଚିମ ଦିଗରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ

ଏବଂ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଥିବା ମୌସୁମୀ ବାୟୁ ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳ ଦେଇ ଗତି କରୁଛି।ତେବେ ଏହି ମୌସୁମୀ ବାୟୁ ଉତ୍ତର ଆନ୍ଧ୍ର ଦେଇ ଗତି କରିବା ସହ ଉତ୍ତର ପଶ୍ଚିମ ଦିଗରୁ ସଂକୀର୍ଣ୍ଣ ଭାବରେ ବଙ୍ଗୋପ ସାଗର ଆଡ଼କୁ ଗତି କରିବ।ଏହି ବାୟୁର ପ୍ରଭାବ ଦ୍ଵାରା ଲଘୁଚାପ

ମଧ୍ୟ ପ୍ରବାହିତ ହେଉଛି ଯାହାର କେନ୍ଦ୍ର ସିଧା ସଳଖ ଭାବରେ ଛତିଶଗଡ ଦେଇ ଗତି କରୁଛି ।ତେବେ ଏହି ମୌସୁମୀ ବାୟୁ କାରଣରୁ ଓଡ଼ିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ଏହି ୧୪ ଟି ଜିଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କାରଣରୁ ପାଣିପାଗ ବିଭାଗ

ହଳଦିଆ ସଂକେତ ଜାରି କରିଛି।ଆସନ୍ତା କାଲି ମଧ୍ୟାହ୍ନ ସୁଧା କଳାହାଣ୍ଡି, କୋରାପୁଟ, ବୌଦ୍ଧ,ମାଲକାନଗିରି,କନ୍ଧମାଳ,କଟକ,କେନ୍ଦୁଝର, ଜଗତସିଂହପୁର ଇତ୍ୟାଦି ୧୪ ଟି ଜିଲ୍ଲା ମାନଙ୍କରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା କାଲି ଠାରୁ ଅତ୍ୟଧିକ ବର୍ଷା ହେବା

ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ତେବେ ଭୁବନେଶ୍ୱର ଏବଂ କଟକର ଆଖପାଖ ଅଞ୍ଚଳର ପାଗ ଆଜି ଠାରୁ କି କାଲି ମଧ୍ୟାହ୍ନ ଠାରୁ ଆକାଶ ଆଂଶିକ ମେଘ ଚନ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି ବୋଲି କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ତେବେ ପ୍ରବଳ ବର୍ଷା ଏବଂ ବଜ୍ର ପାତ ହେବାର ସମ୍ଭାବନା ଥିବାରୁ ଆପଣ ଏହି ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ।ଅଧିକ ବର୍ଷା ଏବଂ ବଜ୍ରପାତ ହେଲେ କୌଣସି ଗୋଟିଏ ସ୍ଥାନରେ ଠିଆ ହୋଇ ଏହି ଯାଆନ୍ତୁ।ସବୁବେଳେ ନିଜେ ସାଙ୍ଗରେ ଛତା କିମ୍ବା ରେନ୍ କୋର୍ଟ ରଖନ୍ତୁ।ଛୋଟ ପିଲା ମାନଙ୍କୁ ବଜ୍ରପାତ ସମୟରେ ଘର ବାହାରକୁ ଛାଡନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *