କ୍ୟାନ୍ସର ରୋଗ ସହିତ ଲଢ଼ୁଥିବା Rajeswari Ray ଙ୍କ ଏହି କଥା ଶୁଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ,କହିଲେ ଦୁଃଖ ରହିଗଲା ମା ହେଇ ପାରିଲି ନାହିଁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଅଭିନେତ୍ରୀ ରାଜେଶ୍ୱରୀ କହିଲେ ତାଙ୍କ ଜୀବନର କିଛି ଏମିତି ଦୁଃଖ ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ।କର୍କଟ ରୋଗରେ ଆକ୍ରାନ୍ତ ଶୁଣିବା ପରେ ପାଦ ତଳେ ଖସି ଯାଇଥିଲା ମାଟି।

ପର ମୁହୂର୍ତ୍ତରେ ଏପରି ଭାବରେ ନିଜକୁ ସମ୍ଭାଳି ନେଇଥିଲେ ରାଜଶ୍ରୀ।ଦିର୍ଘ ଜୀବନ ନୂହେ ସୁନ୍ଦର ଜୀବନ ଚାହାନ୍ତି ସେ।ରାଜେଶ୍ୱରୀ ରାୟ ଓଡ଼ିଆ ଟେଲିଭିଜନ ଦୁନିଆରେ ଜଣେ ପରିଚିତ ଚେହେରା।ସେ ଘରେ ଘରେ ପରିଚୟ ପାଇଥିବା ଉଆଁସୀ କନ୍ୟାର ଖଳ ନାୟିକା ଭୂମିକା ନିଭାଇଥିଲେ।ଅଭିନୟ ସାଙ୍ଗକୁ ତାଙ୍କ ଡାଇଲୋଗ କହିବାର ଶୈଳୀ ଓ ମୁଖଭଙ୍ଗୀ ଦେଖିଲେ ମନେ ହୁଏ ଖଲନାୟିକା ଚରିତ୍ରକୁ ଏପରି ଭାବରେ ନାୟ୍ଯ ଦିଆ ଯାଇଥାଏ।

ସେ ଅଭିନୟ ଦୁନିଆରେ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି।କିଛି ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି।ପ୍ରଶଂସକଙ୍କ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ ଥିବା ଏହି ଅଭିନେତ୍ରୀ ଅଚାନକ ୨୦୧୯ ମସିହାରେ ଜାଣିବାକୁ ପାଇଥିଲେ ନିଜ ସମ୍ପର୍କରେ ଏକ ଦୁଃଖଦ ଖବର।କିଛି ସମୟ ପାଇଁ ପାଦ ତଳୁ ମାଟି ଖସିପଡ଼େ ତାଙ୍କର ଯେତେବେଳେ ଜାଣିବାକୁ ପାଇଲେ ସେ ମସ୍ତିଷ୍କ ଓ ଫୁସ ଫୁସ ଜନିତ କର୍କଟ ରୋଗରେ ପିଡ଼ିତ ହୋଇଛନ୍ତି।

ମାତ୍ର ତିନି ବର୍ଷ ତଳେ ହୋଇଥିଲା ବିବାହ।ଭଲ କରି ସଂସାର କରିବା ପୂର୍ବରୁ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ ରାଜେଶ୍ୱରୀଙ୍କ ଜୀବନରେ।ହେଲେ ବି ହାରି ନାହାନ୍ତି ରାଜେଶ୍ୱରୀ।ହାରିବା ଜାଣନ୍ତିନି ସେ।ଭାଗ୍ୟକୁ କିମ୍ବା ଭଗବାନଙ୍କୁ ଦିଅନ୍ତି ନାହିଁ ଦୋଷ।ଦୀର୍ଘ ଜୀବନ ଅପେକ୍ଷା ସୁନ୍ଦର ଜୀବନର କାମନା ରଖନ୍ତି ସେ।

ତେବେ ଏକ ଇଣ୍ଟରଭିଉରେ ରାଜେଶ୍ୱରୀଙ୍କୁ କିଛି ପ୍ରଶ୍ନ ପଚାରାଯାଇଥିଲା ବର୍ତ୍ତମାନ ଡାକ୍ତରୀ ବିଦ୍ୟା ଶୀର୍ଷରେ ପହଞ୍ଚିଛି।ତା ପରେ ବି କେଉଁଠି ନା କେଉଁଠି ଆପଣଙ୍କୁ ଡର ଲାଗେ ନାହିଁ ଆପଣ ହାରିଯିବେ ବୋଲି?ରାଜେଶ୍ୱରୀ କହିଥିଲେ ନା ମୁ କେବେ ବି ଡରିନି।ଆଜିର ସ୍ଥାନରେ ମୁ ଯେଉଁ ସ୍ଥାନରେ ଅଛି ଭଗବାନହିଁ ଆଣିଛନ୍ତି।ହରାଇବାର କ୍ଷମତା କେବଳ ତାଙ୍କରହିଁ ଅଛି।

ହେଲେ ମୋ ଭଗବାନ ମତେ କେବେ ହେଲେ ଦୁର୍ବଳ ଅନୁଭବ କରେଇଦେଇ ନାହାନ୍ତି।ସେ କହିଥିଲେ ଅଭିନୟ ଦୁନିଆରେ ମୁ କେବେ ଖଳନାୟିକା ହୋଇଗଲି ବୋଲି ଭାବି ଖରାପ ଭାବିନାହିଁ।ମୁ ଆଉ ମୋ ସ୍ୱାମୀ ଭାବୁଥିଲୁ ଅନାଥ ଆଶ୍ରମରୁ ପିଲା ଟିଏ ଆଣି ତାକୁ ଉପଯୁକ୍ତ ଶିକ୍ଷା ଦେଇ ଭଲ ମଣିଷ କରିବୁ ବେଳ ପଡିଲେ ନିଜ ପିଲା ବି ଦୁରେଇ ଦିଅନ୍ତି ସେ ବି ଦୁରେଇ ଦେଇ ଥାନ୍ତା ମାତ୍ର ଜଣେ ମଣିଷ ତ ହୋଇଯାଇଥାନ୍ତା।ତେବେ ଏହା ଥିଲା ରାଜେଶ୍ୱରୀଙ୍କ ଜୀବନର କାହାଣି।

Leave a Reply

Your email address will not be published. Required fields are marked *