Rakhi 2021 – ରାକ୍ଷୀ ବାନ୍ଧିବା ଆଗରୁ ରାକ୍ଷୀ ବିଷୟରେ ଏହି ଭୟଙ୍କର କଥା ଜାଣିରଖନ୍ତୁ,କିପରି ଓ କେଉଁ ରାକ୍ଷୀ ବାନ୍ଧିବା ଦରକାର ନ ଜାଣିଲେ ଘଟିପାରେ ଅସୁବିଧା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ କଥା ବିଷୟରେ ଆଲୋଚନା କରିବା।ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ।ଏହିଦିନ ଭଉଣୀ ଭାଇର ଲମ୍ବା ଆୟୁଷ ଏବଂ ସୁଖ ସମୃଦ୍ଧି କାମନା କରି ହାତରେ ରାକ୍ଷୀ ବାନ୍ଧିଥାଏ।ଜ୍ୟୋତିଷଙ୍କ କହିବା ଅନୁସାରେ ରକ୍ଷା ବନ୍ଧନରେ ଅନେକ ଲୋକ ଜଣତରେ ହେଉ ବା ଅଜାଣତରେରେ ହେଉ ଅନେକ ବଡ଼ ବଡ଼ ଭୁଲ କରି ବସନ୍ତି।ଯାହାକି ବହୁତ ଅସୁଭଃ ହୋଇଥାଏ ଏବଂ ଯାହାକି ଭାଇ ଭଉଣୀର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ।

ଏବଂ ଏହା ଭାଇ ଭଉଣୀର ସମ୍ପର୍କକୁ ଦୁରେଇଦେଇଥାଏ ଏବଂ ସେମାନଙ୍କ ମଧ୍ୟେରେ ଘୃଣା ଭାବ ଭରିଦେଇଥାଏ।ଏହି ସବୁ ଛୋଟ ଛୋଟ ଭୁଲ ଠାରୁ ଦୂରେଇ ରୁହନ୍ତୁ।ତେବେ ସାଙ୍ଗମାନେ ଆଜି ଆମେ ଅପଣଙ୍କୁ ଏହି ସବୁ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।

ତେବେ ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମାରେ କଣ ସବୁ ଭୁଲ କରିବା ଉଚିତ ନୁହେଁ।ଏବଂ ତାହା ଠାରୁ ଦୂରେଇ ରହିବା ଉଚିତ ଓ କେଉଁ ସମୟରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ।ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଏବଂ ରାହୁ କାଳରେ ରାକ୍ଷୀ ବନ୍ଧାଯାଇନଥାଏ।ଏଥର ରାକ୍ଷୀରେ ଭଦ୍ରାର ପ୍ରଭାବ ରହିବ ନାହିଁ କିନ୍ତୁ ସନ୍ଧ୍ୟା ୫ଟା ୧୬ ମିନିଟରୁ ନେଇ ୬ଟା ୫୪ ମିନିଟ ପର୍ଯ୍ୟନ୍ତ ରାହୁ କାଳ ରହିବ।

ଏହି ସମୟରେ ଭୁଲରେ ମଧ୍ୟ ଭାଇର ହାତରେ ରାକ୍ଷୀ ବାନ୍ଧନ୍ତୁ ନାହିଁ।୨୨ ଅଗଷ୍ଟ ସକାଳ ୬ଟା ୧୪ ମିନିଟ ପର୍ଯ୍ୟନ୍ତ ଏହାପରେ ଦିନ ସାରା ରକ୍ଷା2 ବନ୍ଧନ ପାର୍ବ ପାଳନ କରାଯାଇପାରିବ।ପୂର୍ଣ୍ଣିମା ତିଥି ସନ୍ଧ୍ୟା ୫ଟା ୩୧ ମିନିଟ ପର୍ଯ୍ୟନ୍ତହିଁ ରହିବ ଏଥିପାଇଁ ସନ୍ଧ୍ୟା ୫ଟା ୩୧ ମିନିଟ ପୂର୍ବରୁହିଁ ଭାଇର ହାତରେ ରାକ୍ଷୀ ବାନ୍ଧି ଦିଅନ୍ତୁ।

ପ୍ରାୟତଃ ବଜାରରୁ ରାକ୍ଷୀ କିଣି ଆଣିବା ବେଳେ ପ୍ରାୟତଃ ରାକ୍ଷୀ ଚିଣ୍ଡି ଯାଇଥାଏ।ଆମେ ଏହାକୁ ଯୋଡି ଠିକ କରିଦେଇଥାଉ।ଜ୍ୟୋତିଷଙ୍କ ଅନୁସାରେ ଯଦି କୌଣସି ରାକ୍ଷୀ ଖଣ୍ଡିତ ହୋଇଜାଇଥାଏ ତେବେ ଏହି ରାକ୍ଷୀ କାହା ହାତରେ ବାନ୍ଧିବା ଉଚିତ ହୋଇନଥାଏ।

ଏହା ସହିତ ବଜାରରେ ପ୍ଲାଷ୍ଟିକରେ ତିଆରି ରଙ୍ଗ ବେରଙ୍ଗର ରାକ୍ଷୀ ମିଳିଥାଏ।ପ୍ଲାଷ୍ଟିକ ଦୁର୍ନାମକୁ ବଢ଼ାଇଥାଏ।ଏହି ପର୍ଵରେ ପ୍ଲାଷ୍ଟିକରେ ତିଆରି ରାକ୍ଷୀ କାହାରି ହାତରେ ବାନ୍ଧିବା ଉଚିତ ହୋଇ ନଥାଏ।ଏବଂ ଅନ୍ୟ ଏକ କଥାର ଧ୍ୟାନ ରଖିବେ ଯେ ରାକ୍ଷୀ କୌଣସି ଧାରୁଆ ବା କ୍ଷତି ପହଞ୍ଚାଉଥିବା ଜିନିଷରେ ତିଆରି ହୋଇ ନଥିବ।

ଶୁଭ ସମୟରେ ଏହି ଜିନିଷ ଅସୁଭ ଫଳ ଆଣିଦେଇଥାଏ।ଏବଂ ଉପହାର ଦେବା ସମୟରେ କୌଣସି ଧାରୁଆ ବା କ୍ଷତି ପହଞ୍ଚାଇବା ଭଳି ଜିନିଷ ଦେବା ଉଚିତ ନୁହେଁ।ଯେପରି ଛୁରି ସେଟ, ଫଟୋଫ୍ରେମ, ଆଇନା ଇତ୍ୟାଦି।ଏବଂ ଭଉଣୀକୁ ରୁମାଲ, ଜୋତା, ଚପଲ ଭଳି ଜିନିଷ ଉପହାର ସ୍ୱରୂପ ରାକ୍ଷୀ ପୂର୍ଣ୍ଣିମାରେ ଦେବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *