ଚର୍ଚିତ ଅଭିନେତ୍ରୀ ରାନୀ ପଣ୍ଡା ନିଜର ଦୁଃଖ କହିଲେ – ବର୍ତମାନ ଏପରି କାମ କରି ନିଜ ଗାଡିର କିସ୍ତି ସୁଜୁଛନ୍ତି..

Spread the love

ଆମେ ସମସ୍ତେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବହୁତ ଭଲଭାବରେ ଜାଣୁ।ତେବେ ସେହି କିଛିଦିନ ତଳେ ସେ ନିଜର ଏକ ଭିଡିଓ ମାଧ୍ୟମରେ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ନିଜର ଖରାପ ସମୟ ବିଷୟରେ ବର୍ଣ୍ଣନା କରିଛନ୍ତି।ଏହା ସହିତ ତାଙ୍କ ସହିତ ପୂର୍ବରୁ ଘଟିଥିବା ଅନେକ ଦୁଃଖମୟ ଘଟଣା ସମ୍ପର୍କରେ ସେ ବର୍ଣ୍ଣନା କରିଛନ୍ତି।ସେ କହିଛନ୍ତି କି ସେ ଯେତେବେଳେ ପ୍ରଥମ ଥର ପାଇଁ ଭୁବନେଶ୍ବର ଆସିଥିଲେ ସେହି ସମୟରେ ସେ ନିଜର ଜିବନ ବହୁତ କଷ୍ଟରେ ଅତିବାହିତ କରୁଥିଲେ ଏହା ସହିତ ସେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ।

ତେବେ ସେ କହିଛନ୍ତି କି ସେ ଯେତେବେଳେ ପ୍ରଥମ ଥର ପାଇଁ ଭୁବନେଶ୍ବର ଆସିଥିଲେ ସେହି ସମୟରେ ତାଙ୍କର ମାସିକ ରୋଜଗାର ଥିଲା ମାତ୍ର ୧୦ ହଜାର ଟଙ୍କା।ଯେଉଁଥିରେ ଭୁବନେଶ୍ୱରରେ ଚଳିବା ବହୁତ କଷ୍ଟ ସାଧ୍ୟ ଥିଲା।ଏହାପରେ ମଧ୍ୟ ସେ ହାର ମାନି ନଥିଲେ।ସେ ଏହି ଦଶ ହଜାର ଟଙ୍କା ମଧ୍ୟରୁ ୬ ହଜାର ଟଙ୍କା ଘର ଭଡ଼ା ବାବଦକୁ ଖର୍ଚ୍ଚ କରୁଥିଲେ ଓ ବାକିଥିବା ମାତ୍ରା ୩ ହଜାର ଟଙ୍କାରେ ନିଜର ମାସିକ ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟ କରୁଥିଲେ।ସେ ଅନେକ କଷ୍ଟରେ ନିଜର ଜୀବନ ଯାପନ କରୁଥିଲେ।

ସେ କହିଛନ୍ତି କି ସେ ୩ ହଜାର ଟଙ୍କା ମଧ୍ୟରୁ ସେ ୧.୫ ହଜାର ଟଙ୍କାରେ ନିଜର ମାସିକ ଖାଦ୍ୟ ଖାଉଥିଲେ ଏହା ସହିତ ବାକି ଥିବା ଟଙ୍କାରେ ସେ ନିଜର ପୋଷାକ କିଣୁ ଥିଲେ।ସେ କହିଛନ୍ତି କି ତାଙ୍କ ଏହି ସମୟ ଅନେକ କଷ୍ଟ ଦାୟକ ଥିଲା।ସେ ଏହି ସମୟରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଯେପରିକି ସେ ଏହି ସମୟରେ ନିଜର ଖାଦ୍ୟ ଖାଇବା ମଧ୍ୟ ସଠିକ ଭାବରେ କରି ପାରୁ ନଥିଲେ।ସେ ଅନେକ ସମୟ ଛତୁଆ ଖାଇ ରୁହନ୍ତି ବୋଲି କହିଛନ୍ତି।ଏହା ସହିତ ତାଙ୍କର ଶରୀରର ପୋଷଣ ମଧ୍ୟ ସଠିକ ଭାବରେ ହୁଏନାହିଁ ବୋଲି ସେ କହିଛନ୍ତି।

ତେବେ ଯେତେବେଳେ ସେ ୨୦୧୫-୧୭ ମସିହାରେ ପ୍ରଥମେ ଯାତ୍ରା ଦୁନିଆରେ ପାଦ ଦେଇଥିଲେ ଏହାପରେ ତାଙ୍କର ଜୀବନରେ କିଛିଟା ପରିବର୍ତ୍ତନ ଆସିଥିଲା।ସେ ଅନେକ ସମସ୍ୟାର ସମାଧାନ କରି ପାରିଥିଲେ।ଯେପରିକି ତାଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥିଲା ଓ ସେ କିଛିଟା ଭଲରେ ରହିବା ଆରମ୍ଭ କରିଥିଲେ।ଏହାପରେ ଏହି ମହାମାରୀ ଆସିବା ପରେ ତାଙ୍କର ଆର୍ଥିକ ସମସ୍ୟା ପୁଣି ଆରମ୍ଭ ହୋଇଯାଇଛି।ଯେପରିକି ଏହି ମହାମାରୀ ସମୟରେ ଯାତ୍ରା ଦୁନିଆ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।

ଫଳରେ ଯାତ୍ରା କଳାକାରମାନେ ବର୍ତ୍ତମାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି।ଯେପରିକି ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ମଧ୍ୟ ଅନେକ କଷ୍ଟକର ହୋଇପଡିଛି ବୋଲି ସେ କହିଛନ୍ତି।ତେବେ ସେ କହିଛନ୍ତି କି ତାଙ୍କର ସଞ୍ଚିତ ଧନ ମଧ୍ୟ ଧୀରେ ଧୀରେ ସରିବାକୁ ବସିଲାଣି।ସେ ବର୍ତ୍ତମାନ ନିଜର ଭାଇଙ୍କ ଠାରୁ କିଛି ଅର୍ଥ ରାଶି ସାହାଯ୍ୟ ରୂପରେ ଆଣୁଛନ୍ତି।ଯାହା ଫଳରେ ସେ ନିଜର ଗାଡ଼ିର ଟଙ୍କା ଭରି ପାରୁଛନ୍ତି।ତେବେ ତାଙ୍କ ଜୀବନରେ ବର୍ତ୍ତମାନ ଅନେକ ସମସ୍ୟା ଥିବା କଥା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *