ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଯେଉଁ କାହାଣୀ କହିବି ତାହା ହେଉଛି ୧୯୭୦ ମସିହାର।ସେତେବେଳେ ଗାଁ ଗହଳିର ଲୋକ ମାନଙ୍କ ପାଖରେ ମନୋରଞ୍ଜନ କରିବା ପାଇଁ ନା ଥିଲା ଟିଭି କି ମୋବାଇଲ।ଗାଁରେ ପ୍ରାୟ ଲୋକ ଚାଷବାସ କରି ନିଜ ପେଟ ପୋଷିଥାନ୍ତି।ସାଙ୍ଗମାନେ ସେତେବେଳେ ବର୍ଷା ଦିନରେ ରୋଷେଇ କରିବା ପାଇଁ କାଠ ନ ମିଳିଲେ ଉପାସ ଶୋଇବାକୁ ପଡିଥାଏ।ତେଣୁ ବର୍ଷା ଦିନ ଆସିବା ପୂର୍ବରୁ କାଠ ସବୁ ଯୋଗାଡ କରିବାକୁ ପଡ଼ିଥାଏ।
ସେତେବେଳେ ସମସ୍ତ ଲୋକ ଜଙ୍ଗଲରୁ କଥା ନେଇ ଜଙ୍ଗଲ ପଦା କରି ସାରିଥିଲେ।କିନ୍ତୁ ମୋ ଜେଜେବାପାଙ୍କର ମନେ ପଡ଼ିଲା ଯେ ନଦୀ ଆରପାଖରେ ଗୋଟିଏ ବଡ ଜଙ୍ଗଲ ଅଛି ଆଉ ସେଥିରୁ ବହୁତ ଭଲ ଜାଳେଣି କାଠ ମଧ୍ୟ ମିଳିଥାଏ।ଅସୁବିଧା ଏହା ଯେ ସେ ଜଙ୍ଗଲ ସରକାରଙ୍କ ଅଧିନରେ ରହିଥିଲା।ସେଠାରୁ କାଠ ସଂଗ୍ରହ କରିବା ନିଷେଧ ଥିଲା।
ମୋ ଜେଜେବାପା ଠିକ କଲେ ଯେ ରାତି ସମୟରେ ସେ କାଠ ଆଣିବାକୁ ଯିବେ କାରଣ ସେହି ସମୟରେ ଗାର୍ଡ ମାନେ ବହୁତ କମ ସଂଖ୍ୟକ ରହିଥାନ୍ତି।ତେଣୁ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ହଳ ବଳଦ ନେଇ ମୋ ଜେଜେବାପା ନଦୀ ପାଖରେ ପହଂଚିଗଲେ।ଏହାପରେ ମୋ ଜେଜେବାପା ଜଙ୍ଗଲ ଆଡ଼କୁ ଅଗ୍ରସର ହେଲେ।ସେ ପହଞ୍ଚିବା ପରେ ଦେଖିଲେ ଯେ ଗୋଟିଏ ବି ଫରେଷ୍ଟ ଗାର୍ଡ ସେହି ଆଖପାଖରେ ନାହାଁନ୍ତି।
ସେତେବେଳେ ଜେଜେବାପା ଜଙ୍ଗଲର ଅଧାଅଧିରେ ପହଞ୍ଚି ଗଲେଣି।କିନ୍ତୁ ତାଙ୍କ ମନରେ ଭୟ ଥିଲା ଯେ ଯଦି କୌଣସି ଫରେଷ୍ଟ ଗାର୍ଡ ତାଙ୍କୁ ଦେଖିଦେବେ ତ ବହୁତ ବଡ ଅସୁବିଧା ହୋଇଯିବ।ତେଣୁ ସେ ଆଉ ସମୟ ନଷ୍ଟ ନ କରି ଚଟାପଟ କାଠ ହାଣିବାକୁ ଲାଗିଲେ।ଜେଜେବାପା ଦେଖିଲେ ଯେ ତାଙ୍କ ଠାରୁ କିଛି ଦୂରରେ ଥିବା ଏକ ଗଛ ଦୋହଲିବାର।
କିନ୍ତୁ ସେ ସମୟରେ ତାଙ୍କ ଛଡା ସେଠାରେ ଆଉ କେହି ନଥିଲେ।ଏହାପରେ ଜେଜେବାପା ସେହି ଗଛ ପାଖକୁ ପଳାଇଗଲେ।ଜେଜେବାପା ସେହି ଗଛ ତଳେ ଛିଡ଼ା ହେବାର କିଛି ସମୟ ପରେ ତାଙ୍କ ଉପରେ ଉପରୁ କିଛି ତରଳ ପଦାର୍ଥ ଭଳି କିଛି ପଡିଲା।ସେ ଯେତେବେଳେ ଟର୍ଚ୍ଚ ମାରି ନିଜ କାନ୍ଧକୁ ଦେଖିଲେ ସେ ଜାଣିଲେ ଯେ ତାଙ୍କ କାନ୍ଧ ଉପରେ ଆଉ କିଛି ନୁହେଁ ବରଂ ରକ୍ତ ପଡ଼ିଥିଲା।
ରକ୍ତ ଦେଖି ଜେଜେବାପା ଆହୁରି ଭୟଭୀତ ହୋଇଗଲା।ସେ ଯେତେବେଳେ ଟର୍ଚ୍ଚ ମାରି ଉପରକୁ ଦେଖିଲେ ସେ ଦେଖିଲେ ଯେ ରକ୍ତ କୌଣସି ବନ୍ୟଜନ୍ତୁର ନୁହେଁ ବରଂ ଏକ ମନୁଷ୍ୟର।କାହିଁକି ନା ଗଛ ଉପରେ ଏକ ମନୁଷ୍ୟ ଖିଆ ଡାହାଣୀ ଏକ ମନୁଷ୍ୟକୁ ମାରି ତା ମାଂସ ଖାଉଛି।ତାର ମୁହଁଟି ଏତେ ଭୟଭୀତ ଥିଲା ଯେ ଜେଜେବାପା ତାକୁ ଦେଖି ତାଙ୍କ ଗୋଡ଼ ହାତ ଥରିବାକୁ ଲାଗିଲା।
କିନ୍ତୁ ସେ ମାଂସ ଖାଇବାରେ ଏତେ ବ୍ୟସ୍ତ ଥିଲା ଯେ ସେ ଜେଜେବାପାଙ୍କ ଆଡ଼କୁ ଧ୍ୟାନ ହିଁ ଦେଇ ନଥିଲା।ନ ହେଲେ ସେଦିନ ଜେଜେବାପାଙ୍କର ଶେଷଦିନ ହୋଇ ଯାଇଥାନ୍ତା।ଜେଜେବାପା ସେହି ସୁଯୋଗର ଫାଇଦା ଉଠେଇ ସେଠାରୁ ପଳାଇ ଆସିଲେ।ସକାଳେ ଜେଜେବାପା ଜାଣିଲେ ଯେ ସେ ଡାହାଣୀଟି ସେଠାରେ ବହୁତ ଦିନରୁ ରହୁଚି ମାଂସ ଖାଉଛି। ଇଏ