ସାଙ୍ଗମାନଙ୍କ ସହିତ ବ୍ରହ୍ମପୁର ରାତିର Railway ଷ୍ଟେସନ ର ଭୟଙ୍କର ଘଟଣା,ଜାଣିଲେ ଆପଣ ମଧ୍ୟ ଭୟରେ ହେଇଯିବେ ଛାନିଆ

Spread the love

ସାଙ୍ଗମାନେ ଆଜି ଆମେ ଏକ ସତ ଭୂତ ଘଟଣା ଜାଣିବା।ସେଦିନ ଥିଲା ଶୀତଦିନ ରାତି କୁହୁଡି ହେତୁ ସବୁଆଡେ ଧୂଆଁଳିଆ ଦେଖାଯାଉଥାଏ।ରାତି ଯେତିକି ବଢିଚାଲିଥାଏ ଶୀତ ବି ବଢିବଢି ଦେହକୁ ଶୀତେଇ ଦଉଥାଏ।ସେତେବେଳେ ରାତି ୧୧ଟା ହେଇଥିଲା ଟ୍ରେନରୁ ମୁଁ ଓ ମୋ ସାଙ୍ଗ ରମେଶ ଓହ୍ଲାଇଲୁ।ସେତେବେଳେ ଏତେ ଅଧିକ ଲୋକ ସେଠାରେ ନଥିଲେ।

ଆମେ ରାସ୍ତାକୁ ଆସିଲାବେଳକୁ ସେଠାରେ ଗୋଟିଏ କେହି ନଥିଲେ।ସେତେବେଳେ ଏକ ଛୋଟ ଝିଅ ଆମ ପାଖକୁ ଚାଲି ଆସିଲା ଓ କିଛି ମାଗିବାକୁ ଲାଗିଲା।ରମେଶକୁ ଦୟା ଲାଗିଲା ସେ ଗୋଟିଏ ଶହେ ଟଙ୍କିଆ ନୋଟଟେ କାଢି ତାକୁ ବଢ଼େଇଦେଲା।ପଇସା ନେଲା ପରେ ବି ସେ ସେଠାରେ ଠିଆ ଜୋଇଥିଲା।ସେ କହିଲା ତା ମାଆଙ୍କ ଦେହ ବହୁତ ଖରାପ ସେ ଏକା କିଛି କରିପାରୁନି ତା ବାପା ବି ନାହାନ୍ତି।

ରମେଶ ତାର ଦୁଃଖ ବୁଝିପାରିଲା କାରଣ ସେ ବି ଏକ ଅନାଥ ଥିଲା।ଆମେ ସେହି ଛୋଟ ଝିଅ ସାଙ୍ଗରେ ତାଙ୍କ ଘରକୁ ଯିବାକୁ ନିଷ୍ପତି କଲୁ।ଆମେ ପହଞ୍ଚିଲୁ ସେଠାରେ ଏକ ଛୋଟ କୁଡ଼ିଆ ଘରେ ସ୍ତ୍ରୀ ଲୋକ ସୋଇଥିଲେ।ରମେଶ ତାଙ୍କୁ ନିଜ ଚାଦରରେ ଘୋଡେଇଦେଲା।ଆମେ ତାଙ୍କୁ ଡାକ୍ତର ଖାନା ନେବାପାଇଁ ଟ୍ୟାକ୍ସିରେ ବସାଇଲୁ।କିଛି ସମୟ ପରେ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେଲା।

ସେହି ଝିଅଟି ତାର ନାମ ଖୁସି ବୋଲି କହିଲା ଓ ମତେ ପଚାରିଲା ଆପଣ ମୋ ମାଆଙ୍କୁ ଭଲ କରିଦେବେ ନା?ମୁଁ କହିଲି ମୁଁ କଥା ଦଉଚି ଆମେ ଭଲ କରିଦେବୁ।ସକାଳେ ଦେଖିଲା ବେଳକୁ ଖୁସିର ମାଆ ଭଲ ହୋଇସାରିଛନ୍ତି।କିନ୍ତୁ ମୁଁ ଦେଖିଲା ବେଳକୁ ଖୁସି ସେଠାରେ ନଥିଲା।ଏହାପରେ ଆମେ ତାଙ୍କ ମାଆଙ୍କୁ ଦେଖିଲୁ।ସେ କହିଲେ ମୁଁ ତ ଜାଣିନି ଆପଣମାନେ କିଏ।

ମୋର ଜୀବନ ବଞ୍ଚାଇ ଆପଣ ଯେଉଁ ଉପକାର କରିଛନ୍ତି ମୁ କେବେବି ଭୁଲିପାରିବି ନାହିଁ।ଏହାପରେ ଆମେ କହିଲୁ ଆପଣଙ୍କ ଝିଅ କହିବାରୁ ଆମେ ଆପଣଙ୍କୁ ଏଠାକୁ ଆଣିବା କଥା କହିଥିଲୁ।ସେ ଆଶ୍ଚର୍ଯ୍ୟ ହୋଇ କହିଲେ ମୋ ଝିଅ କିଏ?ଏହାପରେ ଆମେ ଖୁସି କଥା କହିଲୁ।ସେ କାନ୍ଦି କାନ୍ଦି କହିଲେ ଏହା କେବେ ବି ହୋଇପାରିବ ନାହିଁ।

କାରଣ ମୋ ଝିଅ ଚାରି ମାସ ଆଗରୁ ମରି ସାରିଚି।ଆମେ କହିଲୁ ଆମେ ତ କାଲି ତାକୁ ଦେଖିଚୁ।ସେ କହିଲେ ଖୁସିର ବାପା ଚାଲିଯିବା ପରେ ମୁ ଯେତିକି ପାଉଥିଲି ଘର ଚଳେଇବା କଷ୍ଟ ଥିଲା।ଦିନେ ତାକୁ ବହୁତ ଜ୍ଵର ହେଲା।ହେଲେ ମୋ ପାଖେ ପଇସା ନଥିବାରୁ ମୁଁ ଚିକିତ୍ସା କରିପାରିଲିନି।ସେ ମୋ ସାମ୍ନାରେ ତା ଆଖି ବୁଜିଦେଇଥିଲା।ହେଲେ ମଲା ପରେ ଫେରିଆସି ସେ ମୋ ଜୀବନ ବଞ୍ଚାଇଦେଲା।

ଏହା କହି ସେ କାନ୍ଦିବାକୁ ଲାଗିଲେ।ଏହା ଶୁଣି ଆମ ଦେହ ସୁନ ପାଲଟିଯାଇଥିଲା।ଆମେ ଡରି ଯାଇଥିଲୁ କାରଣ କଲି ରାତିରେ ଯେଉଁ ଝିଅକୁ ଆମେ ସାହାଯ୍ୟ କରିଥିଲୁ ସେ ଝିଅ ନୁହେଁ ସେ ଥିଲା ଏକ ପ୍ରେତ ଆତ୍ମା।ତେବେ ଏହା ଏକ କାଳ୍ପନିକ ଘଟଣା ଅଟେ ,ଏଥିରେ କୌଣସି ପ୍ରକାର ସତ୍ୟତା ନାହିଁ ଆମେ କୌଣସି ପ୍ରକାର ଏଭଳି ଘଟଣା ରେ ବିଶ୍ୱାସ କରୁନାହୁଁ

Leave a Reply

Your email address will not be published. Required fields are marked *