ମା ଚାଲି ଚାଲିଗଲା ପରେ ତୁ ଆସି ମୋ ପାଖରେ ଥିଲୁ,Ricky ବୋଲି ମୁଁ କାହାକୁ ଡାକିବି…

Spread the love

ରିକିରେ ମତେ ଛାଡ଼ି ଚାଲି ଗଲୁ।ଏମିତି କହି ଘରେ କାନ୍ଦୁଛନ୍ତି ଆଇ। ଏତେ କମ ବୟସରେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଗଲୁ।ପ୍ରଥମେ ମାଆ ଚାଲି ଗଲା ପରେ ବାପା ଚାଲି ଗଲା।ଆଉ ଏବେ ତୁ ଚାଲି ଗଲୁ।ତୋ କଥା ଆଜି ବି ମନେ ପଡୁଛି।କହିଥିଲୁ ମେଡିକାଲରୁ ଭଲ ହୋଇ ଆସିବା ପରେ ମୁଁ ଆଇ ପାଖରେ ରହିବି।

ହେଲେ କୁଆଡେ ଗଲା ତୋର ସେହି ପ୍ରତିଶ୍ରୁତି। ଭାବିଥିଲି ତୁ ବାହା ହେବୁ ତୋ ବୋହୂ ଆସିବ।କେତେ କଣ ତୋ ପାଇଁ ମୁଁ ଭାବି ଥିଲି।ହେଲେ ସବୁ ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା।ଆଉ ତୋ ଆଇ ଡାକ ସବୁଦିନ ପାଇଁ ବନ୍ଦ ହୋଇଗଲା।ତୋ ବାପା କହିଥିଲେ ମୋ ପୁଅ ତୁମକୁ ଲାଗିଲା।ହେଲେ ତୁ ବି ଆମକୁ ପର କରି

ଆର ପାରିକୁ ଚାଲି ଗଲୁ।ଯେତେବେଳେ ଅଜା ଥିଲେ ତତେ ବହୁତ ଭଲ ପାଉଥିଲେ।ତୁମେ ଦୁଇ ଭାଇ ତାଙ୍କର ଦୁଇ ଆଖି ଥିଲ।ଅଜା ସବୁବେଳେ ତୁମ ମାନଙ୍କୁ ଧରି ବୁଲୁ ଥିଲେ।ହେଲେ ଅଜା ଚାଲି ଯିବା ପରେ ମୁଁ ଏକା ହୋଇଗଲି ଭାବିଲି ତୁମେ ଦୁଇ ଭାଇ ମୋର ସାହା ହେବ।ବାପା ଚାଲି ଯିବା ପରେ ଅମ୍ଳାନ

ପୁରା ଭାଙ୍ଗି ପଡ଼ିଥିଲା।ଆଉ ତୁ ବି ବାପାକୁ ଝୁରି ଝୁରି ଶୁଖି ଯାଇଥିଲୁ।ମୁଁ ସବୁବେଳେ କହେ ରିକି ତୋ ଦେହ ଭଲ ଅଛି ତ।ତୁ କହୁ ହଁ ଆଇ ମୁଁ ପୁରା ଫିଟ ଅଛି ପରା।ହେଲେ ତୋର ସେହି ମିଛ ଆଜି ମୋ ଠାରୁ ତତେ ଦୂର କରି ନେଲା।ଦେହ ଖରାପ ହେବା ପୂର୍ବରୁ କହିଥିଲୁ ଆଇ ମୁଁ ତୁମ ପାଖରେ ରହିବି।

ବହୁତ ଜଲଦି ତୁମ ମାନଙ୍କ ପାଖକୁ ଫେରି ଆସିବି।ଘରେ ରହିବାକୁ ଭଲ ଲାଗୁନି। ଏକୁଟିଆ ଲାଗୁଛି।ବାପା ବୋଉ କଥା ଭାରି ମନେ ଆସୁଛି। ଏଇଠି ସମସ୍ତେ ଅଛ।ହେଲେ ସବୁ କଥା ଆଜି ସ୍ବପ୍ନ ଭଳି ଲାଗୁଛି।ମୁଁ ଯେମିତି ଶୋଇକି ସ୍ବପ୍ନ ଦେଖୁଛି।ହେଲେ ରିକି ତୁ ଚାଲି ଗଲୁ। ତୋ ଦେହ ଖରାପ ହେଲା ସବୁ ଦିନ ପାଇଁ ଆର ପାରିକୁ ଚାଲି ଗଲୁ।

ମେଡିକାଲରେ ପଡିଲୁ ଯେ ମୁଁ ତତେ ଟିକିଏ ଦେଖି ପାରିଲି ନାହିଁ।ମୋ ଆଖି ଆଗରେ ଜଣ ଜଣ କରି ସମସ୍ତେ ଚାଲି ଗଲ।ଅଜା ସବୁବେଳେ କୁହନ୍ତି ରିକି ମୋର ଆଖି।ତତେ ଅଜା ବହୁତ ଭଲ ପାଉଥିଲେ। ରିକିରେ ମୋ କୋଳକୁ ଫେରି ଆସେ। ରିକିରେ ମୁଁ କେମିତି ବଞ୍ଚିବି ତୋ ବିନା।ତୋ କଥା ଭାରି ମନେ ପଡୁଛି ମୋର।ଆଉ ତୋ ମୁଁହ ଏବେ ବି ମୋ ଆଖିରେ ନାଚୁଛି।ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *