Rourkela ର ଏହି ଭୟଙ୍କର Petrol ଟାଙ୍କି ର ଭୟାନକ ଘଟଣା,ରାତିରେ ଯାହା ଘଟିଗଲା ଶୁଣିଲେ ଡର ରେ ଆପଣଙ୍କ ମୁଣ୍ଡ ଚକର ଖାଇଯିବ ,କମଜୋର ଲୋକ ଦୁରେଇ ରୁହନ୍ତୁ

Spread the love

ସାଙ୍ଗମାନେ ଆଜି ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା।ଏହି ଘଟଣାଟି କିଛି ବର୍ଷ ପୂର୍ବରୁ ମୋ ସହିତ ଘଟିଥିଲା।ଯେତେବେଳେ ମୁଁ ପାଠ ପଢ଼ା ସାରି ଚାକିରୀ ପାଇଁ ଅନେକ ଜାଗା ଯାଉଥିଲି।କାରଣ ସେତେବେଳକୁ ଘରର ଆର୍ଥିକ ପରିସ୍ଥିତି ଅନେକ ଖରାପ ହୋଇଯାଇଥିଲା।ଏହାପରେ ମତେ ଏକ ପ୍ରେଟ୍ରୋଲ ପମ୍ପରେ କାମ ମିଳିଥିଲା କିନ୍ତୁ ତାହା ଘର ପାଖରୁ ଅନେକ ଦୂର ଥିଲା।କିନ୍ତୁ ମାଲିକ ସାହିତ କଥା ବାର୍ତା କରିବା ପରେ ସେ ମୋର ସେଠାରେ ରହି କାମ କରିବାର ସବୁ ପ୍ରକାର ସୁବିଧା କରିଦେଇଥିଲା।

କିନ୍ତୁ ତାହା ଜନ ଗହଳି ଠାରୁ ଦୁରରେ ଥିବାରୁ ଏକାନ୍ତ ଅନୁଭବ ହେଉଥିଲା।ଏବଂ ମଝିରେ ମଝିରେ ଗୋଟିଏ ଗୋଟିଏ ଗାଡି ସେଠାକୁ ଆସିଥିଲା।ରାତିରେ ସେଠାରେ ସୁନସାନ ପ୍ରକାରର ଶବ୍ଦ ଅଜବ ଅଜବ ପ୍ରକାରର ଶୁଭୁଥାଏ।ତାହା ସହିତ କାନ୍ଥରେ ଲାଗିଥିବା ଘଣ୍ଟାର ଟିକଟିକ ଶବ୍ଦ ଶୁଭୁଥାଏ।ଏହା ଫଳରେ ମୁଁ ରାତିରେ ଭଲସେ ସୋଇ ମଧ୍ୟ ପାରି ନଥାଏ।

ଏପରି ଏକ ଦିନ ରାତିରେ।ବାହାରେ ଏକ ଟ୍ରକ ବାରମ୍ବାର ହର୍ଣ୍ଣ ମାରୁଥିଲା।ଏଥିପାଇଁ ମୁଁ ବିଳମ୍ବ ନକରି ସଙ୍ଗେ ସଙ୍ଗେ ବାହାରକୁ ଆସିଲି।କିନ୍ତୁ ମୁଁ ଯେତେବେଳେ ରୁମରୁ ବାହାରକୁ ଆସିଲି ଟ୍ରକଟି ହଠାତ ସେଠାରୁ ପଳେଇଗଲା।ମୁଁ ମନେ ମନେ ଗାଳି କଲି।ଏହାପରେ ମୁଁ ଶୋଇପଡ଼ିଲି ଏବଂ ପରଦିନ କାମ ସାରି ରାତିରେ ପୁନର୍ବାର ଶୋଇବାକୁ ଗଲି।ପୁଣିଥରେ ସେହି ସମୟରେ ସେହି ଟ୍ରକପୁନର୍ବାର ହର୍ଣ୍ଣ ମାରୁଥିଲା।

ମୁଁ ବାହାରକୁ ଯାଇ ଦେଖିଲି ସେହି ଟ୍ରକଟି ଥିଲା।ଏହାପରେ ମୁଁ ଟ୍ରକ ପାଖକୁ ଗଲି ଏବଂ ଦେଖିଲି ସେଠାରେ କେହି ନଥିଲେ।ମୁଁ ପାଟି କରି ପଚାରିଲି କିଏ ଅଛ ବୋଲି।ଏହାପରେ ଟ୍ରକଟି ପଛ ଘୁଞ୍ଚା ଦେଇ ପଳେଇଗଲା।ମୁଁ ଭାବିଲି ଟ୍ରକ ମଧ୍ୟରେ କେହି ନା କେହି ନିଶ୍ଚିତ ଥିବେ ଏହା ଭାବି ମୁଁ ରୁମକୁ ଫେରି ଆସିଲି।ଏବଂ ସକାଳୁ ପାଗ ମେଘୁଆ ଥିଲା।ଏବଂ ସେହିଦିନ ପ୍ରବଳ ବର୍ଷା ଲାଗି ରହିଥିଲା।

ଚାରିଆଡେ ପାଣି ହୋଇଯାଇଥିଲା।ରାତିରେ ମୁଁ ଶୋଇବାକୁ ଗଲି।ଏହାପରେ ପୁନର୍ବାର ଟ୍ରକର ହର୍ଣ୍ଣବାଜିଲା।ମୁଁ ଜାଣିସାରିଥିଲି ସେ ନିଶ୍ଚିତ ସେହି ଟ୍ରକ ଵାଲା ହୋଇଥିବ।ମୁଁ ରାଗିକରି ବାହାରକୁ ବାହାରିଲି।ମୁଁ ଜୋରରେ ପାଟି କଲି।କିନ୍ତୁ କିଛି ଉତ୍ତର ଆସିଲା ନାହିଁ।ଏହାପରେ ମୁଁ ଭୀଷଣ ଜୋରରେ ରାଗି ଟ୍ରକ ଭିତରେ ପଶିଗଲି।କିନ୍ତୁ ଭିତରେ କେହି ନଥିଲେ ଏବଂ ହର୍ଣ୍ଣଟି ମଧ୍ୟ ଆପେ ଆପେ ବନ୍ଦ ହୋଇଗଲା।

ଏବଂ ଟ୍ରକଟି ଆପେ ଆପେ ଚାଳିବାରେ ଲାଗିଲା।ମୁଁ ପାଟି କରିବାରେ ଲାଗିଥାଏ।ଅନେକ ଚେଷ୍ଟା କରିବା ପରେ ମଧ୍ୟ ଡୋର ଖୋଲୁ ନଥାଏ।ଝରକାରେ ଦେଖିଲି ଟ୍ରକଟି ବହୁତ ସ୍ପୀଡ଼ରେ ଚାଲୁଥିଲା।ଏହାପରେ ଟ୍ରକଟି ଏକ ବ୍ରିଜ ଉପରେ ଚଢ଼ି ବାଡେଇ ହୋଇ ତଳକୁ ଖସି ପଡ଼ିଲା।ଭାଗ୍ୟ ଭଲ ସେତେବେଳେ ମୁଁ ଝରକା ପାଖରେ ତଳକୁ ଡେଇଁ ପଡିଲି।

ଏବଂ ଅନ୍ଧାରରେ ମୋ ମୁଣ୍ଡ ପିଟି ହୋଇଗଲା।ଯେତେବେଳେ ମୋ ଆଖି ଖୋଲିଲା ସେତେବେଳେ ସକାଳ ହୋଇଯାଇଥିଲା।ଏବଂ ମୁଁ ଆଖି ଖୋଲି ଦେଖିଲି ତ ମୋର ଏକ ହାତ ଫୁଲି ନୀଳ ପଡିଯାଇଥିଲା।ମୁଁ ଏକ ଅଟୋ ଵାଲାକୁ ସାହାଯ୍ୟ ମାଗି ଘରକୁ ଗଲି ଏବଂ ସେଠାରୁ ଡାକ୍ତରଖାନା ଗଲି ଡାକ୍ତର କହିଲେ ଏକ ହାତ କାଟିବାକୁ ପଡିବ ନହଲେ ସାରା ଶରୀରରେ ବିଷ ଭରିଯିବ।

ଏହାପରେ ଜଣା ପଡିଲା ଯେ ସେହି ଟ୍ରକ ଵାଲା ସେ ପେଟ୍ରୋଲ ପମ୍ପକୁ ଆସିଥିଲା।ଏବଂ ସେଠାରେ କାମ କରୁଥିବା କିଛି ଲୋକ ମାର ପିଟ କରିଥିଲେ ଏବଂ ସେ ଜୀବନ ବଞ୍ଚାଇବା ପାଇଁ ଟ୍ରକ ନେଇ ଯାଇଥିଲା ଓ ସେହି ବ୍ରିଜରେ ତାର ଟ୍ରକ ପିଟି ହୋଇ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *