ଲୋକମାନଙ୍କ ମନରେ ଧାରଣ ଥାଏ କି ଯଦି ଆପଣ କାହାକୁ ସାହାଯ୍ୟ କରିବେ ତେବେ ଲୋକମାନେ ଏହାକୁ ଭୁଲି ଯାଆନ୍ତି।ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ହୋଇ ନଥାଏ।ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ମିଳିଥିବା ସହଯ୍ୟକୁ କେବେ ମଧ୍ୟ ଭୂଲନ୍ତି ନାହିଁ।ଏହା ସହିତ ସେମାନେ ସେମାନଙ୍କୁ ମିଳିଥିବା ସାହାଯ୍ୟକୁ ଦରକାର ସମୟରେ ଫେରାଇ ଦେଇଥାନ୍ତି।ସେହି ଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଙ୍ଗାଧର ମେହେର କଲେଜ ତରଫରୁ।ଯାହା ଅନେକ ଲୋକଙ୍କ ପାଇଁ ଏକ ଉଦାହରଣ ହୋଇ ରହି ଯାଇଛି।
ତେବେ ଆମେ ବର୍ତ୍ତମାନ ଏପରି ଏକ ଡକ୍ଟରଙ୍କ ବିଷୟରେ କଥା ହେବା।ଯିଏକି ପାଠ ପଢ଼ିବା ସମୟରେ ତାଙ୍କର ଶିକ୍ଷାନୁଷ୍ଠାନ ତାଙ୍କୁ ମାସିକ ୨୫ ଟଙ୍କା ସହାୟତା ଯୋଗାଇ ଦେଇଥିଲା।ସେହି ଡକ୍ଟରଙ୍କ ନାମ ହେଉଛି ଡକ୍ଟର ନାରାୟଣୀ ପଣ୍ଡା।ତେବେ ସେ ଯେତେବେଳେ ଶିକ୍ଷାଲାଭ କରୁଥିଲେ ସେତେବେଳେ ତାଙ୍କର ପରିବାରର ଆର୍ଥିକ ଅବସ୍ଥା ଠିକ ନଥିଲା
ଫଳରେ ସେ ପାଠ ପଢ଼ିବା ପାଇଁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିଲେ ଓ ଅନେକ ପ୍ରକାରର ଆର୍ଥିକ ସମସ୍ୟା ଭୋଗ କରୁଥିଲେ।ସେ ୧୯୫୭ ମସିହାରୁ ୧୯୫୯ ମସିହା ପର୍ଯ୍ୟନ୍ତ ପାଠ ପଢିବା ସମୟରେ ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲା।ସେଥିପାଇଁ ସେ ପାଠ ପଢ଼ିବା ସମୟରେ ତାଙ୍କୁ ତାଙ୍କର କଲେଜ ସହାୟତା କରିଥିଲା।
ସେ ପାଠ ପଢିବା ସମୟରେ ତାଙ୍କର କଲେଜ ତାଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷାଦାନର ବ୍ୟବସ୍ଥା କରିବା ସହିତ ତାଙ୍କୁ କଲେଜ ପକ୍ଷରୁ ମାସିକ ୨୫ ଟଙ୍କା ସହାୟତା ପ୍ରଦାନ କରା ଯାଉଥିଲା।ଫଳରେ ସେ ସେହି ଛୋଟ ସହାୟତା ଫଳରେ ଆଜି ଏତେ ବଡ ଡକ୍ଟର ହୋଇ ପାରିଛନ୍ତି।ତେବେ ସେ ନିଜ କଲେଜର ସହାୟତାକୁ ଭୁଲି ନଥିଲେ।
ଆଜି ଯେତେବେଳେ ସେ ନିଜ କଲେଜ ପାଇଁ କିଛି କରିବାକୁ ଇଚ୍ଛା ପ୍ରକାଶ କଲେ ସେତେବେଳେ ସେ ନିଜର କଲେଜର ଋଣ ସମ୍ପର୍କରେ ଜାଣିବାକୁ ପାଇଥିଲେ।ଫଳରେ ସେ ନିଜ କଲେଜର ସେହି ଋଣକୁ ନିଜେ ଶୁଝିବା ପାଇଁ ନିଷ୍ପତି ନେଇଥିଲେ ଓ ନିଜ କଲେଜର ‘ମୋ କଲେଜ’ ଅଭିଯାନରେ ନିଜକୁ ସାମିଲ କରିଥିଲେ ଓ ନିଜ କଲେଜକୁ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ।
ଫଳରେ ସେ କହିଛନ୍ତି କି ସେ ଆଜି ନିଜ କଲେଜର ଋଣ କିଛି ମାତ୍ରାରେ ସୁଝି ପାରିଛନ୍ତି।ତେବେ ସେ ଏପରି କାମ କରି ବର୍ତ୍ତମାନ ଏକ ଉଦାହରଣ ପାଲଟି ଯାଇଛନ୍ତି।ତେବେ ଭଲ କର୍ମ କରୁଥିବା ବ୍ୟକ୍ତି କେବେ ମଧ୍ୟ କୌଣସି ସହଯ୍ୟକୁ ଭୁଲି ନଥାଏ।ତେବେ ସେ ଆଜି ନିଜ କଲେଜ ପାଇଁ କିଛି ଭଲ କାମ କରିଛନ୍ତି ବୋଲି କହିଛନ୍ତି।
ଏହା ସହିତ ସେ କହିଛନ୍ତି କି ସେହି ୨୫ ଟଙ୍କାର ମୂଲ୍ୟ ଏହି ୩୦ ଲକ୍ଷ ଟଙ୍କା ଆଗରେ ବହୁତ ଅଧିକ।ତାଙ୍କର ସେହି ୨୫ ଟଙ୍କାରେ ସେ ନିଜର ପାଠ ପଢ଼ିବା ପାଇଁ ବହି କିଣି ପାରୁଥିଲେ।ସେହି ଟଙ୍କା ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ଅନୁଭବ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି ସେ କହିଛନ୍ତି।ସେ ଆଜି ଯାହାବି ଅଟନ୍ତି ତାହା କେବଳ ତାଙ୍କ କଲେଜ ପାଇଁ।