ସବୁ ପଇସା ସୋନାଲି Account ରେ,ଆଉ ମୋ ପୁଅ ଟଙ୍କାରେ ସୋନାଲିର ପୁରା ପରିବାର ଚଳୁଥିଲା…

Spread the love

ସୌମ୍ୟଙ୍କ ମାଆ କହିଲେ ଏଇଭଳି ଝିଅକୁ ଆଉ କେହି ଗ୍ରହଣ କରନ୍ତୁ ନାହିଁ ଆଉ ମୁଁ ଯେମିତି ଭାବରେ ମୋ ପୁଅକୁ ହରେଇଛି କଉ ମା ସେମିତି ଭାବରେ କାହା ପୁଅକୁ ନ ହରାଉ ଆଉ ଦ୍ଵିତୀୟ ସୋନାଲି ନନ୍ଦ ଯେମିତି ଓଡ଼ିଶାରେ ଜନ୍ମ ନ ହଉ।ବର୍ଷେ ପରେ ସୋନାଲିଙ୍କ ତଦନ୍ତ ପାଇଁ ମିଳିଲା ନିର୍ଦ୍ଦେଶ। ବର୍ଷେ ସମୟ ହେଲା ସୋନାଲିଙ୍କୁ

ଘୋଡାଉଥିଲା ପୋଲିସ। ପୁଅର ନ୍ୟାୟ ଅପେକ୍ଷାରେ ରହିଛି ଦୁଃଖିନୀ ମା। ଏବେ ମଧ୍ୟ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ମଡେଲ ସୌମ୍ୟ ରଞ୍ଜନଙ୍କ ମା।ବର୍ଷେ ସମୟ ବିତି ଯାଇଛି ହେଲେ ତଥାପି ମଧ୍ୟ ତାଙ୍କ ଆଖିରୁ ଶୁଖୁ ନାହିଁ ଲୁହ। ଏହାରି ଭିତରେ ମଡେଲ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ-ର ତଦନ୍ତ କରିବା

ପାଇଁ କୋର୍ଟରୁ ନିର୍ଦ୍ଦେଶ ଆସିଛି।ମାମଲାର ତଦନ୍ତ ୩ ମାସ ଭିତରେ ଶେଷ କରିବା ପାଇଁ ଓଡ଼ିଶା ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛି। ତେବେ ପୂର୍ବରୁ ବାରମ୍ବାର ନିରାଶ ହେଇ ଫେରୁଥିବା ମା ଏବେ ନ୍ୟାୟ ପାଇବା ପାଇଁ କୋର୍ଟ ଆଗରେ ଗୁହାରି କରିଛନ୍ତି।ଏପରିକି ବିଚ ରାସ୍ତାରେ ସୋନାଲି ନନ୍ଦଙ୍କୁ

ହାତ କଡ଼ି ପକାଇ ଜେଲ ନେବା ପାଇଁ ଅନୁରୋଧ କରିଛନ୍ତି। ଏପରି ଝିଅକୁ କେହି ବୋହୂ ନ କରିବା ପାଇଁ ମଧ୍ୟ ସୈାମ୍ୟଙ୍କ ମା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସୈାମ୍ୟଙ୍କ ମା କହୁଛନ୍ତି କିନ୍ତୁ ଜଣେ ଅଘଟଣ କଲା ଆଉ ଅଘଟଣ ନୋଟରେ ଲେଖିକି ଯାଇଛି ଯେ ସୋନାଲି ନନ୍ଦ ମୋ ମୃ-ତ୍ୟୁ ପାଇଁ ଦାୟୀ ଆଉ ସେ

ଲେଖିକି ଯିବା ପରେ ମଧ୍ୟ ଇମ୍ଫୋସିସ ଥାନା ତାକୁ ତଦନ୍ତରେ ଅନ୍ତର୍ଭୁକ୍ତ କଲା ନାହିଁ ଆଉ ସବୁ ଜିନିଷରେ ଅବହେଳା କଲା।ମୁଁ ତ ମୋର ଛାତିକୁ ପଥର କରିକି ରହିଲି ହେଲେ ମୁଁ ଏତିକି ଚାହୁଁଛି ଯେ ଯିଏ ମୋ ପୁଅକୁ ମାରିଛି ତାକୁ ଉପଯୁକ୍ତ ଦଣ୍ଡ ମିଳୁ।ଯିଏ ମୋ ପୁଅକୁ ମାରିଛି ତାକୁ ବିଚ ରାସ୍ତାରେ ହାତକଡି ପକେଇ ସମସ୍ତଙ୍କ

ଆଗରେ ଘୋଷାଡି ଘୋଷାଡି ଥାନାକୁ ଅଣା ଯାଉ।ସେତିକି କରିବା ପରେ ଯାଇକି ମୁଁ ଖୁସି ହେବି।ତାକୁ ବିଚ ରାସ୍ତାରେ ହାତକଡି ପକେଇ ସମସ୍ତଙ୍କ ଆଗରେ ଘୋଷାଡି ଘୋଷାଡି ଥାନାକୁ ଅଣା ଯାଉ। ମୁଁ ସାରା ଓଡ଼ିଶା ବାସୀଙ୍କୁ ଅନୁରୋଧ କରୁଛି ଯେ ଏଭଳି ଝିଅଙ୍କୁ କେହି ଗ୍ରହଣ କରନ୍ତୁ ନାହିଁ କାରଣ ମୁଁ ଯେମିତି ମୋ ପୁଅକୁ ହରେଇଛି ସେମିତି ଭାବରେ ଆପଣ ମାନେ କେହି ପୁଅ ନ ହରାନ୍ତୁ।

Leave a Reply

Your email address will not be published. Required fields are marked *