ସବ୍ୟସାଚୀ ମିଶ୍ରଙ୍କୁ କାହିଁକି ନାୟକ କରିଥିଲେ ହର ପଟ୍ଟନାୟକ ଜାଣିଛନ୍ତି କି? ଏବେ ଜାଣିବା ଦରକାର

Spread the love

ସାଙ୍ଗମାନେ ସବ୍ୟସାଚୀ ମିଶ୍ରଙ୍କୁ କାହିଁକି ନାୟକ କରିଥିଲେ ସ୍ବର୍ଗତ ହର ପଟ୍ଟନାୟକ।ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା।ସବ୍ୟସାଚୀ ମିଶ୍ରଙ୍କୁ ଓଲିଉଡର ଚକଲେଟ ବୟ ବୋଲି କୁହାଯାଏ।ଫିଲ୍ମ ଦୁନିଆରେ ପାଦ ଦେବା ଆଗରୁ ସେ ଆଲବମ ଦୁନିଆରେ କାମ କରୁଥିଲେ।୨୦୦୭ ମସିହାରେ ସେ ପାଗଳ ପ୍ରେମୀ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ।ସେ କେବଳ ଓଡ଼ିଆ ଜଗତରେ ସୀମିତ ହୋଇ ରହିନାହାଁନ୍ତି ସେ ଅନେକ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ସେ ଏହା ବ୍ୟତୀତ ବହୁ ମ୍ୟୁଜିକ ଆଲବମରେ ଅଭିନୟ କରି ନିଜ ଅଭିନୟର ଛାପ ଛାଡିଛନ୍ତି।

ତେବେ ଆଗରୁ ସବ୍ୟସାଚୀ କେବେବି ଅଭିନୟ କରିବା କଥା ଚିନ୍ତା କରି ନଥିଲେ।ସେ ଏକ ପ୍ରୋଗ୍ରାମରେ ହୋଷ୍ଟିଙ୍ଗ କରୁଥିବା ସମୟରେ ଅଭିନୟ ଜଗତରେ ପାଦ ଥାପିବା ପାଇଁ ପରାମର୍ଶ ଦେଇଥିଲେ ସ୍ବର୍ଗତ ହର ପଟ୍ଟନାୟକ।ତେବେ ସବ୍ୟସାଚୀ ହର ପଟ୍ଟନାୟକଙ୍କୁ କହିଥିବା ଗୋଟିଏ ସତ ଆଜି ତାଙ୍କୁ ସଫଳତାର ଶୀର୍ଷକୁ ନେଇଯାଇଛି।ତେବେ ଆସନ୍ତୁ ଜାଣିବା ସେହି ସତ ସମ୍ପର୍କରେ କିଛି।

ସବ୍ୟସାଚୀଙ୍କ ଇଞ୍ଜିନିୟରଇଂ ପାଠ ପଢିବା ସରିବା ପରେ ସେ ଓଡ଼ିଆ ଆଲବମରେ କାମ କରୁଥିଲେ।ସେ ସମୟରେ ତାଙ୍କ ଆଲବମକୁ ଲୋକମାନେ ପସନ୍ଦ କରୁଥିଲେ।ଥରେ ସବ୍ୟସାଚୀଙ୍କୁ ଏକ ପ୍ରୋଗ୍ରାମ ହୋଷ୍ଟ କରିବା ପାଇଁ କୁହାଯାଇଥିଲା।ସେଠାରେ ପ୍ରଥମ କରି ହର ପଟ୍ଟନାୟକ ତାଙ୍କୁ ଦେଖିଥିଲେ।ତାଙ୍କ କଥା ବାର୍ତ୍ତା ଶୈଳୀ ଓ ନାଚ ତାଙ୍କୁ ଖୁବ ଭଲ ଲାଗିଥିଲା।ପ୍ରୋଗ୍ରାମ ସରିବା ପରେ ସେ ସବ୍ୟସାଚୀଙ୍କୁ କିଛି ଫଟୋ ଉଠାଇ ତାଙ୍କ ପାଖକୁ ପଠାଇବାକୁ କହିଥିଲେ।ଏହାପରେ ସେ କିଛି ଫଟୋ ଉଠାଇ ପଠାଇଥିଲେ ଓ ତାହା ହର ପଟ୍ଟନାୟକଙ୍କୁ ପସନ୍ଦ ମଧ୍ୟ ଆସିଥିଲା।

ଏହାପରେ ହର ପଟ୍ଟନାୟକ ସବ୍ୟସାଚୀଙ୍କୁ ତାଙ୍କ ହାଇଟ,ବଡି ସେପ ବାଇସେପ, ଛାତି ସାଇଜ ଆଜି ଗୋଟିଏ ଚାର୍ଟ କରି ପଠାଇବାକୁ କହିଥିଲେ।ହର ପଟ୍ଟନାୟକ ଏହାକୁ ରମେଶ ପ୍ରସାଦଙ୍କୁ ପଠାଇବାକୁ ଚାହିଁଥିଲେ।ରମେଶ ପ୍ରସାଦ ସେତେବେଳେ ଏକ ଅଭିନେତା ଖୋଜୁଥିଲେ।ସବ୍ୟସାଚୀଙ୍କ ସହିତ ଅନ୍ୟ ୧୦ ଜଣଙ୍କ ବାୟୋଡାଟା ମଧ୍ୟ ତାଙ୍କ ପାଖକୁ ପଠା ଯାଇଥିଲା।ସେ ଯାହାକୁ ବି ପସନ୍ଦ କରିଥାନ୍ତେ ତାକୁ ତାଙ୍କ ଆଗାମୀ ପ୍ରୋଜେକ୍ଟରେ କାମ ଦେଇଥାନ୍ତେ।

ସେ ଚାର୍ଟ ପଠାଇବା ପରେ ପୁଣି ଥରେ ଚେକ କରିବା ପାଇଁ ଚାହିଁଲେ।ସେ ଆଉଥରେ ଯେତେବେଳେ ମାପିଲେ ସେତେବେଳେ କିଛି ଜିନିଷ ଭୁଲ ଥିଲା।ଶେଷରେ ସବ୍ୟସାଚୀଙ୍କୁ ହିରୋ ଭାବେ ନେବା ପାଇଁ ରମେଶ ପ୍ରସାଦ ବାଛିଥିଲେ।ହର ପଟନାୟକ କହିଥିଲେ ଯେ ଯେଉଁଦିନ ସବ୍ୟସାଚୀ ତାଙ୍କ ମାପକୁ ନେଇ ସତ କହିଥିଲେ ସେ ସେହିଦିନ ହିଁ ତାଙ୍କୁ ହିରୋ କରିବେ ବୋଲି ଭାବିଥିଲେ। ତା ପରଠୁ ସବ୍ୟସାଚୀ ଆଉ ପଛକୁ ଫେରି ଚାହିଁନାହାଁନ୍ତି।ସେ ତାଙ୍କ ଫିଲ୍ମ କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *