କମେଡିଆନ ସୁମନଙ୍କ ଘର ପରିବାର ଏବଂ ସମ୍ପତ୍ତି।ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଏହି କଥା ଜାଣିନଥିବେ ଆଗରୁ ଆପଣ..

Spread the love

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଲିଉଡ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ସୁମନ ମହାରଣାଙ୍କ ବିଷୟରେ ଜାଣିବା।ଆଜି ଆମେ ଏହି ଭିଡ଼ିଓରେ ସୁମନ ମହାରଣାଙ୍କ ଘର ପରିବାର ଏବଂ ତାଙ୍କର ସମ୍ପତ୍ତି ବିଷୟରେ ମଧ୍ୟ ଜାଣିବା ଏହାସହିତ ତାଙ୍କ ବ୍ୟକ୍ତିଗତ ଜୀବନ,ତାଙ୍କର ସ୍ତ୍ରୀ ଏବଂ ତାଙ୍କ ସମ୍ବନ୍ଧୀୟ କିଛି ସତ୍ୟ ଘଟଣା ବିଷୟରେ ମଧ୍ୟ ଆଲୋଚନା କରିବା।ଏହି କଥା ଆପଣମାନେ ପୂର୍ବରୁ ପ୍ରାୟତଃ ଜାଣିବାକୁ ପାଇନଥିବେ।ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ସାଙ୍ଗମାନେ ସୁମନ ମହାରଣା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା।ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ।ସେ ୨୦୦୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ନିଜର ଅଭିନୟ ଜୀବନୀ ଆରମ୍ଭ କରିଥିଲେ।ସେ ତଙ୍କର ପ୍ରଥମ ଚଳଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ ଏବଂ କଥା ଚିତ୍ର ଲକ୍ଷ୍ମୀପ୍ରତିମା ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ପାଇଥିଲେ।ତେବେ ଆସନ୍ତୁ ଜାଣିବା ସୁମନଙ୍କ ପ୍ରାରମ୍ଭିକ ଜୀବନୀ।

ସୁମନ ମହାରଣା ଜଣେ ଗରିବ ପରିବାରରୁ ଆସିଛନ୍ତି।ସେ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ହିଁ ବଡ଼ ହୋଇଥିଲେ।ସୁମନଙ୍କ ଉଚ୍ଚତା ରହିଛି ୪ ଫୁଟ।ତେବେ ସେ ଅଧିକାଂଶ ଚଳଚ୍ଚିତ୍ରର ବାମନ ଭୂମିକାପାଇଁ ବଛା ଯାଆନ୍ତି।ଏବେ ଆସନ୍ତୁ ଜାଣିବା ସୁମନଙ୍କ ଅଭିନୟ ଜୀବନ ବିଷୟରେ।ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା କଣ୍ଢେଇ ଆଖିରେ ଲୁହ।ଏହାପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ।ଓଡ଼ିଆ କଥାଚିତ୍ର ଲକ୍ଷ୍ମୀ ପ୍ରତିମାପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା।

ସୁମନ ଓଡ଼ିଆ କଥାଚିତ୍ର ଜଗତର ବିଭିନ୍ନ କଥାଚିତ୍ରରେ ଅଭିନୟ କରିବା ସହ ଓଡ଼ିଆ ଦୂରଦର୍ଶନରେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।ସୁମନଙ୍କୁ ତରଙ୍ଗ ଟିଭିରେ ପ୍ରସିଦ୍ଧ ଧାରାବାହିକ ତେଜସ୍ୱିନୀ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ମିଳିଥିଲା।ଏବେ ଆସନ୍ତୁ ନଜର ପକାଇବା ତାଙ୍କର କିଛି ବିଶେଷ କଥାଚିତ୍ର ଉପରେ।

କଣ୍ଢେଇ ଆଖିରେ ଲୁହ, ଲକ୍ଷ୍ମୀ ପ୍ରତିମା, ପ୍ରିୟା ମୋ ଆସିବ ଫେରି, ମାୟା, ତୁ ମୋ ଆଖିର ତାରା,ହେଲା ମତେ ପ୍ରେମ ଜ୍ଵର, ଶୁଭ ବିବାହ, କିଛି ଖଟା କିଛି ମିଠା, ପହିଲି ରଜ, ଜବରଦସ୍ତ ପ୍ରେମିକ,ଆଇନ କାନୁନ ,ମୁଁ କଣ ଏତେ ଖରପ ଏବଂ ଧର୍ମ ଭଳି ଅନେକ କଥା ଚିତ୍ରରେ ସେ ଅଭିନୟ କରିଛନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କର ସମ୍ପତ୍ତି କେତେ।ସୁମନ ଗୋଟିଏ ଚଳଚିତ୍ରରେ କାମ କରିବା ପାଇଁ ଦୁଇ ରୁ ତିନି ଲକ୍ଷ ଟଙ୍କା ନେଇଥାନ୍ତି।

ଏହାସହିତ ସେ ଗୋଟିଏ ଷ୍ଟେଜ ସୋରୁ ପାଖାପାଖି ୩୦ରୁ ୫୦ ହଜାର ଟଙ୍କା ନେଇଥାନ୍ତି।ଆପଣମାନେ ମଧ୍ୟ ତାଙ୍କର କିଛି ଆଡ଼ଭଟାଇଜମେଣ୍ଟ ଟିଭିରେ ଦେଖିଥିବେ।ସେ ଏଥିପାଇଁ ପାଖାପାଖି ଏକ ରୁ ତିନି ଲକ୍ଷ ଟଙ୍କା ନେଇଥାନ୍ତି।ଏହାସହିତ ତାଙ୍କର ଏକ ଆଲିସାନ ଘର ରହିଛି ଏବଂ ଦୁଇଟି କାର ମଧ୍ୟ ରହିଛି।ତାଙ୍କର ମୋଟ ସମ୍ପତ୍ତିକୁ ଅନୁମାନ କରାଗଲେ ଏହାର ମୂଲ୍ୟ ପଖାପାଖି ୭୦ରୁ ୮୦ ଲକ୍ଷ ଟଙ୍କା।ତେବେ ସାଙ୍ଗମାନେ ସୁମନଙ୍କ ବିଷୟରେ ଏହା ଥିଲା ସଂକ୍ଷିପ୍ତ ତଥ୍ୟ।

Leave a Reply

Your email address will not be published. Required fields are marked *