ସକାଳୁ ଉଠି କଣ ଭୁଲ ରେ ମଧ୍ୟ ଏହି ୫ଟି କାମ କରନ୍ତୁ ନାହିଁ ନଚେତ ଆପଣଙ୍କ ଭାଗ୍ୟରେ ବିପଦ ମାଡି ଆସିବ – କିନ୍ତୁ ଏହି ୫ଟି କାମ କରିଲେ ହେବ ଭାଗ୍ୟବନ୍ତ

Spread the love

ଆମେ କହିଥାଉ ଯଦି ସକାଳର ସମୟ ଆମ ପାଇଁ ଭଲ ହୋଇଥାଏ ତେବେ ସମ୍ପୂର୍ଣ୍ଣ ଦିନଟି ଆମ ପାଇଁ ବହୁତ ଶୁଭ ହୋଇଥାଏ।ତେଣୁ ସେଥିପାଇଁ ସମସ୍ତେ ଚାହାଁନ୍ତି ସକାଳ ହେବା ମାତ୍ରେ ସେମାନେ କିଛି ଭଲ ଖବର ଶୁଣନ୍ତୁ ଅଥବା ଭଲ ଜିନିଷ ଦେଖିବାକୁ ମିଳୁ।ଯାହା ଫଳରେ ସମ୍ପୂର୍ଣ୍ଣ ଦିନଟି ଶୁଭ ମୟ ହେବ।ତେବେ ଆମେ ବର୍ତ୍ତମାନ ଆଲୋଚନା କରିବା ସକାଳୁ ଉଠି କେଉଁ ଜିନିଷ ଦେଖିଲେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଅଶୁଭ ହୋଇଥାଏ ଓ କଣ ଦେଖିଲେ ଆପଣଙ୍କର ଦିନଟି ଶୁଭମୟ ହୋଇଥାଏ।

୧:- ପ୍ରଥମେ ହେଉଛି ଚରିତ୍ର ହିନ ନାରୀ।ଅଥବା ଗର୍ବି ଓ ଅହଙ୍କାରୀ ନାରୀ।ଯଦି ଆପଣ ସକାଳୁ ଉଠି ଚରିତ୍ରହିନା ନାରୀ ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଆସୁଭମୟ ହୋଇଯିବ।ତେଣୁ ସକାଳୁ ଏହିଭଳି ନାରୀଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।ଏହାପରେ ହେଉଛି ଭଙ୍ଗା ଦର୍ପଣ।ଆମ ହିନ୍ଦୁ ଶାସ୍ତ୍ରରେ ଭଙ୍ଗା ଦର୍ପଣକୁ ଘରେ ରଖିବା ଅଶୁଭ ବୋଲି କୁହାଯାଇଛି।ତେଣୁ ଆପଣ ସକାଳୁ ଉଠି ଯଦି ଭଙ୍ଗା ଦର୍ପଣ ଦେଖନ୍ତି ତେବେ ଆପଣଙ୍କର ଦିନ ଅଶୁଭ ହୋଇଥାଏ।ତେଣୁ ଘରେ ଭଙ୍ଗା ଦର୍ପଣ ରଖନ୍ତୁ ନାହିଁ।

୨:- ଏହାପରେ ହେଉଛି ଚପଲ।ଯଦି ଆପଣ ସକାଳୁ ଅସଜଡା ହୋଇ ପଡିଥିବା ଚପଲ ଦେଖନ୍ତି ତେବେ ଆପଣଙ୍କର ଦିନଟି ଅଶୁଭ ହୋଇଥାଏ।ଏହାପରେ ହେଉଛି ଖାଲି ପାତ୍ର।ଯଦି ଆପଣ ସକାଳୁ ଉଠି କୌଣସି ଖାଲିଥିବା ପାତ୍ର ଦେଖନ୍ତି ଯେପରି ଖାଲି ପର୍ସ ବା ଖାଲି ବାଲ୍ଟି ବା ଯେ କୌଣସି ଖାଲି ଥିବା ପାତ୍ର ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଅଶୁଭ ହୋଇଥାଏ।ତେଣୁ ଆପଣ ଚେଷ୍ଟା କରନ୍ତୁ ସମସ୍ତ ଜିନିଷ ପୂର୍ଣ୍ଣ କରି ରଖିବା ପାଇଁ।କାରଣ ସକାଳୁ ଉଠି ପୂର୍ଣ୍ଣ ଥିବା ପାତ୍ର ଦେଖିଲେ ଆପଣଙ୍କର ଦିନଟି ଶୁଭ ହୋଇଥାଏ।

୩:- ତୃତୀୟରେ ହେଉଛି ସକାଳୁ ଉଠି କୌଣସି କଳି ବା ଝଗଡ଼ା ହେଉଥିବାର ଯଦି ଆପଣ ଦେଖିଲେ ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଅଶୁଭ ହୋଇଥାଏ।ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଯେପରି ଆପଣ ସକାଳୁ ଏଭଳି କଳି ବା ଝଗଡ଼ା ଯେପରି ନ ଦେଖନ୍ତି।ଏହାପରେ ହେଉଛି ଆପଣ ସକାଳୁ ଉଠି ଅଧୁଆ ମୁହଁର କୌଣସି ବ୍ୟକ୍ତିଙ୍କୁ ଦେଖନ୍ତୁ ନାହିଁ।ଯଦି ଆପଣ ଦେଖିଥିବା ବ୍ୟକ୍ତି ସକାଳୁ ନିଜର ମୁଁହ ଧୋଇ ନଥାନ୍ତି ତେବେ ଆପଣଙ୍କର ଦିନଟି ଅଶୁଭ ହୋଇଥାଏ।

୪:- ଚତୁର୍ଥରେ ହେଉଛି ସକାଳୁ ଉଠିବା ପରେ ଆପଣ କାହାକୁ କରଜ ଦିଅନ୍ତୁ ନାହିଁ।ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କର ଦିନ ଅମଙ୍ଗଳ ହୋଇଥାଏ ଏହା ସହିତ ସେହି ଟଙ୍କା ଆପଣଙ୍କ ପାଖକୁ ଆଉ ସେହି ଦିନ ଟଙ୍କା ଆସେ ନାହିଁ।ତେଣୁ ସକାଳୁ ଉଠିବା ପରେ କରଜ ଦେବାରୁ ନିବୃତ ରୁହନ୍ତୁ।ଏହା ସହିତ ଆପଣ ଯଦି ସକାଳୁ ଉଠି ନିଜର ପାପୁଲିକୁ ଦେଖନ୍ତି ବା ରାଧାକୃଷ୍ଣଙ୍କର ଫଟୋ ଦେଖନ୍ତି ତେବେ ଆପଣଙ୍କର ଦିନ ସୁଭମୟ ହୋଇଥାଏ।ଏହାସହିତ ଯଦି ଆପଣ ସକାଳୁ ଉଠି ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତି ବା କୌଣସି ପୋଖରୀରେ ମାଛମାନଙ୍କୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *