ବଳଦ ଗାଡିରୁ Amabasya ରାତିରେ ଫେରୁଥିବା ଘଟଣା,ହଟାତ ସେମାଙ୍କୁ ଆସିଲା ଉଆଁସୀ Kanya ଆଉ ତାପରେ ଯାହା ଘଟିଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ

Spread the love

ସାଙ୍ଗମାନେ ଆଜି ଆମେ ବଳଦ ଗାଡିରେ ଫେରୁଥିବା ଅମାବାସ୍ୟା ରାତିର ଘଟଣା ବିଷୟରେ ଜାଣିବା।ଏହି ଘଟଣା ମୋର ଜଣେ ମାମୁ ଓ ତାଙ୍କ ସାଙ୍ଗଙ୍କ ସହିତ ଘଟିଥିଲା।ସେତେବେଳେ ଗାଡି ମଟରର ସେତେ ସୁବିଧା ନଥିଲା ଲୋକମାନେ ବଳଦ ଗାଡିକୁ ନେଇ ଦୂର ବାଟ ଯାଇଥାନ୍ତି।ମାମୁ ଓ ତାଙ୍କର ସାଙ୍ଗ ଏକ ଗ୍ରାମକୁ ଯାଇଥିଲେ ସେଠାରୁ ଫେରିଲା ବେଳକୁ ରାତି ଅଧିକ ହୋଇଯାଇଥିଲା।ଚାରିଆଡେ ସୁନସାନ।

ସେମାନେ ବାଟରେ ଗଲା ବେଳେ ବଳଦ ଦୁଇଟି ଗୋଟିଏ ଜାଗାରେ ସ୍ଥିର ହୋଇ ଠିଆ ହୋଇଗଲେ।ମାମୁ ଅନେକ ଚେଷ୍ଟା କଲେ କିନ୍ତୁ ସେମାନେ ଆଗକୁ ବଢିଲେ ନାହିଁ।ମାମୁ ଓ ତାଙ୍କ ସାଙ୍ଗ ବୁଝି ସାରିଥିଲେ ଆଗରେ କଛି ଅସୁବିଧା ଅଛି।ସେମାନେ ପଛକୁ ବୁଲିବାକୁ ଚେଷ୍ଟା କଲେ।ହେଲେ ମଧ୍ୟ ବଳଦ ଦୁଇଟି ଆଗକୁ ବଢିଲେ ନାହିଁ।ମାମୁଙ୍କ ସାଙ୍ଗ ଶେଷରେ ନିରୁପାୟ ହୋଇ ତଳକୁ ଓହ୍ଲାଇଲେ।

ସେ ହଠାତ ଦେଖିଲେ ଯେ ବଳଦ ଗୋଡ଼ ତଳେ ଗୋଟେ ଲାସ ପଡିଚି।ଗୋଟିଏ ବଳଦର ଗୋଡ଼ ଲାସର ମୁହଁ ଭିତରେ ଫସି ଯାଇଚି।କିନ୍ତୁ ମାମୁଁଙ୍କୁ କିଛି ଲାସ ଦେଖାଯାଉନଥିଲା।ଦୁହେଁ ମିଶି ଶଗଡ଼ ଗାଡିକୁ ପଛରୁ ଧକା ମାରିବାରେ ଲାଗିଲେ।ଆପ୍ରାଣ ଚେଷ୍ଟା ପରେ ବି ବଳଦ ଦୁଇଟି ସେଠାରୁ ଆଗକୁ ଯିବାକୁ ଟିକେବି ହଲ ଚଲ ହେଉନାହାନ୍ତି।

ଏହାର କିଛି ସମୟର ପରେ କୌଣସି ଉପାୟରେ ହେଉ ସେମାନେ ବଳଦ ଦୁଇଟିକୁ ମାର ପିଟ କରି ଧକା ମାରି ଆଗକୁ ନେଇ ଆସିଲେ।ସେମାନେ ଯେପରି କିଛି ବାଟ ଆଗକୁ ଆସିଛନ୍ତି ସେମାନେ କୁଦା ମାରି ସେଠାରୁ ଦୌଡ଼ିବାକୁ ଲାଗିଲେ।ମାମୁ ଓ ତାଙ୍କ ସାଙ୍ଗ ଗାଡି ପଛରେ ଧଇଁ ଗାଡି ଉପରେ ବସିଗଲେ।ସେତେବେଳେ ବଳଦ ଗୁଡିକ ମଧ୍ୟ ମନଇଛା ଦୌଡ଼ିବାରେ ଲାଗିଥାନ୍ତି ଟିକେ ବି ନିୟନ୍ତ୍ରଣ ନଥାଏ।

ବଳଦ ଗୁଡିକ ଏମିତି ଦୌଡ଼ି ଦୌଡ଼ି ଯେତେବେଳେ ଗାଁ ପାଖା ପାଖି ପହଁଚିବା ପରେ ଶାନ୍ତ ପଡିଗଲେ ଓ ସେଇଠାରୁ ଧୀରେ ଧୀରେ ଚାଳିବାରେ ଲାଗିଲେ କିନ୍ତୁ ସେତେବେଳକୁ ଏପଟେ ମାମୁଙ୍କ ସାଙ୍ଗ ଯିଏ ଗାଡିରୁ ଓହ୍ଲାଇଥିଲେ ତାଙ୍କ ଦେହ ହାତରୁ ଗରମ ବାମ୍ଫ ବାହାରୁ ଥାଏ।

ମାମୁ ଏହା କୌଣସି ଦୁଷ୍ଟ ଶକ୍ତିର ପ୍ରଭାବ ଭାବି ବଳଦ ଗାଡିକୁ ଘର ପାଖରେ ନ ଅଟକାଇ ଗାଁର ଗୁଣିଆ ପାଖକୁ ନେଇଗଲେ।ଗୁଣିଆ ତାଙ୍କ କଥା ଶୁଣି ଗୋଟେ କାଗଜର ପୁଡ଼ିଆ ଦେଲେ ଯେଉଁଥିରେ କିଛି ସୋରିଷ ଜାତୀୟ ପଦାର୍ଥ ଥିଲା।ଗୁଣିଆକୁ ସ୍ୱପ୍ନ ଆସିଥିଲା କୌଣସି ଏକ କଳା ଛାୟା ମାମୁଙ୍କ ସାଙ୍ଗଙ୍କ ଦେହ ଭିତରେ ପ୍ରବେଶ କରିଯାଇଛି।

ସେହି ସ୍ଥାନରେ କୌଣସି ପଶୁ କିମ୍ବା ପକ୍ଷୀର ବଳିବି ଦେବାକୁ ପଡିବ।ସେଥିପାଇଁ ଏକ କୁକୁଡ଼ାକୁ ସେଠାରେ ବଳି ଚଢା ଗଲା।ଏହାପରେ ଘଣ୍ଟେ ଦୁଇ ଘଣ୍ଟା ପରେ ମାମୁଙ୍କ ସାଙ୍ଗ ସୁସ୍ଥ ହୋଇଯାଇଥିଲେ।ତେବେ ଏହା ସମ୍ପୂର୍ଣ କାଳ୍ପନିକ ଅଟେ ଓ ଏହାକୁ ଏକ ଗପ ହିସାବରେ ଗ୍ରହଣ କରିବା ପାଇଁ ଅନୁରୋଧ

Leave a Reply

Your email address will not be published. Required fields are marked *