ଘରେ ଶଙ୍ଖ ରଖିବାର ନିୟମ ଗୁଡିକ ଏବେ ଜାଣିରଖନ୍ତୁ ନହେଲେ ବହୁତ ହଇରାଣ ହେଇପାରନ୍ତି ଆପଣ

Spread the love

ହିନ୍ଦୁ ଧର୍ମରେ ଶଙ୍ଖର ଏକ ବିଶେଷ ମହତ୍ତ୍ଵ ରହିଛି।ତେବେ ଆପଣ ଯଦି ଘରେ ଶଙ୍ଖ ରଖୁଛନ୍ତି ତେବେ ଏହି ସବୁ ଭୁଲ କରନ୍ତୁ ନାହିଁ।ଏହା ସହିତ ଏହାକୁ ଘରେ ରଖିବାର ସମସ୍ତ ନିୟମ ସଠିକ ଭାବରେ ପାଳନ କରିବା ଆବଶ୍ୟକ।ନଚେତ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।ତେବେ ଆମେ ଜାଣୁ ଭଗବାନ ବିଷ୍ଣୁଙ୍କର ପ୍ରିୟ ହେଉଛି ଶଙ୍ଖ।ଆମେ ଯଦି କୌଣସି ପୂଜା ଅର୍ଚ୍ଚନାରେ ଶଙ୍ଖ ନ ବଜାଇ ଥାଉ ତେବେ ଆମକୁ ସଫଳତା ମିଳେ ନାହିଁ।ଏହା ସହିତ ଏହାକୁ ଘରେ ବଜାଇବା ଫଳର ଘରୁ ସମସ୍ତ ନକାରାତ୍ମକ ଶକ୍ତି ବାହାରକୁ ଚାଲି ଯାଇଥାଏ।

ତେବେ ଆମେ ପ୍ରତିଦିନ ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ନିଶ୍ଚିତ ଭାବରେ ଶଙ୍ଖ ବଜାଇବା ଆବଶ୍ୟକ।ଏପରି କରିବା ଫଳରେ ଘରେ ଅନେକ ଶୁଭ ଫଳ ମିଳିଥାଏ।ଏହା ସହିତ ଘରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ।ତେବେ ଶଙ୍ଖ ବଜାଇବା ଫଳରେ ଏହା ଧ୍ୟାନ ରଖିବା ଆବଶ୍ୟକ ଯେପରି ଆମେ ଶଙ୍ଖକୁ ସର୍ବଦା ସାଢେ଼ ତିନି ଥର ବଜାଇବା ଆବଶ୍ୟକ।ଆମେ ଜାଣୁ କି ୩ ଥରକୁ ଅଶୁଭ ମନା ଯାଇଥାଏ।ସେଥିପାଇଁ ତିନିଥର ଆଉ ଅଧା ବଜାଇବା ଫଳରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଓ ଘରେ ଶାନ୍ତି ରହିଥାଏ।

ଏହା ସହିତ ଶଙ୍ଖକୁ କେବେ ମଧ୍ୟ ଅଧା ବଜାନ୍ତୁ ନାହିଁ।ଏପରି କରିବା ଫଳରେ ଘରେ ସର୍ବଦା ଧନର ଅଭାବ ଦେଖା ଯାଇଥାଏ।ତେଣୁ ଆପଣଙ୍କର ଯଦି ଅଭ୍ୟାସ ନାହିଁ ତେବେ ଆପଣ ଶଙ୍ଖ ବଜାନ୍ତୁ ନାହିଁ।ଏହା ସହିତ ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରେ ସର୍ବଦା ଧନର ଅଭାବ ଦେଖା ଯାଇଥାଏ।ତେବେ ଘରେ ଶଙ୍ଖ ରଖିବା ନିହାତି ଆବଶ୍ୟକ।ଏହା ସହିତ ଶଙ୍ଖକୁ ସର୍ବଦା ଉଚ୍ଚ ସ୍ଥାନରେ ରଖିବା ଆବଶ୍ୟକ।ଏହା ସହିତ ଆପଣଙ୍କର ଯଦି ହୃଦ ଜନିତ ସମସ୍ୟା ରହିଥାଏ ତେବେ ଆପଣ ଶଙ୍ଖ ନିହାତି ବଜାଇବା ଆବଶ୍ୟକ।

ଏହାକୁ ବଜାଇବା ଫଳରେ ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଶେଷ ହୋଇ ଯାଇଥାଏ।ଏହା ସହିତ ଶଙ୍ଖ ହେଉଛି ଏକ ପବିତ୍ର ବସ୍ତୁ।ତେଣୁ ଆପଣ ଶଙ୍ଖକୁ ଧରିବା ମାତ୍ରେ ଆପଣ ମଧ୍ୟ ପବିତ୍ର ହୋଇ ଯାଇଥାନ୍ତି।ତେବେ ଆପଣ ଯଦି ମାତା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ଦୁଇଟି ଶଙ୍ଖ ରଖନ୍ତୁ।ଗୋଟିଏ ଶଙ୍ଖ ଆପଣ ନିଜର ଠାକୁର ଘରେ ରଖନ୍ତୁ ଓ ଅନ୍ୟଟି ହେଉଛି ଦକ୍ଷିଣାବର୍ତ୍ତି ଶଙ୍ଖ।ଏହାକୁ ଘରେ ରଖିବା ଫଳରେ ଆପଣଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଯିବ।

ଏହା ସହିତ ଆପଣଙ୍କ ଘରେ ଯଦି ଭୂତ ପ୍ରେତଙ୍କ ସଂକେତ ମିଳୁଥାଏ ତେବେ ଆପଣ ଘରେ ନିଶ୍ଚିତ ଭାବରେ ଶଙ୍ଖ ବଜାନ୍ତୁ।ଫଳରେ ଆପଣଙ୍କ ଘରେ ଆଉ ସେହି ସବୁ ସଂକେତ ମିଳିବ ନାହିଁ।ଏହା ସହିତ ଆପଣ ଯଦି ଶଙ୍ଖରେ ପାଣି ରଖି ଏହାକୁ ପାଦୁକା ଭଳି ସେବନ କରିବେ ତେବେ ଆପଣଙ୍କର ସମସ୍ତ ରୋଗ ସମାପ୍ତ ହୋଇଯିବ।ତେବେ କେବଳ ଘରେ ଶଙ୍ଖ ରଖିବା ଫଳରେ ଶୁଭ ଫଳ ମିଳି ନଥାଏ ଏହାକୁ ପ୍ରତିଦିନ ବଜାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *