ସରକାର ଆଣିଲେ ନୂଆ ଯୋଜନା,ଘରେ ଝିଅ ଥିଲେ ମିଳିବ ପୁରା 15 ଲକ୍ଷ ଟଙ୍କା,କେବେ ଏହି କାମ କରିବା ପାଇଁ ପଡିବ,Study ଆଉ Marriage ପାଇଁ ମିଳିବ ଏହି ସୁବିଧା

Spread the love

ଆପଣ ଯଦି ନିଜର ଝିଅକୁ ଲକ୍ଷପତି କରିବାକୁ ଚାହୁଁଛନ୍ତି ତେବେ ଆପଣ ମୋଦି ସରକାରଙ୍କ ଏକ ନୂଆ ଯୋଜନା ମାଧ୍ୟମରେ ନିଜର ଝିଅ ପାଇଁ ଅନେକ ସୁବିଧା କରି ପାରିବେ।ଏଥିପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଣିଛି ଏକ ନୂଆ ଯୋଜନା।ଯେଉଁଥିରେ ଆପଣ ୨୫୦ ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ ଓ ଆପଣ ସଞ୍ଚୟ କରିଥିବା ଟଙ୍କା ଅନୁସାରେ ଆପଣଙ୍କୁ ସମୟ ସୀମା ପରେ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିବ।ଯାହାଦ୍ଵାରା ଆପଣ ନିଜର ଝିଅର ଆବଶ୍ୟକତା ପୂରଣ କରି ପାରିବେ।

ଯଦି ଆପଣ ନିଜର ଝିଅର ପାଠ ପଢା କିମ୍ବା ବାହାଘର ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କୁ ଏହି ଯୋଜନାରେ ନିଶ୍ଚିତ ଭାବରେ ଅଂଶ ଗ୍ରହଣ କରିବା ଆବଶ୍ୟକ।ଯାହା ଫଳରେ ଆପଣ ଆଶା ଠାରୁ ବହୁତ ଅଧିକ ଲାଭ ପାଇ ପାରିବେ।ସୁକନ୍ୟା ସମୃଦ୍ଧି ଯୋଜନା ଅନୁସାରେ ୭.୬ ପ୍ରତିଶତ ହାରରେ ସୁଧ ମିଳିବ।ଯାହା ଅନ୍ୟ ସମସ୍ତ ଯୋଜନା ତୁଳନାରେ ବହୁତ ଅଧିକ।ତେଣୁ ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରି ପାରିବେ।ତେବେ ଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଆପଣ ନିଜର ଝିଅର ଖାତାରେ ଟଙ୍କା ରଖି ପାରିବେ।

ଏହାପରେ ଯେତେବେଳେ ଝିଅକୁ ୨୧ ବର୍ଷ ବୟସ ହୋଇଯିବ ସେହି ସମୟରେ ଆପଣ ନିଜର ଝିଅର ଉଚ୍ଚ ସ୍ତରୀୟ ପାଠ ପଢା ପାଇଁ ହେଉ ଅଥବା ବିବାହ ପାଇଁ ହେଉ ଏହି ଟଙ୍କାକୁ ଉଠାଇ ପାରିବେ।ଏହାପରେ ଆପଣ ସେହି ଟଙ୍କା ସାହାଯ୍ୟରେ ନିଜର ଝିଅକୁ ଉଚ୍ଚ ଶିକ୍ଷା ଦେଇ ପାରିବେ।ତେବେ ସରକାରଙ୍କ ଏହି ଯୋଜନା ଅନେକ ଦିନ ଦେବ କାର୍ଯ୍ୟକାରୀ ହେବା ଆରମ୍ଭ କରିଛି।ଆପଣ ନିଜର ଖାତାରେ ଯେଉଁ ଅନୁସାରେ ସଞ୍ଚୟ କରିବେ ଆପଣଙ୍କୁ ସେହି ଅନୁସାରେ ୭.୬ ହାରରେ ସୁଧ ମିଳିବ।

ଏହା ସହିତ ଆପଣ ନିଜର ଖାତାରେ ବାର୍ଷିକ ଆକାରରେ ଟଙ୍କା ରଖି ପାରିବେ।ଆପଣ ବାର୍ଷିକ ନିଜର ଏହି ଖାତାରେ ସର୍ବନିମ୍ନ ୨୫୦ ଟଙ୍କା ଓ ସର୍ବାଧିକ ୧ ଲକ୍ଷ ପଚାଶ ହଜାର ଟଙ୍କା ରଖି ପାରିବେ।ତେବେ ଆପଣ ଯଦି ମାସିକ ଏହି ଖାତାରେ ୩ ହଜାର ଲେଖା ଟଙ୍କା ରଖିବେ ତେବେ ଆପଣ ବାର୍ଷିକ ୩୬୦୦୦ ଟଙ୍କା ଜମା କରିବେ।ଏହାର ୧୪ ବର୍ଷ ପରେ ପାନଙ୍କୁ ୯,୧୧,୫୭୪ ଟଙ୍କା ମିଳିବ।ସେହିପରି ୨୧ ବର୍ଷ ପରେ ୧୫,୨୨,୨୨୧ ଟଙ୍କା ମିଳିବ।ଏହା ସହିତ ଆପଣଙ୍କୁ ନିଜର ଜମା ରାଶିରୁ ବହୁତ ଅଧିକ ଟଙ୍କା ମିଳି ପାରିବ।

ତେବେ ଆପଣଙ୍କୁ ଏହି ଖାତା ଖୋଲିବା ପାଇଁ ଆପଣଙ୍କ ଝିଅର ଜନ୍ମ ପ୍ରମାଣ ପତ୍ର ଦେବାକୁ ପଡ଼ିବ।ଏହା ସହିତ ଆପଣଙ୍କୁ ଆପଣଙ୍କ ଝିଅର ଆଧାର କାର୍ଡ ମଧ୍ୟ ଏହି ଖାତା ଖୋଲିବା ପାଇଁ ଆବଶ୍ୟକ।ତେବେ କେନ୍ଦ୍ର ସରକାର ଏହି ଯୋଜନାକୁ ବେଟି ବଚାଓ ଓ ବେଟି ପଢ଼ାଓ ଯୋଜନାକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରିଥିଲେ।ତେବେ ଆପଣ ନିଜର ଗୋଟିଏ ଝିଅ ପାଇଁ ଗୋଟିଏ ଖାତା ଖୋଲି ପାରିବେ।ଆପଣ ନିଜର ଝିଅ ନାମରେ ଗୋଟିଏରୁ ଅଧିକ ଆକାଉଣ୍ଟ ଖୋଲି ପାରିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି।

Leave a Reply

Your email address will not be published. Required fields are marked *